ରାୟଗଡା ସହର ରାନିଗୁଡ଼ାରେ ଆଜି ସକାଳେ ଘଟିଛି ଅଘଟଣ। ଗ୍ୟାସ୍ ସିଲିଣ୍ଡର ଫାଟି ୩ ଜଣ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ ଓ ଅନ୍ୟ ଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
ଗୁରୁତର ଭକ୍ତମାନେ ହେଲ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା । ସେମାନଙ୍କ ଶରୀରର ପ୍ରାୟ ୬୦% ପୋଡି ଯାଇଛି। ସେମାନେ ଏକ ଧର୍ମାବଲମ୍ବୀ ହୋଇଥିବା ବେଳେ ପରିବାରଠୁ ଦୂରରେ ରହୁଥିଲେ।
ରାୟଗଡା ସହର ରାନିଗୁଡ଼ାରେ ଏକ ଭଡ଼ା ଘରେ ଗତ କିଛି ଦିନ ହେବ ସେମାନେ ରହୁଥିଲେ। ଆଜି ସକାଳେ ସମସ୍ତେ ପୂଜାପାଠ କରିଥିଲେ। ଏହାପରେ ଜଳଖିଆ ପ୍ରସ୍ତୁତି ନିମନ୍ତେ ଗ୍ୟାସ ଲଗାଇବା ବେଲେ ତାହା ଫାଟି ନିଆଁ ଲାଗିଯାଇଥିଲା । ଫଳରେ ଏହି ୩ ଭକ୍ତ ଗୁରୁତର ହୋଇପଡ଼ିଥିଲେ ।
Also Read
ଖବର ପାଇ ସାଥୀ ଭକ୍ତ ପହଞ୍ଚି ପ୍ରଥମେ ସେମାନଙ୍କୁ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଅନ୍ୟ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପ୍ରଧାନଶିକ୍ଷୟିତ୍ରୀ ଡ୍ରେସ୍ ବାଣ୍ଟୁଥିଲେ, ଖସି ପଡ଼ିଲା ପଙ୍ଖା
ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା।
Accident
ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍ରେ
ଅସାବଧାନତା ଯୋଗୁ ମୋବାଇଲ ଟାୱାର୍ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ।
Accident
ହୁତୁହୁତୁ ହୋଇ ଜଳିଗଲା LPG ସିଲିଣ୍ଡର ବୋଝେଇ ଟ୍ରକ୍
ଆଜି ସକାଳେ LPG ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।
Accident
ରାସ୍ତା ଉପରେ ଜଳିଗଲା ହାଇୱା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର
ଆଜି ଦିନ ଦେଢଟା ବେଳ ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତା ଧଡାଙ୍ଗୀର ଛକରେ ହାଇୱାରେ ନିଆଁ ଲାଗି ଯାଇଥିଲା। ହାଇୱାରେ ପିଚୁ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା।