୩ଟି ବାଇକକୁ ଧକ୍କା ଦେଇ ଖାଲକୁ ଖସି ପଡ଼ିଲା ବୋଲେରୋ। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ପାରାଦୀପ ଉପକଣ୍ଠ ଫତେପୁର ତ୍ରିଲୋଚନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତିରେ ବୋଲେରୋ ଦ୍ରୁତ ଗତିରେ ଆସି ତ୍ରିଲୋଚନପୁର ରାସ୍ତା ଉପରେ ୩ଟି ବାଇକ୍ ଧକ୍କା ଦେଇଥିଲା। ପରେ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୬ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।
Also Read
ଦୁର୍ଘଟଣାପରେ ବୋଲେରୋ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Train Train](https://assets.odishareporter.in/uploadimage/library/16_9/16_9_3/Train_1737555529.jpg)
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
![Accident Accident](https://assets.odishareporter.in/uploadimage/library/16_9/16_9_3/Accident_1736830862.jpg)
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।