କେନ୍ଦ୍ରାପଡ଼ା ଟାଉନ ଥାନା ବଡ଼ହାଟରେ ଥିବା ଲୁଗା ଦୋକାନରେ ନିଆଁ ଲାଗିଯାଇଛି। ନିଆଁ ଲାଗି ଦୋକାନ ପୂରା ଜଳିଯାଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
ଆଜି ଭୋର ସମୟରେ ଲୁଗା ଦୋକାନ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ସେବେଳେକୁ ଲକ୍ଷାଧିକ ଟଙ୍କା ଲୁଗା ଜଳି ପାଉଁଶ ହୋଇଯାଇଥିଲା।
Also Read
ତେବେ ଲୁଗା ଦୋକାନରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ମଝି ଆକାଶରେ ଦୁର୍ଘଟଣା: ବିମାନକୁ ଦେଖି କାହିଁକି ଉପରକୁ କିମ୍ବା ତଳକୁ ଗଲାନି ହେଲିକପ୍ଟର?
୩୦୦ରୁ ଅଧିକ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନଦୀ ମଧ୍ୟରୁ ୧୯ ଜଣଙ୍କ ମୃତଦେହ ମିଳିଛି। ଯାତ୍ରୀବାହୀ ବିମାନରେ ୬୦ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ରହିଥିଲେ। ସେହିପରି ଆର୍ମି ହେଲିକପ୍ଟରରେ ୩ ଜଣ ସେନା ଅଧିକାରୀ ରହିଥିଲେ।

Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ