ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଡୁମୁରୁଡ଼ିହା ଛକ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ସହିତ ଧକ୍କା ହେବା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଜଳି ଯାଇଛି। ଏହା ସହିତ ଏକ ବାଇକ ମଧ୍ୟ ଜଳି ଯାଇଛି।
ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ପପୁ ମହାନ୍ତି। ତାଙ୍କ ଘର ନୂଆଗାଁରେ। ସେ ଜଣେ ଶ୍ରମିକ ଥିଲେ। ସେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରରେ ବସିଥିଲେ।
Also Read
ସେହିପରି ଗୁରୁତର ଆହତ ଦ୍ୱୟ ହେଉଛନ୍ତି ପିଆଜ ବୋଝେଇ ଟ୍ରକ୍ର ଡ୍ରାଇଭର ଓ ହେଲପର। ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟ୍ରାକ୍ଟର ସହିତ ଧକ୍କା ହେବା ପରେ ପିଆଜ ବୋଝେଇ ଟ୍ରକ୍ଟି ଓଲଟି ପଡ଼ିଥିଲା। ଏହା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବିଶୋଇ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ
ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।