ଉତ୍ତରପ୍ରଦେଶର ମଙ୍ଗଲୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଯାତ୍ରୀ କାର୍ ଡିଭାଇଜରକୁ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମେରୁଟର ରୁଡକି ଯାଉ ଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Also Read
ସୂଚନା ଅନୁସାରେ, ଉତ୍ତରପ୍ରଦେଶର ଏକ କାର୍ ବରଯାତ୍ରୀଙ୍କୁ ନେଇ ମେରୁଟର ରୁଡ଼କି ଯାଉଥିଲା। ମଙ୍ଗଲୋର ଦେୱବନ୍ଦ ଛକ ନିକଟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଚାରି ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି।
ଏଥିସହ ଏକାଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।ଏସପି ଦେହାତ ସ୍ୱପନ କିଶୋର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ପ୍ରଧାନଶିକ୍ଷୟିତ୍ରୀ ଡ୍ରେସ୍ ବାଣ୍ଟୁଥିଲେ, ଖସି ପଡ଼ିଲା ପଙ୍ଖା
ପ୍ରଧାନଶିକ୍ଷୟିତ୍ରୀ ନମିତା ରାୟଙ୍କ ପିଲାମାନଙ୍କୁ ପୋଷାକ ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ଛାତରୁ ପଙ୍ଖା ଖସି ପଡ଼ିଥିଲା। ପଙ୍ଖାର ଡେଣା ପ୍ରଧାନଶିକ୍ଷୟିତ୍ରୀଙ୍କ ମୁଣ୍ଡର ବାମ ପାର୍ଶ୍ୱରେ ବାଜିଥିଲା।
Accident
ଝରକା ତାଡୁଥିଲେ, ଭୁଶୁଡିଲା ଛାତ: ଜଣେ ନାବାଳକ ମୃତ, ଅନ୍ୟ ଜଣେ ମେଡ଼ିକାଲ୍ରେ
ଅସାବଧାନତା ଯୋଗୁ ମୋବାଇଲ ଟାୱାର୍ ବିଶ୍ରାମ ଗୃହ ଛାଡ଼ ଭୁଶୁଡ଼ି ପଡ଼ିଥିଲା। ଆଉ ସେହି ଛାତ ତଳେ ଦୁଇ ନାବାଳକ ଚାପି ହୋଇଯାଇଥିଲେ। ଭୁଶୁଡିବା ଶବ୍ଦ ଓ ଦୁଇ ନାବାଳକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ।
Accident
ହୁତୁହୁତୁ ହୋଇ ଜଳିଗଲା LPG ସିଲିଣ୍ଡର ବୋଝେଇ ଟ୍ରକ୍
ଆଜି ସକାଳେ LPG ସିଲିଣ୍ଡର ଟ୍ରକଟି ଗାଡ଼ିଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା।
Accident
ରାସ୍ତା ଉପରେ ଜଳିଗଲା ହାଇୱା; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର
ଆଜି ଦିନ ଦେଢଟା ବେଳ ବାଙ୍ଗିରିପୋଷୀ-କଳାବାଡିଆ ରାସ୍ତା ଧଡାଙ୍ଗୀର ଛକରେ ହାଇୱାରେ ନିଆଁ ଲାଗି ଯାଇଥିଲା। ହାଇୱାରେ ପିଚୁ ଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା।