ମହିଳାଙ୍କୁ କଚାଡ଼ି ମାରିଲା ହାତୀ। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ଗାଁରେ ହାତୀ ଆକ୍ରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପାଟକମୁଣ୍ଡା ଗାଁର ମନ୍ଦିରି ସାହୁ(୪୫)।
ଆଜି ସକାଳେ ମନ୍ଦିରି ଧାନ କାଟିବା ପାଇଁ ଯାଉଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ନିକଟରୁ ବଞ୍ଚିବା ପାଇଁ ମନ୍ଦିରି ଚେଷ୍ଟା କରିଥିଲେ। ହେଲେ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ମନ୍ଦିରିଙ୍କର ମୃତ୍ୟୁ ଘଟିଥିଲା।
Also Read
ମନ୍ଦିରିଙ୍କ ମୃତ୍ୟୁକୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ଗାଁକୁ ହାତୀ ପଲ ପଶି ଉପଦ୍ରବ କରିବା ସହ ଆତଙ୍କ ମଚାଉଛନ୍ତି। ବନ ବିଭାଗ ଏନେଇ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।