Advertisment

ପୋଖରୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଲକ୍ଷ୍ମଣ ଚାଷ ଜମିରୁ ଫେରି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ।

author-image
Tapaswini Nayak
Downed

Downed

ପୋଖରୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଖୁରୀଭଙ୍ଗା ଗାଁରେ ଏହି ଅଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ଖୁରୀଭଙ୍ଗା ଗାଁର ଲକ୍ଷ୍ମଣ ମୁର୍ମୁ।

Advertisment

ଲକ୍ଷ୍ମଣ ଚାଷ ଜମିରୁ ଫେରି ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲେ। ଗାଧୋଇବା ବେଳେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ।

ପରେ ପୋଖରୀରୁ ତାଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ପରିବାର ଶୋକର ଛାୟା ଖେଳିଯାଇଛି।

Advertisment