୧୮ ଜୁନ୍‌, ଶନିବାର: ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି

ମେଷ: କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ହାନି ହୋଇପାରେ। ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ। ବୃଷ: ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି। ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ ସତର୍କ ରୁହନ୍ତୁ। ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଦେବେ । କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ। […]

RASI

RASI

Tapaswini Nayak
  • Published: Saturday, 18 June 2022
  • Updated: 18 June 2022, 07:47 AM IST

Sports

Latest News

ମେଷ: କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ହାନି ହୋଇପାରେ। ସତର୍କ ରହି କାର୍ଯ୍ୟ କରନ୍ତୁ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁ ବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।

ବୃଷ: ଶାରିରୀକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି।

ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ ସତର୍କ ରୁହନ୍ତୁ। ଆୟ ବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀମାନେ ପାଠପଢାରେ ମନଦେବେ ।

କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ଆସିବ। କର୍ମକ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁ ମାନସିକ ଅଶାନ୍ତି ଦେଖାଦେବ। ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ

ସିଂହ: ବ୍ୟବସାୟରେ ଆବ୍ୟୟ ସମାନ ରହିବ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ନୂତନ କାର୍ଯ୍ୟଭାର ହାତକୁ ନେବେ।

କନ୍ୟା: ବ୍ୟବସାୟରେ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ଶତ୍ରୁମାନେ ପରାଜିତ ହେବେ। ଶାରିରୀକ ଅସୁସ୍ଥତା ଦେଖାଦେଇପାରେ।

ତୁଳା: ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବ। ହାତକୁ ନେଇଥିବା ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପାରେ। ଦିନର ଦ୍ୱିତୀୟାର୍ଦ୍ଧରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହୋଇଯିବ ।

ବିଛା : କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ । ସାହାଯ୍ୟ ସହଯୋଗ ପାଇ ମନ ପ୍ରଫୁଲ୍ଲିତ ରହିବ । ମହିଳାମାନେ ଘରେ, ବାହାରେ ସବୁଠି ଆଦର ସମ୍ମାନ ପାଇବେ । ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ । ଛାତ୍ରଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ।

ଧନୁ:   ଜଗି ରଖି ଚଳନ୍ତୁ। ବାଣିଜ୍ୟ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି । ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ। କଚେରି ମାମଲା ପାଇଁ ଆଇନ ବିଶେଷଜ୍ଞଙ୍କ ପାଖକୁ ଦୌଡି ପାରନ୍ତି।

ମକର: ଆଜି ଆପଣ ଭଲ କଥା କହିଲେ ମଧ୍ୟ ପରିବାର ସଦସ୍ୟ ତାହାକୁ ଭୁଲ୍ ବିଚାର କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଜଗି ରଖି କାମ କରିବା ଓ କହିବା ଭଲ ହେବ । ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ  ।

କୁମ୍ଭ:  କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ । ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବହୁ ଦିନର ଆଶା ଅଭିଳାଷ ପୁରଣ ହେବ ।

ମୀନ:  ଆଶା ଆଶଙ୍କା ଦେଇ ଗତି କରିବେ । ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ । ଅତୀତ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ନିଜ ଜୀବନ ସାଥୀର ଭରସା, ଉତ୍ସାହ ଓ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos