ବାଥ୍‌ରୁମ୍ ବାସ୍ତୁ; ଏସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ

ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ଏବେ ସମସ୍ତେ ଘର ଭିତରେ ହିଁ ଗାଧୁଆ ଘର ତିଆରି କରୁଛନ୍ତି। ଆଉ ଗାଧୁଆ ଘର ପାଇଁ ମଧ୍ୟ ବାସ୍ତୁରେ କିଛି ନିୟମ ରହିଛି। କୁହାଯାଏ, ଗାଧୁଆ ଘରର ବାସ୍ତୁ ଠିକ୍ ନ ରହିଲେ ଘରେ ଅଶାନ୍ତି ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଘରେ ବାଥ୍‌ରୁମ୍ ବା ଗାଧୁଆ ଘର କେଉଁଠି କଲେ ଭଲ ଓ ଏଥିରେ କେଉଁ ଜିନିଷ କେଉଁଠି ରଖାଯିବା ଉଚିତ୍‌। – ଗାଧୁଆ ଘରକୁ ପୂର୍ବ […]

bathroom

bathroom

Jitendra Garnayak
  • Published: Wednesday, 21 August 2019
  • Updated: 21 August 2019, 09:08 AM IST

Sports

Latest News

ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ଏବେ ସମସ୍ତେ ଘର ଭିତରେ ହିଁ ଗାଧୁଆ ଘର ତିଆରି କରୁଛନ୍ତି। ଆଉ ଗାଧୁଆ ଘର ପାଇଁ ମଧ୍ୟ ବାସ୍ତୁରେ କିଛି ନିୟମ ରହିଛି। କୁହାଯାଏ, ଗାଧୁଆ ଘରର ବାସ୍ତୁ ଠିକ୍ ନ ରହିଲେ ଘରେ ଅଶାନ୍ତି ଦେଖାଯାଏ। ତା’ହେଲେ ଆସନ୍ତୁ ଜାଣିବା ଘରେ ବାଥ୍‌ରୁମ୍ ବା ଗାଧୁଆ ଘର କେଉଁଠି କଲେ ଭଲ ଓ ଏଥିରେ କେଉଁ ଜିନିଷ କେଉଁଠି ରଖାଯିବା ଉଚିତ୍‌।

- ଗାଧୁଆ ଘରକୁ ପୂର୍ବ ଅବା ପୂର୍ବ-ଆଗ୍ନେୟ କୋଣରେ ନିର୍ମାଣ କରିବା ଉଚିତ୍‌। ସ୍ଥାନର ଅଭାବ ଥିଲେ ଦକ୍ଷିଣ ଅବା ପଶ୍ଚିମ ଦିଗରେ ଗାଧୁଆ ଘର ନିର୍ମାଣ କରନ୍ତୁ।

- ଶୟନ କକ୍ଷକୁ ଲଗାଇ ଗାଧୁଆ ଘର ନିର୍ମାଣ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶୟନ କକ୍ଷରେ ଶୋଉଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ସହ ହୃଦ୍‌ ରୋଗ ଓ ମାନସିକ ରୋଗ ହେବାର ସମ୍ଭାବନା ରହିଥାଏ।

- ଗାଧୁଆ ଘରର କବାଟ ପୂର୍ବ ଅବା ଉତ୍ତର ଦିଗ ଆଡ଼କୁ ମୁହଁ କରି ଲଗାନ୍ତୁ।

- ଗାଧୁଆ ଘରେ ଦ୍ୱାର ସମ୍ମୁଖରେ ବା କବାଟକୁ ମୁହଁ କରି ଦର୍ପଣ ଲଗାନ୍ତୁ ନାହିଁ।

- ରୋଷଇ ଘର ସମ୍ମୁଖରେ ଗାଧୁଆ ଘର କରନ୍ତୁ ନାହିଁ।

- ଗିଜର୍, ୱାଟର୍‌ ହିଟର୍‌, ସ୍ୱିଚ୍‌ ବୋର୍ଡ ଓ ୱାଶିଂ ମେସିନ୍‌ ଆଦିକୁ ଗାଧୁଆ ଘରେ ରଖୁଥିଲେ, ଦକ୍ଷିଣ-ପୂର୍ବ ଦିଗକୁ ମୁହଁ କରି ରଖନ୍ତୁ।

- ଗାଧୁଆ ଘର କାନ୍ଥରେ ଧଳା ଓ ହାଲ୍‌କା ନୀଳ ରଙ୍ଗ ଦିଅନ୍ତୁ। ଗାଧୁଆ ଘରେ ଆଦୌ ଗାଢ଼ ରଙ୍ଗ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଅଶାନ୍ତି ବୃଦ୍ଧି ପାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos