ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ ଅବସରରେ ଆସନ୍ତା ସୋମବାର (ସେପ୍ଟେମ୍ବର ୯ ତାରିଖ)ରେ ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ ସଂସ୍ଥା ମଧ୍ୟ ବନ୍ଦ ରହିବ। ସମସ୍ତ ବ୍ୟାଙ୍କ ଛୁଟି ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି।
କିଛି ଦିନ ପୂର୍ବରୁ ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଚଳିତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ନୂଆଁଖାଇ ପଡୁଛି।
Also Read
ତେବେ ସେହିଦିନ ରବିବାର ଦିବସ ହୋଇଥିବାରୁ ୯ ତାରିଖକୁ ଅର୍ଥାତ୍ ଆସନ୍ତା ସୋମବାରକୁ ମୁଖ୍ୟମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ କୋର୍ଟ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ପିଏମ୍ ସୂର୍ଯ୍ୟ ଘର ଯୋଜନା: ଓଡ଼ିଶାରେ ୪ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବ ଟାଟା ପାୱାର, ନିଜସ୍ୱ ସୋଲାର ମଡ୍ୟୁଲକୁ ପ୍ରାଥମିକତା
ରାଜ୍ୟରେ ଗ୍ରୀନ୍ ଏନର୍ଜିର ଉପଯୋଗ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦକ୍ଷ ମାନବ ସମ୍ବଳ ବିକଶିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ରାଜ୍ୟରେ ୪ଟି ଦକ୍ଷତା ବିକାଶ କେନ୍ଦ୍ର(ଟାଟା ପାୱାର ସ୍କିଲ ଡେଭଲପମେଂଟ ଇନଷ୍ଟିଚ୍ୟୁଟ) ନିର୍ମାଣ କରାଯାଉଛି । ଟାଟା ପାୱାର ନିଜର ସମସ୍ତ ୪ଟି ବଂଟନକାରୀ କମ୍ପାନୀ ଅଧୀନରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲି ସୌରଶକ୍ତି ସ୍ଥାପନା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ଆସନ୍ତା ବର୍ଷକ ମଧ୍ୟରେ ୧୨ହଜାରରୁ ଅଧିକ ଲୋକଙ୍କୁ ତାଲିମ ଦେବାକୁ ଯୋଜନା କରିଛି ।

Business
ମହଙ୍ଗା ମାଡ଼ରୁ ମିଳିବ ଆଶ୍ୱସ୍ତି: ଶସ୍ତା ହେବ ଘିଅ, ସାବୁନ, କପଡ଼ା ସମେତ ଏହି ସବୁ ଜିନିଷ!
ବର୍ତ୍ତମାନ ୧୨% ଜିଏସ୍ଟି ସ୍ଲାବ ମଧ୍ୟରେ ଥିବା ଅଧିକାଂଶ ଦ୍ରବ୍ୟକୁ ସାଧାରଣ ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛନ୍ତି।

National
ଜିଏସଟି : ସଫଳତାର ୮ ବର୍ଷ
ମାତ୍ର ଆଠ ବର୍ଷ ମଧ୍ୟରେ, ଜିଏସଟି, ୧୭ଟି କର ଏବଂ ୧୩ଟି ସେସକୁ ଏକୀକୃତ କରି, ଏକ ସୁଗମ ଜାତୀୟ ବଜାର ସୃଷ୍ଟି କରିପାରିଛି, ସରଳୀକୃତ ଅନୁପାଳନ, ଡିଜିଟାଇଜଡ୍ କର ବ୍ୟବସ୍ଥା, କରଦାତା ଆଧାରକୁ ବିସ୍ତାର କରିଥିଲା ଏବଂ ସହଯୋଗମୂଳକ ସଂଘୀୟତାକୁ ସୁଦୃଢ଼ କରିଥିଲା।

Business
ରାଜ୍ୟରେ ପ୍ରଥମ କ୍ୟାପଟିଭ ଜେଟି: ଜଟାଧାର ମୁହାଣରେ ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ସହ ଏମଓୟୁ
ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜଟାଧାର ମୁହାଣଠାରେ ଏକ କ୍ୟାପଟିଭ୍ ଜେଟି ନିର୍ମାଣ ପାଇଁ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରିହାତି ଚୁକ୍ତିନାମା ସ୍ୱାକ୍ଷର(ଏମଓୟୁ) ହୋଇଛି ।

National
ସକ୍ଷମ ବ୍ୟବସାୟ, ସଶକ୍ତ ବିକାଶ
ଏହି ସଫଳତାଗୁଡ଼ିକ ଆକସ୍ମିକ ନୁହେଁ, ଏଗୁଡ଼ିକ ଢାଞ୍ଚାଗତ ସଂସ୍କାର, ଡିଜିଟାଇଜେସନ୍ ଏବଂ ଏକ ଉଦ୍ୟୋଗର ଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ, ଅନ୍ତର୍ଭୁକ୍ତିକରଣ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ବ୍ୟବସାୟିକ ସୁଗମତାକୁ ଉନ୍ନତ କରିବା ପାଇଁ ଏକ ନିରନ୍ତର ପ୍ରତିବଦ୍ଧତାର ଫଳାଫଳ।