ଗୁଗଲ ଉପରେ ପୁଣି ଲାଗିଲା ୯୩୬ କୋଟିର ଫାଇନ

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଗୁଗଲର ମନମୁଖୀ କାମକୁ ବନ୍ଦ କରିବା ପାଇଁ ଭାରତର ପ୍ରତିଯୋଗିତା ଆୟୋଗ ବା ସିସିଆଇ ପୁଣିଥରେ ସଂସ୍ଥା ଉପରେ ଜୋରିମାନା ଲଗାଇଛି। ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି। ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ। ଏହାପୂର୍ବରୁ ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା। […]

google

google

Hemant Lenka
  • Published: Tuesday, 25 October 2022
  • Updated: 25 October 2022, 07:43 PM IST

ନୂଆଦିଲ୍ଲୀ: ସର୍ଚ୍ଚ ଇଞ୍ଜିନ୍ ଗୁଗଲର ମନମୁଖୀ କାମକୁ ବନ୍ଦ କରିବା ପାଇଁ ଭାରତର ପ୍ରତିଯୋଗିତା ଆୟୋଗ ବା ସିସିଆଇ ପୁଣିଥରେ ସଂସ୍ଥା ଉପରେ ଜୋରିମାନା ଲଗାଇଛି। ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି।

ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ। ଏହାପୂର୍ବରୁ ୭ ଦିନ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା। ଏହାର ଅର୍ଥ ଗୁଗଲ ଉପରେ ମୋଟ ୨୩ଶହ କୋଟି ଟଙ୍କା ଜୋରିମାନା ଲାଗୁ କରାଯାଇ ସାରିଲାଣି।

ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ସେଗମେଣ୍ଟରେ ଏହାର ଦୃଢ଼ ବଜାର ସ୍ଥିତିକୁ ସଂସ୍ଥା ଅପବ୍ୟବହାର କରୁଥିବାରୁ ୧୩୩୮ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା। ଏଥିସହ ବେଆଇନ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ମଧ୍ୟ ସିସିଆଇ ଗୁଗଲକୁ ନିର୍ଦ୍ଦେଶ ଦେଇଥିଲା।


ସିସିଆଇ କହିଛି ଯେ ଦ୍ୱିତୀୟ ମାମଲାରେ ଏପରି ଜୋରିମାନା ହୋଇଛି। ୨୦୨୦ର କେସ୍‌ ନଂ ୭, ୨୦୨୧ର ୧୪ ଓ ୨୦୨୧ର ୩୫ ନଂ ମାମଲାରେ ସିସିଆଇ ଗୁଗଲ ଉପରେ ଆର୍ଥିକ ଜୋରିମାନା ୯୩୬.୪୪ କୋଟି ଲାଗୁ କରିଛି। ପ୍ଲେ ଷ୍ଟୋର ନିତୀରେ ଗୁଗଲ ତା’ର ଅଣ ବ୍ୟବସାୟିକ ଆଚରଣ ପ୍ରଦର୍ଶନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos