ଖାଉଟିଙ୍କୁ ଝଟ୍କା। ପୁଣି ବଢ଼ିଲା ଗ୍ୟାସ୍ ସିଲିଣ୍ଡର ଦର। ବର୍ଷର ଶେଷ ମାସର ପ୍ରଥମ ଦିନରେ ପୁଣିଥରେ ମହଙ୍ଗା ମାଡ଼ ବାଜିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍ ତଥା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି।
ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ସିଲିଣ୍ଡର ପିଛା ଦାମ୍ ଦିଲ୍ଲୀରେ ୧୮୧୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍ ୧୯୨୭, ମୁମ୍ବାଇରେ ୧୭୭୧ ଓ ଚେନ୍ନାଇରେ ୧୯୮୦.୫୦ ଟଙ୍କାରେ ପହଞ୍ଚିଛି।
Also Read
ଲଗାତର ପଞ୍ଚମଥର ପାଇଁ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି। ଗତ ମାସରେ ମଧ୍ୟ କମର୍ସିଆଲ୍ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ୬୨ଟଙ୍କା ଘଟିଥିଲା। ଏହାପୂର୍ବରୁ ଅକ୍ଟୋବରରେ ୪୮.୫୦, ସେପ୍ଟେମ୍ବରରେ ୩୯ ଏବଂ ଅଗଷ୍ଟରେ ୬.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।
ତେବେ ଘରୋଇ ସିଲିଣ୍ଡର ତଥା ୧୫ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରାଯାଇନାହିଁ। ଏହାର ଦାମ୍ ୮୩୦ ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଷ୍ଟାର୍ଟଅପ୍ ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟରେ ହେବ ନୂଆ ପାଣ୍ଠି
ବଜେଟ୍ ଅଭିଭାଷଣରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ବିକଳ୍ପ ନିବେଶ ପାଣ୍ଠି (ଏଆଇଏଫ୍)କୁ ୯୧,୦୦୦ କୋଟିରୁ ଅଧିକ ପ୍ରତିଶ୍ରୁତି ମିଳିଛି। ଏଥିପାଇଁ ପ୍ରତିଷ୍ଠିତ ପାଣ୍ଠିକୁ ୧୦,୦୦୦ କୋଟି ଟଙ୍କାର ସରକାରୀ ଅନୁଦାନ ପ୍ରଦାନ କରାଯାଇଛି।

National
ବଦଳିବ ସାତ ସୀମା ଶୁଳ୍କ ହାର, ବଢ଼ିବ ଶିଳ୍ପ ଓ ବ୍ୟବସାୟ
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ସୀମା ଶୁଳ୍କ ହାରକୁ ଯୁକ୍ତିଯୁକ୍ତ କରିବା ଏବଂ ଶୁଳ୍କ ସଂଶୋଧନର ସମାଧାନ ଉପରେ ଧ୍ୟାନ ଦେବା ପ୍ରସ୍ତାବ ଉପରେ ଗୁରୁତ୍ୱ ଦିଆଯାଇଛି।
Business
କେନ୍ଦ୍ର ଟିକସରୁ ଓଡ଼ିଶାକୁ ମିଳିବ ୬୪୪୦୮କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ
ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ୧୫.୫୦ଲକ୍ଷ କୋଟି ଟଙ୍କାର କ୍ୟାପିଟାଲ ଇନଭେଷ୍ଟମେଂଟର ପ୍ରାବଧାନ କରାଯାଇଛି ।

Business
ବଜେଟ୍: ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼, ଜାଣନ୍ତୁ କ’ଣ ଶସ୍ତା ହେଲା ଓ କାହାର ଦର ବଢ଼ିଲା
ପୂର୍ବରୁ ରାଜକୋଷ ଭରିବା ପାଇଁ ବଜେଟ କରାଯାଉଥିଲା। ଏବେ ଠିକ୍ ତାର ଓଲଟା କରାଯାଇଛି। ସାଧାରଣ ଓ ମଧ୍ୟବିତ୍ତ ଲୋକଙ୍କ ପକେଟ ଭରିବା ପାଇଁ ଏହି ବଜେଟ କରାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Business
ତଣ୍ଡ ଗଣିବ ରାଜ୍ୟ ସମବାୟ ବ୍ୟାଙ୍କ, ଜୋରିମାନା ଲଗାଇଲେ ରିଜର୍ଭ ବ୍ୟାଙ୍କ
ବ୍ୟାଙ୍କିଙ୍ଗ୍ ରେଗୁଲେସନ ଆକ୍ଟ-୧୯୪୯ର ଧାରା-୨୬(କ) ଓ ଧାରା ୯ରେ ପ୍ରାବଧାନକୁ ଅନୁପାଳନ କରିବାରେ ବିଫଳ ଥିବା ଯୋଗୁ ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ୪ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଛନ୍ତି ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ।