ରାତି ଅଧରେ ଖଳାରୁ ଧାନ ଚୋରି କରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ ଚୋର। ହେଲେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଗଲେ। ଚୋରମାନଙ୍କୁ କାବୁ କରି ପୁଲିସ ଜିମାରେ ଦେଇଛନ୍ତି ଗ୍ରାମବାସୀ। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ। ଅଭିୟୁକ୍ତମାନେ ସମ୍ବଲପୁର ଜୁଜୁମୁରା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ନାବାଳକ ଅଛନ୍ତି।
ଚାଷୀମାନେ କ୍ଷେତରୁ ଧାନ ଆଣି ଅମଳକରି ତାକୁ ଖଳାରେ ରଖିଛନ୍ତି। ଗତକାଲି ରାତିରେ ୮ ଜଣ ଚୋର ଏକ ମିନି ଟ୍ରକ୍ ଆଣି ଖଳାରେ ଥିବା ଧାନକୁ ଗାଡ଼ିରେ ଲଦି ନେବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଗ୍ରାମବାସୀ ଚୋରମାନଙ୍କୁ କାବୁ କରିଥିଲେ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚୋରମାନଙ୍କୁ ନିଜ ହେପାଜତକୁ ପଚରାଉଚରା କରିବା ସହ ଟ୍ରକକୁ ଜବତ କରିଛି।
Also Read
ସୂଚନାଯୋଗ୍ୟ, କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଚୋରମାନେ ଉତ୍ପାତ ଚଳାଇଥିବା ବେଳେ ମିନିଟ୍ରକରେ ବୋହି ଧାନ ନେଇଯାଉଥିବା ଅଭିଯୋଗ ଆସିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଛୁଟି ନ ମିଳିବାରୁ କାହିଁକି ୪ ସହକର୍ମୀଙ୍କୁ ଛୁରୀ ଭୁଷି ଦେଲେ ସରକାରୀ କର୍ମଚାରୀ?
ରକ୍ତ ଭିଜା ଛୁରୀ ଧରି ରାସ୍ତାରେ ବୁଲୁଥିବା ସରକାରୀ କର୍ମଚାରୀ ଜଣଙ୍କ ହେଲେ ଅମିତ କୁମାର ସରକାର। ସେ କାନ୍ଧରେ ଗୋଟିଏ ବ୍ୟାଗ ପକାଇଥିବା ବେଳେ ବାମ ହାତରେ ଆଉ ଗୋଟିଏ ବ୍ୟାଗ ଧରିଥିଲେ। ତାଙ୍କ ଡାହାଣ ହାତରେ ରକ୍ତ ଲଗା ଛୁରୀ ରହିଥିଲା।

Crime
ଖସିଯାଉନାହାନ୍ତି ତ ବଡ଼ମୁଣ୍ଡ: କିଏ ସେ ୭ କର୍ମଚାରୀ, ଯାହାଙ୍କଠୁ ମିଳିଛି କୋଟିଏରୁ ଅଧିକ ନଗଦ ଟଙ୍କା
୨୦୧୬ ଫେବୃୟାରୀ ୨ ତାରିଖରେ ଆଠଗଡ଼ର ତତକାଳୀନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ୧.୦୧କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଥିଲା । ତା’ପରେ ୨୦୨୨ ମସିହାରେ ୪ଜଣ, ୨୦୨୩ରେ ୨ଜଣ ଓ ୨୦୨୫ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଭିଜିଲାନ୍ସ ଚଢ଼ଉ କରି କୋଟିଏରୁ ଅଧିକ ପରିମାଣର ନଗଦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ।

Crime
ସେକ୍ସ ବେଳେ କାହିଁକି ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କଲେ ମହିଳା?
ଇକବାଲ ତାଙ୍କୁ ବାରମ୍ବାର ବ୍ଲାକମେଲ କରି ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ତାଙ୍କୁ ମାରି ଦେଇଛନ୍ତି।

Crime
ମହିଳାଙ୍କୁ ମାରି ଜେଲ ଯାଇଥିଲା, ୫ ବର୍ଷ ପରେ କାହିଁକି ସ୍ୱାମୀ ଓ ତାଙ୍କ ମା’ଙ୍କୁ ମାରିଲା?
୨୦୧୯ରେ ସେ ସୁଧାକରନଙ୍କ ପତ୍ନୀ ସଞ୍ଜିତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ସେ ଜେଲ ଯାଇଥିଲା। ଜେଲରୁ ୫ ବର୍ଷ ପରେ ବାହାରିବା ପରେ ସଞ୍ଜିତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରିଛି।

Crime
ସୁଟକେସ୍ ଭିତରୁ ପୋଡ଼ା ମୃତଦେହ ପାଇଥିବା ପୁଲିସ୍ କେମିତି ହତ୍ୟାକାରୀ ପାଖରେ ପହଞ୍ଚିଲା?
ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।