Advertisment

ବରିଷ୍ଠ ସେବାୟତ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ଆଉ ଜଣେ ନିଲମ୍ବିତ

ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Puri Temple

Puri Temple

Advertisment

ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାଙ୍କ ନାଁ ଅମ୍ରିତାଂଶୁ ସାମନ୍ତରା।

Advertisment

ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ ଭାବେ ରାବିଡ଼ି ବିକ୍ରିକୁ ବିରୋଧ କରିବାରୁ ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଅମ୍ରିତାଂଶୁ ଓରଫ ଜୁଝି ସମ୍ପୃକ୍ତ ଥିବା ନେଇ ପୁରୀ ପୁଲିସ ସୂଚନା ଦେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଇଛି। ତାଙ୍କୁ ନିଲମ୍ବନ କରାଯିବା ସହ ଶ୍ରୀମନ୍ଦିର ଭିତରେ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।

ଏହି ଘଟଣା ଗତମାସରେ ପନ୍ତିବଡ଼ୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ତାଙ୍କ ପ୍ରବେଶ ଉପରେ ବି ନିଷିଦ୍ଧାଦେଶ ଜାରି କରାଯାଇଛି।

Advertisment
Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe