ଅବକାରୀ ବିଭାଗ ଓ ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ନିଶାଦ୍ରବ୍ୟ ବେପାରୀ। ଛୁଆମାନଙ୍କ ଖେଳନା, କଣ୍ଢେଇ ଓ ଖେଳନା ଟିଫିନ୍ ବାକ୍ସରେ ଚାଲାଣ କରୁଥିଲେ ଗଞ୍ଜେଇ, ଯାହାର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ।
ଅହମଦାବାଦ କ୍ରାଇମବ୍ରାଞ୍ଚ ପୁଲିସ, କଷ୍ଟମ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଏଥିସହ ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
Also Read
ସୂଚନା ଅନୁସାରେ, ଜବତ ହୋଇଥିବା ଗଞ୍ଜେଇ କାନାଡା, ଆମେରିକା ଏବଂ ଥାଇଲ୍ୟାଣ୍ଡରେ ଉତ୍ପାଦନ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି କି, ଗଞ୍ଜେଇ ବିଦେଶ ଡାକ ମାଧ୍ୟମରେ ପଠା ଯାଇଥିଲା। ଅହମଦାବାଦର ବିଦେଶ ଡାକକୁ ଆସିଥିବା ପାର୍ସଲ ତଦନ୍ତ ସମୟରେ ମାମଲାର ପର୍ଦ୍ଦାଫାସ୍ ହୋଇଛି।
ତଦନ୍ତ ପରେ ଖେଳନା ଟିଫିନ୍ ବାକ୍ସ ଓ କଣ୍ଢେଇରୁ ଗଞ୍ଜେଇ ମିଳିଥିଲା। ପାର୍ସଲ ଭିତରେ ହାଇବ୍ରିଡ୍ ଓ ସିନ୍ଥେଟିକ ଗଞ୍ଜେଇ ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସୁନା ଦୋକାନରେ ପଶି ମାଲିକଙ୍କୁ ଗୁଳି କଲେ
କୁଣ୍ଢେଇହାଟ ତିନି ଛକି ବଜାରରେ ରହିଛି ନିରଞ୍ଜନ ସାହୁଙ୍କ ଅଳଙ୍କାର ଦୋକାନ। ଆଜି ସନ୍ଧ୍ୟା ବେଳେ ସେ ଦୋକାନରେ ବସିଥିଲେ। ଠିକ୍ ସେତିକି ବେଳେ କୋଣାର୍କ ପର୍ଶ୍ୱରୁ ୨ ଜଣ ଯୁବକ ମାସ୍କ ପିନ୍ଧି ଏକ ନମ୍ବର ବିହୀନ ହୋଣ୍ଡା ସାଇନ ବାଇକ୍ରେ ଦୋକାନ ପାଖରେ ବାଇକ୍ ରଖିଥିଲେ।
Crime
ସାବଧାନ! ‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଆକାଉଣ୍ଟ ସଫା କରିବାକୁ ମାତିଲେଣି ସାଇବର ଠକ, ଲୁସି ହରାଇଲେ ୧୨ ହଜାର ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Crime
ସରକାରୀ ମଦ ଦୋକାନରେ ନକଲି ମଦ
ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ।
Crime
ଏତେ ମଦ ନଷ୍ଟ କରୁଛ, ମୋତେ ଗୋଟିଏ ବୋତଲ ଦିଅ...
ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା।
Crime
ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ ପ୍ରମୋଦ ଭଗତ !
ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ଅଭିଯୋଗ ।