ବାପାର ବୋମା ମାଡ଼ରେ ସାନ ପୁଅର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାହାସପୁର ଶାନ୍ତିନଗରରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଦିବ୍ୟସିଂହ ରାଉତରାୟ। ବାପା ଶଠ ରାଉତରାୟ ଓ ବଡ଼ ପୁଅ ସୁବାଷ ରାଉତରାୟଙ୍କୁ ପୁଲିସ ଅଟକ ରଖିଛି।
ଜମିବାଡ଼ିକୁ ନେଇ ସୁବାଷ ସହ ତାଙ୍କ ବପାଙ୍କର ବିବାଦ ଲାଗିଥିଲା। ଆଜି ଶଠ ଓ ତାଙ୍କ ସାନ ପୁଅ ଦିବ୍ୟସିଂହ ବଡ଼ ପୁଅକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ବଡ଼ ପୁଅ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ଗ୍ରୀଲ ଉପରେ ବାଜି ଛିଟିକି ଆସି ସାନପୁଅ ଦେହରେ ବାଜିଥିଲା। ଘଟଣା ସ୍ଥଳରେ ହିଁ ସାନପୁଅ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ବୋମାମାଡ଼ରେ ବଡ଼ପୁଅ ସାମାନ୍ୟ ଆହତ ହୋଇଛନ୍ତି।
ଘଟଣାସ୍ଥଳରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି। । ଜମିବାଡ଼ି ବିବାଦକୁ ନେଇ ଏହି ଘଟଣା ଘଟିଥିବା ଜଣାଯାଇଛି। ପୁଲିସ ବାପା ଓ ବଡ଼ ପୁଅକୁ ଅଟକ ରଖି ପଚରାଉଚରା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଫେରାର ହୋଇଯାଇଥିବା କହିଥିଲେ ଶାଶୁ ଘର ଲୋକ, କିନ୍ତୁ ସିମେଣ୍ଟ ସ୍ଲାବ ତଳୁ ମିଳିଲା ମହିଳାଙ୍କ ମୃତଦେହ
ଡ୍ରେନ ମରାମତି ପାଇଁ ପ୍ରାୟ ୨ ମାସ ତଳେ ଖୋଳାଖୋଳି କାମ ଚାଲିଥିଲା। ଏତିକି ବେଳେ ତନୁଙ୍କୁ ସେଠାରେ ପୋତି ଦିଆଯାଇଥିବା ପୁଲିସ୍ ସନ୍ଦେହ କରୁଛି।

Crime
ଗୋପାଳପୁର ଗଣଦୁଷ୍କର୍ମ ମନେ ପକାଇ ଦେଲା ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା, ଏଯାଏଁ ମିଳିନି ନ୍ୟାୟ
ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିଲେ ହେଁ ନ୍ୟାୟ ପାଇପାରି ନାହାନ୍ତି। ପୁଅକୁ ଝୁରି ଏବେ ବି ସେ କାନ୍ଦି ପକାନ୍ତି।

Crime
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା, ଗିରଫ ହେବେ କି?
ବାରମ୍ବାର ସମନ ସତ୍ତ୍ୱେ ବିଷ୍ଣୁପଦ ସେଠୀ ହାଜର ନହେବାରୁ ଗତ ଫେବୃଆରୀ ମାସରେ ସିବିଆଇର ୮ ଜଣିଆ ଟିମ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅନେକ କାଗଜପତ୍ର ଯାଞ୍ଚ କରିଥିଲା।

Crime
ହାଇକୋର୍ଟ ଗଲେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିବା ଆଇଏଏସ ଧୀମନ ଚକମା
୨୦୨୪ ଜାନୁଆରୀରୁ ସେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।

National
ଯାହାକୁ ବାହା ହୋଇଥା’ନ୍ତା ପୁଅ, ତାକୁ ବାହା ହୋଇଗଲେ ବାପା
ସ୍ୱାମୀଙ୍କୁ ସନ୍ଦେହ କରିଥିଲେ ସ୍ତ୍ରୀ। କାରଣ ଘଣ୍ଟା ଘଣ୍ଟା ଧରି ସେ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍ରେ କଥା ହେଉଥିଲେ।