ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ। କିଏ ଚୋରା ମଦ କାରବାର କରୁଛନ୍ତି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛନ୍ତି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇକୁ ନେଇ ବେପାର କରୁଛନ୍ତି। ଏପରି ଅଫିସର ମଧ୍ୟ ଅଛନ୍ତି ଯେଉଁମାନେ ଧଳା ଜହର ବେପାରୀଙ୍କଠାରୁ ମାସିକ ସେୟାର ନେଉଥିବା ପ୍ରମାଣ ଅବକାରୀ କମିଶନରଙ୍କ ହାତରେ ଲାଗିଛି।
Also Read
ଏଭଳି ପ୍ରମାଣ ପରେ ଆକ୍ସନ ମୋଡରେ ଅବକାରୀ କମିଶନର। ଆରମ୍ଭ ହୋଇଛି ସଫେଇ ଅଭିଯାନ। ବର୍ଷକ ମଧ୍ୟରେ ୮ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ୨୦ ଜଣଙ୍କୁ ନିଲମ୍ବିତ କରିଛି ବିଭାଗ। ଚାକିରିରୁ ବହିଷ୍କୃତ ବାଲେଶ୍ୱର ଅବକାରୀ କନଷ୍ଟେବଳ ଭାବେ କାମ କରୁଥିବା ରାଜୀବ କୁମାର ଭଞ୍ଜଙ୍କ ବିରୋଧରେ ମିଳିଥିବା ପ୍ରମାଣ ସମସ୍ତଙ୍କ ହୋସ୍ ଉଡାଇ ଦେବ। ନାମକୁ ମାତ୍ର କନଷ୍ଟେବଲ ଥିଲେ ରାଜୀବ। ହେଲେ ବାସ୍ତବରେ ସେ ଉତ୍ତର ଓଡ଼ିଶାର ସବୁଠାରୁ ବଡ଼ ଚୋରା ଦେଶୀ ଓ ବିଦେଶୀ ମଦ ସପ୍ଲାଏର ବୋଲି ପ୍ରମାଣ ପାଇଛନ୍ତି ଅବକାରୀ କମିଶନର। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଛୁଟି ନ ମିଳିବାରୁ କାହିଁକି ୪ ସହକର୍ମୀଙ୍କୁ ଛୁରୀ ଭୁଷି ଦେଲେ ସରକାରୀ କର୍ମଚାରୀ?
ରକ୍ତ ଭିଜା ଛୁରୀ ଧରି ରାସ୍ତାରେ ବୁଲୁଥିବା ସରକାରୀ କର୍ମଚାରୀ ଜଣଙ୍କ ହେଲେ ଅମିତ କୁମାର ସରକାର। ସେ କାନ୍ଧରେ ଗୋଟିଏ ବ୍ୟାଗ ପକାଇଥିବା ବେଳେ ବାମ ହାତରେ ଆଉ ଗୋଟିଏ ବ୍ୟାଗ ଧରିଥିଲେ। ତାଙ୍କ ଡାହାଣ ହାତରେ ରକ୍ତ ଲଗା ଛୁରୀ ରହିଥିଲା।

Crime
ଖସିଯାଉନାହାନ୍ତି ତ ବଡ଼ମୁଣ୍ଡ: କିଏ ସେ ୭ କର୍ମଚାରୀ, ଯାହାଙ୍କଠୁ ମିଳିଛି କୋଟିଏରୁ ଅଧିକ ନଗଦ ଟଙ୍କା
୨୦୧୬ ଫେବୃୟାରୀ ୨ ତାରିଖରେ ଆଠଗଡ଼ର ତତକାଳୀନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ଭିଜିଲାନ୍ସ ୧.୦୧କୋଟି ଟଙ୍କାର ନଗଦ ଅର୍ଥ ଜବତ କରିଥିଲା । ତା’ପରେ ୨୦୨୨ ମସିହାରେ ୪ଜଣ, ୨୦୨୩ରେ ୨ଜଣ ଓ ୨୦୨୫ ମସିହାରେ ଜଣେ ସରକାରୀ କର୍ମଚାରୀଙ୍କ ଘରୁ ଭିଜିଲାନ୍ସ ଚଢ଼ଉ କରି କୋଟିଏରୁ ଅଧିକ ପରିମାଣର ନଗଦ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ।

Crime
ସେକ୍ସ ବେଳେ କାହିଁକି ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କଲେ ମହିଳା?
ଇକବାଲ ତାଙ୍କୁ ବାରମ୍ବାର ବ୍ଲାକମେଲ କରି ସେକ୍ସ କରିବାକୁ ବାଧ୍ୟ କରୁଥିଲେ। ଏଥିରେ ବିରକ୍ତ ହୋଇ ସେ ତାଙ୍କୁ ମାରି ଦେଇଛନ୍ତି।

Crime
ମହିଳାଙ୍କୁ ମାରି ଜେଲ ଯାଇଥିଲା, ୫ ବର୍ଷ ପରେ କାହିଁକି ସ୍ୱାମୀ ଓ ତାଙ୍କ ମା’ଙ୍କୁ ମାରିଲା?
୨୦୧୯ରେ ସେ ସୁଧାକରନଙ୍କ ପତ୍ନୀ ସଞ୍ଜିତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ସେ ଜେଲ ଯାଇଥିଲା। ଜେଲରୁ ୫ ବର୍ଷ ପରେ ବାହାରିବା ପରେ ସଞ୍ଜିତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରିଛି।

Crime
ସୁଟକେସ୍ ଭିତରୁ ପୋଡ଼ା ମୃତଦେହ ପାଇଥିବା ପୁଲିସ୍ କେମିତି ହତ୍ୟାକାରୀ ପାଖରେ ପହଞ୍ଚିଲା?
ସୁଟକେସ ଭିତରୁ ମିଳିଥିବା ପୋଡ଼ା ମୃତଦେହର ତଦନ୍ତ କରିବା ବେଳେ ପୁଲିସ୍ ଲିଭ ଇନରୁ ଆରମ୍ଭ ହୋଇଥିବା କାହାଣୀ କେମିତି ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା, ସେକଥା ଜାଣି ପାରିଛି।