୨୪ ବର୍ଷୀୟ ଯୁବତୀଙ୍କୁ ଫାଶୀ ଦଣ୍ଡ, ପ୍ରେମିକଙ୍କୁ ଘରକୁ ଡାକି କରିଥିଲେ ଏମିତି କାମ

ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।

Kerala

ଗ୍ରୀଷ୍ମା ଓ ରାଜ (ଫାଇଲ ଫଟୋ)

Hemant Lenka
  • Published: Monday, 20 January 2025
  • Updated: 20 January 2025, 05:29 PM IST

Sports

Latest News

ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ଆଉ ଗୋଟିଏ ପିଲା ସହ ଠିକ ହେବାରୁ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକା। ଏଥିପାଇଁ କରିଥିଲେ ଷଡ଼ଯନ୍ତ୍ର। ନିଜ ଠାରୁ ଗୋଟିଏ ବର୍ଷ ସାନ ପୁଅକୁ ପ୍ରେମ କରୁଥିବା ପ୍ରେମିକା ଜଣଙ୍କ ବେଶ ଶ୍ରଦ୍ଧାରେ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଆୟୁର୍ବେଦିକ ପାନୀୟ ନାଁରେ ବିଷ ମିଶାଇ ପିଆଇ ଦେଇଥିଲେ।

ବାସ୍‌ ୧୧ ଦିନ ଧରି ଜୀବନ ସହ ସଂଘର୍ଷ କରିବା ଶେଷରେ ଆଖି ବୁଜିଥିଲେ ପ୍ରେମିକ। ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ ଆଜି କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।

୨୦୨୨ରେ କେରଳ ୨୪ ବର୍ଷୀୟ ଗ୍ରୀଷ୍ମା ତାଙ୍କର ୨୩ ବର୍ଷୀୟ ପ୍ରେମିକ ଶାରୋନ ରାଜଙ୍କ ସହ ଗଢ଼ିଥିବା ପ୍ରେମକୁ ସବୁଦିନ ପାଇଁ ଶେଷ କରିବା ଉଦ୍ଦେଶ୍ୟରେ ହତ୍ୟା ଭଳି ଜଘନ୍ୟକାଣ୍ଡ ଭିଆଇଥିଲେ। କେରଳର ଗୋଟିଏ ସ୍ଥାନୀୟ କୋର୍ଟ ଗତ ସପ୍ତାହରେ ଗ୍ରୀଷ୍ମା ଓ ତାଙ୍କ ମାମୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଗ୍ରୀଷ୍ମାଙ୍କୁ ମୃତ୍ୟୁ ଦଣ୍ଡ ଓ ତାଙ୍କ ମାମୁଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Also Read

ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବା ବେଳେ କୋର୍ଟ ଦୋଷୀର ବୟସକୁ ଆଦୌ ବିଚାରକୁ ନେଇ ନଥିଲେ। କୋର୍ଟର ବିଚାରପତି ମାମଲାକୁ ବିରଳରୁ ଅତି ବରିଳ ବୋଲି ଅବିହିତ କରିଥିଲେ। ଗ୍ରୀଷ୍ମା ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଟଭୂମି ଓ ବାପା ମା’ଙ୍କ ଏକମାତ୍ର ଝିଅ ହେବାର ଗୁହାରୀ ଲଗାଇଥିଲେ। ହେଲେ କୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।

ସରକାରୀ ଓକିଲ ଡିଜିଟାଲ ଓ ବିଜ୍ଞାନଭିତ୍ତିକ ପ୍ରମାଣ ଉପସ୍ଥାପନ କରି ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ। କୋର୍ଟ ପ୍ରମାଣ ସବୁ ଯାଞ୍ଚ କରିବା ପରେ ଗ୍ରୀଷ୍ମଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

ହତ୍ୟା ବ୍ୟତୀତ କୋର୍ଟ ଗ୍ରୀଷ୍ମାଙ୍କୁ ଅପହରଣ ଓ ପ୍ରମାଣ ନଷ୍ଟ କରିବା ସମେତ ଅନ୍ୟ କିଛି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ମାମୁ ନିର୍ମଳ କୁମାରନ ନାୟରଙ୍କୁ ପ୍ରାମଣ ନଷ୍ଟ କରିବା ପାଇଁ ୩ ବର୍ଷର ସଶ୍ରମ କାରାଦଣ୍ଡ ମିଳିଛି। ତେବେ ପ୍ରମାଣ ଅଭାବରୁ ଗ୍ରୀଷ୍ମାଙ୍କ ମା’ଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ପୂରା ଘଟଣା ୨୦୨୨ ମସିହା ଅକ୍ଟୋବର ୧୪ରେ ଘଟିଥିଲା। ଘଟଣା ଦିନ ଗ୍ରୀଷ୍ମା ପ୍ରେମିକ ରାଜଙ୍କୁ ନିଜ ଘରକୁ ଡାକିଥିଲେ। ଘରକୁ ଡାକି ସେ ନିଜ ହାତରେ ତାଙ୍କୁ ହର୍ବଲର ସ୍ୱତନ୍ତ୍ର କାଢ଼ା ପିଇବାକୁ ଦେଇଥିଲେ। ପ୍ରେମିକା ଉପରେ ବିଶ୍ୱାସ ଓ ଭରସା କରି ରାଜ ମଧ୍ୟ କାଢ଼ାକୁ ପିଇ ଦେଇଥିଲେ। କିନ୍ତୁ ଏଥିରେ ବିଷ ମିଶିଥିବା କଥା ତାଙ୍କୁ ଜଣା ନଥିଲା। ଅକ୍ଟୋବର ୨୫ରେ ହଠାତ୍‌ ରାଜ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଅଙ୍ଗପ୍ରତ୍ୟଙ୍ଗ ଫେଲ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପ୍ରକୃତରେ ଗ୍ରୀଷ୍ମାଙ୍କ ବାହାଘର ତାମିଲନାଡୁର ଜଣେ ଆର୍ମି ଅଫିସରଙ୍କ ସହ ଠିକ ହୋଇଥିଲା। ଏଥିପାଇଁ ସେ ରାଜଙ୍କ ସହ ସବୁ ସମ୍ପର୍କଚ୍ଛିନ୍ନ କରିବାକୁ ଚାହୁଁଥିଲେ। କିନ୍ତୁ ରାଜ ଏଥିରେ ରାଜି ହୋଇ ନଥିଲେ। ପୂର୍ବରୁ ମଧ୍ୟ ଗ୍ରୀଷ୍ମା ଗୋଟିଏ ଥର ରାଜଙ୍କୁ ମାରିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ଫଳ ରସରେ ପାରାସିଟାମଲ ଟାବଲେଟକୁ ମିଶାଇ ଦେଇଥିଲେ। ହେଲେ ଏହାର ଟେଷ୍ଟ ଖରାପ ଲାଗିବାରୁ ରାଜ ଏହାକୁ ପିଇ ନଥିଲେ। ଫଳରେ ଗ୍ରୀଷ୍ମାଙ୍କ ଯୋଜନା ଫେଲ ମାରି ଯାଇଥିଲା। ହେଲେ ଦ୍ୱିତୀୟ ପ୍ରୟାସରେ ସେ କାଢ଼ାରେ ବିଷ ମିଶାଇ ରାଜଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ।

ରାଜଙ୍କ ଘର ଥିରୁଅନନ୍ତପୁରମର ପାରାସାଲାରେ। ସେ ବିଏସ୍‌ସି ରେଡିଓଲୋଜିର ଛାତ୍ର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story