ଯୁବକଙ୍କୁ ହତ୍ୟା କରି ପୋଲ ତଳେ ଫିଙ୍ଗିଦେଲେ। କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କୁସୁପୁର ଗାଁର ପ୍ରମୋଦ ବେହେରା।
ଆଜି ସକାଳେ ପୋଲ ତଳେ ପ୍ରମୋଦଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇ ଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Also Read
ପ୍ରମୋଦଙ୍କୁ ହତ୍ୟା କରାଯାଇ ପୋଲ ତଳେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ପ୍ରମୋଦଙ୍କର କିପରି ମୃତ୍ୟୁ ଘଟିଲା, ତାର କାରଣ ଜଣାପଡ଼ିନାହିଁ। ମାହାଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଫେରାର ହୋଇଯାଇଥିବା କହିଥିଲେ ଶାଶୁ ଘର ଲୋକ, କିନ୍ତୁ ସିମେଣ୍ଟ ସ୍ଲାବ ତଳୁ ମିଳିଲା ମହିଳାଙ୍କ ମୃତଦେହ
ଡ୍ରେନ ମରାମତି ପାଇଁ ପ୍ରାୟ ୨ ମାସ ତଳେ ଖୋଳାଖୋଳି କାମ ଚାଲିଥିଲା। ଏତିକି ବେଳେ ତନୁଙ୍କୁ ସେଠାରେ ପୋତି ଦିଆଯାଇଥିବା ପୁଲିସ୍ ସନ୍ଦେହ କରୁଛି।

Crime
ଗୋପାଳପୁର ଗଣଦୁଷ୍କର୍ମ ମନେ ପକାଇ ଦେଲା ୧୭ ବର୍ଷ ତଳର ଆଶିଷ ହତ୍ୟା ଘଟଣା, ଏଯାଏଁ ମିଳିନି ନ୍ୟାୟ
ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ ଜଣେ ଅବସରପ୍ରାପ୍ତ ପୁଲିସ ହାବିଲଦାର ହୋଇଥିଲେ ହେଁ ନ୍ୟାୟ ପାଇପାରି ନାହାନ୍ତି। ପୁଅକୁ ଝୁରି ଏବେ ବି ସେ କାନ୍ଦି ପକାନ୍ତି।

Crime
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା, ଗିରଫ ହେବେ କି?
ବାରମ୍ବାର ସମନ ସତ୍ତ୍ୱେ ବିଷ୍ଣୁପଦ ସେଠୀ ହାଜର ନହେବାରୁ ଗତ ଫେବୃଆରୀ ମାସରେ ସିବିଆଇର ୮ ଜଣିଆ ଟିମ ତାଙ୍କ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ାଉ କରିବା ସହ ଅନେକ କାଗଜପତ୍ର ଯାଞ୍ଚ କରିଥିଲା।

Crime
ହାଇକୋର୍ଟ ଗଲେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଥିବା ଆଇଏଏସ ଧୀମନ ଚକମା
୨୦୨୪ ଜାନୁଆରୀରୁ ସେ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ।

National
ଯାହାକୁ ବାହା ହୋଇଥା’ନ୍ତା ପୁଅ, ତାକୁ ବାହା ହୋଇଗଲେ ବାପା
ସ୍ୱାମୀଙ୍କୁ ସନ୍ଦେହ କରିଥିଲେ ସ୍ତ୍ରୀ। କାରଣ ଘଣ୍ଟା ଘଣ୍ଟା ଧରି ସେ ଉକ୍ତ ଯୁବତୀଙ୍କ ସହିତ ଭିଡିଓ କଲ୍ରେ କଥା ହେଉଥିଲେ।