CISFରେ ୭୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ତଥା ସିଆଇଏସ୍‌ଏଫ୍‌ରେ ଖାଲି ପଡିଥିବା ୭୦୦ କନଷ୍ଟେବଳ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମଧ୍ୟମରେ ଆବେଦନ କରିପାରିବେ । ମୋଟ ପଦବୀ- ୭୮୭ ରୋଷେୟା-୩୦୪ କବଲର-୬ ଟେଲର୍‌-୨୭ ବାରବର୍‌-୧୦୨ ୱାସର ମ୍ୟାନ୍‌-୧୧୮ ସ୍ୱିପର୍‌-୧୯୯ ପେଣ୍ଟର୍‌-୧ ୱାର୍କର-୧୨ ପ୍ଲମ୍ବର-୪ ମାଳି-୩ ୱେଲ୍ଡର-୩ ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଇଚ୍ଛୁକ ପ୍ରାର୍ଥୀ […]

CISF

CISF

Madhupriya Mistry
  • Published: Monday, 14 November 2022
  • Updated: 14 November 2022, 12:26 PM IST

Sports

Latest News

ନୂଆଦିଲ୍ଲୀ: ସରକାରୀ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ତଥା ସିଆଇଏସ୍‌ଏଫ୍‌ରେ ଖାଲି ପଡିଥିବା ୭୦୦ କନଷ୍ଟେବଳ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି । ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମଧ୍ୟମରେ ଆବେଦନ କରିପାରିବେ ।

ମୋଟ ପଦବୀ- ୭୮୭
ରୋଷେୟା-୩୦୪
କବଲର-୬
ଟେଲର୍‌-୨୭
ବାରବର୍‌-୧୦୨
ୱାସର ମ୍ୟାନ୍‌-୧୧୮
ସ୍ୱିପର୍‌-୧୯୯
ପେଣ୍ଟର୍‌-୧
ୱାର୍କର-୧୨
ପ୍ଲମ୍ବର-୪
ମାଳି-୩
ୱେଲ୍ଡର-୩

ଶିକ୍ଷାଗତ ଯୋଗ୍ୟତା- ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଇଚ୍ଛୁକ ପ୍ରାର୍ଥୀ ମାଟ୍ରିକ୍ ପାସ୍ ହୋଇଥିବା ଜରୁରୀ।

ବୟସ ସୀମା- ୧୮ରୁ ୨୨ ବର୍ଷ

କିଭଳି ହେବ ଚୟନ?
ଲିଖିତ ଓ ମେଡିକାଲ ପରୀକ୍ଷାର ରେଜଲ୍ଟ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। ସିଆଇଏସ୍‌ଏଫ୍‌ର ବିଭିନ୍ନ ରିକ୍ରୁଟମେଣ୍ଟ ସେଣ୍ଟରରେ ଏହି ପରୀକ୍ଷା ହେବ।

ଆବଦେନ ଫି’- ୧୦୦ ଟଙ୍କା। ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି/ପୂର୍ବତନ କର୍ମଚାରୀଙ୍କ ପାଇଁ ଫି’ ଛାଡ୍ କରାଯାଇଛି।

ମାସିକ ଦରମା- ୨୧,୭୦୦ରୁ ୬୯,୧୦୦/-

କିଭଳି କରିବେ ଆବେଦନ?
ପ୍ରଥମେ ଅଫିସିଆଲ୍ ୱେବସାଇଟ୍ cisfrectt.inରେ ଲଗ୍‌ଇନ୍ କରନ୍ତୁ। ଏହାପରେ ହୋମ୍ ପେଜ୍‌ରେ “New Registration” ଲିଙ୍କରେ କ୍ଲିକ୍ କରନ୍ତୁ । ସେଠାରେ ମଗାଯାଇଥିବା ସମସ୍ତ ଡାଟା ସବମିଟ୍ କରନ୍ତୁ। ଏହାପରେ “APPLY PART” ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ। ନଭେମ୍ବର ୨୧ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଡିସେମ୍ବର ୨୦ ଏହାର ଶେଷ ତାରିଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos