ହସାଉଥିଲେ, କନ୍ଦାଇ ଦେଇ ଚାଲିଗଲେ ହାସ୍ୟ ଅଭିନେତା ଗୋବିନ୍ଦ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଯୌବନରେ ହସି ହସାଇ ବେଦମ କରୁଥିଲେ। ପରେ ରୋଗ ଯନ୍ତ୍ରଣା ପାଇଁ ମଞ୍ଚ ଛାଡ଼ିଲେ। ହେଲେ ଜଞ୍ଜାଳ ଓ ଯନ୍ତ୍ରଣା ଭିତରୁ ମୁକୁଳି ପାରିଲେ ନାହିଁ। ଆଉ ଏବେ ଶେଷ ନିଦ୍ରା ଶୋଇଗଲେ ଯଲିଉଡ୍‌ର ପ୍ରତିଷ୍ଠିତ ହାସ୍ୟ ଅଭିନେତା ଗୋବିନ୍ଦ ବାରିକ। ସବୁଦିନ ପାଇଁ ସେ ଅଫେରା ପଥର ପଥିକ ହୋଇଛନ୍ତି। ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ  ହୋଇଛି। ହୃଦଘାତରେ […]

Gobinda-Barika

Gobinda-Barika

Manoranjan Sial
  • Published: Thursday, 24 November 2022
  • Updated: 24 November 2022, 07:52 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଯୌବନରେ ହସି ହସାଇ ବେଦମ କରୁଥିଲେ। ପରେ ରୋଗ ଯନ୍ତ୍ରଣା ପାଇଁ ମଞ୍ଚ ଛାଡ଼ିଲେ। ହେଲେ ଜଞ୍ଜାଳ ଓ ଯନ୍ତ୍ରଣା ଭିତରୁ ମୁକୁଳି ପାରିଲେ ନାହିଁ। ଆଉ ଏବେ ଶେଷ ନିଦ୍ରା ଶୋଇଗଲେ ଯଲିଉଡ୍‌ର ପ୍ରତିଷ୍ଠିତ ହାସ୍ୟ ଅଭିନେତା ଗୋବିନ୍ଦ ବାରିକ। ସବୁଦିନ ପାଇଁ ସେ ଅଫେରା ପଥର ପଥିକ ହୋଇଛନ୍ତି। ୬୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ  ହୋଇଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବୁଧବାର ସକାଳେ ଅସୁସ୍ଥ ହୋଇପଡ଼ିଥିଲେ ହାସ୍ୟ ଅଭିନେତା ଗୋବିନ୍ଦ ବାରିକ। ତାଙ୍କ ଛାତି ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ପରିବାର ଲୋକ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିକଟସ୍ଥ ମଠସାହି ଗାଁରେ ଜନ୍ମଗ୍ରହଣ କରିଥିଲେ ହାସ୍ୟ ଅଭିନେତା ଗୋବିନ୍ଦ ବାରିକ। ପିଲାବେଳୁ ମଞ୍ଚ ନାଟକ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେଥିପାଇଁ ଘରୁ ଚାଲି ଯାଇଥିଲେ ମଞ୍ଚରେ ଅଭିନୟ କରିବାକୁ। ୧୯୭୨ ମସିହାରେ ସେ ଓଡ଼ିଶାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା ଶ୍ୟାମ ମହାପାତ୍ରଙ୍କ ‘ସାରୁଅ’ ଯାତ୍ରା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ଅଭିନୟ ଶିଖିଥିଲେ।

ହାସ୍ୟ ଅଭିନେତା ଗୋବିନ୍ଦ ବାରିକ ପରେ ଜଟାଧାରୀ, ଜଗାବଳିଆ, ଜଟାଧାରୀ, ଗୋପାଳପୁର, ସାତଶଙ୍ଖ, ଏମିତି ଅନେକ ଯାତ୍ରା ଅନୁଷ୍ଠାନରେ ଅଭିନୟ କରିଥିଲେ। ସେ ମଶାଣିଫୁଲ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ମିଛ ସଂର୍ପକ, ପଣତକାନି, ପତିବତ୍ରା, ବନ୍ଧା ପଡ଼ିଛି ମୋ ବାହାମୁକୁଟ ପରି ଅନେକ ନାଟକରେ ଅଭିନୟ କରି ଯାତ୍ରା ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତେବେ ‘ଇଷ୍ଟର୍ଣ୍ଣ ଅପେରା’ରେ ଅଭିନୟ କରୁଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ତେଣୁ ବାଧ୍ୟ ହୋଇ ଯାତ୍ରାପାର୍ଟି ଛାଡ଼ିଲେ ଗୋବିନ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story