ମୋହନ ସରକାରଙ୍କ ପାଇଁ ସମୃଦ୍ଧ ଓଡ଼ିଶାର ଏକ ଖସଡ଼ା

୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେଲା। ପ୍ରଥମ ବଜେଟ୍‍ ପରେ ସେ ଦ୍ୱିତୀୟ ବଜେଟ୍‍ ବିଧାନସଭାରେ ଓଡ଼ିଶାବାସୀଙ୍କ ପାଇଁ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ ସେ ଅନେକ ଅଭିଜ୍ଞତା ହାସଲ କରିସାରିବେଣି ଏବଂ ଓଡ଼ିଶାର ମୌଳିକ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିସାରିଥିବେ।

Mangrove Forest

Mangrove Forest

Debendra Prusty
  • Published: Wednesday, 22 January 2025
  • Updated: 22 January 2025, 04:10 PM IST

Sports

Latest News

ପଞ୍ଚାନନ କାନୁନ୍‌ଗୋ

୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେଲା। ପ୍ରଥମ ବଜେଟ୍‍ ପରେ ସେ ଦ୍ୱିତୀୟ ବଜେଟ୍‍ ବିଧାନସଭାରେ ଓଡ଼ିଶାବାସୀଙ୍କ ପାଇଁ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ ସେ ଅନେକ ଅଭିଜ୍ଞତା ହାସଲ କରିସାରିବେଣି ଏବଂ ଓଡ଼ିଶାର ମୌଳିକ ଆବଶ୍ୟକତାଗୁଡ଼ିକୁ ଚିହ୍ନଟ କରିସାରିଥିବେ। ଦ୍ୱିତୀୟ ବଜେଟ୍‍ ଆଗତ ପୂର୍ବରୁ ଏହି ଜାନୁଆରୀ ୨୪ ତାରିଖରେ ବିଶେଷଜ୍ଞମାନଙ୍କ ମତାମତ ନେବା ପାଇଁ ଏକ ସଭା ଆହ୍ୱାନ କରାଯାଇଛି।

ଗତ ବର୍ଷକ ମଧ୍ୟରେ ସେ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ଗ୍ରହଣ କରିଛନ୍ତି ସେଥିରେ ମୁଖ୍ୟତଃ ରାଜ୍ୟର ଧାନଚାଷୀମାନଙ୍କ ପାଇଁ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା, ଯେଉଁଥିରେ ରାଜ୍ୟ ରାଜକୋଷରୁ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‍ପୁଟ୍‍ ସହାୟତା ଭାବରେ ଦିଆଯିବାର ବ୍ୟବସ୍ଥା ରହିଛି। ରାଜ୍ୟର ମହିଳାମାନଙ୍କୁ ଚିହ୍ନଟ କରାଯାଇ ବର୍ଷକୁ ୧୦ ହଜାର ଟଙ୍କା ଭାବରେ ୫ ବର୍ଷରେ ୫୦ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ଦେବାର ବ୍ୟବସ୍ଥା ହୋଇଛି ଏବଂ ଏ ପର୍ଯ୍ୟନ୍ତ ପାଖାପାଖି ୮୦ ହଜାରରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୫ ହଜାର ଟଙ୍କା ଦିଆଯାଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ଅନେକ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରାଯାଇଛି। ସେଥିମଧ୍ୟରେ ଅଙ୍ଗନବାଡ଼ି ପାଚକ ପାଚିକାମାନଙ୍କ ଦରମା ୨ ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ଏ ସମସ୍ତ ରାଜ୍ୟର ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବାରେ ସହାୟକ ହେବ। ଗ୍ରାମାଞ୍ଚଳ ଅର୍ଥନୀତି ଚଳଚଞ୍ଚଳ ହେବ। ଗ୍ରାମାଞ୍ଚଳରେ କ୍ରୟବିକ୍ରୟ ବୃଦ୍ଧି ପାଇବ। ଯେଉଁଥିରୁ ଟିକସ ଆକାରରେ ରାଜ୍ୟର ରାଜକୋଷକୁ ମଧ୍ୟ କିଛି ଅଂଶ ଆସିବ। ଏହା ସାମୟିକ ଭାବେ ବା କିଛି ଲୋକଙ୍କର ଉପକାରରେ ଆସୁଥିବା କାର୍ଯ୍ୟକ୍ରମ। ଏହାଦ୍ୱାରା ରାଜ୍ୟର ଥିବା ମୌଳିକ ସମସ୍ୟାଗୁଡ଼ିକ ଯେ ଦୂର ହୋଇପାରିବ ତା’ ବିଚାର କରାଯାଇପାରିବ ନାହିଁ। ସବୁଠୁ ବଡ଼ ମୌଳିକ ସମସ୍ୟା ହେଉଛି ନିଯୁକ୍ତି କ୍ଷେତ୍ର। ନିଯୁକ୍ତି କ୍ଷେତ୍ର ପ୍ରଶସ୍ଥ ହେବାରେ ଏଥିରେ କୌଣସି ସୂଚନା ନାହିଁ। ଆୟର ବୃଦ୍ଧି ଘଟିବାର ମଧ୍ୟ କୌଣସି ସୂଚନା ନାହିଁ, ବରଂ ଦରବୃଦ୍ଧି ହେତୁ ବହୁମାତ୍ରାରେ ବ୍ୟୟ ବୃଦ୍ଧି ପାଇବାର ସୂଚନା ସାମ୍ନାକୁ ଆସୁଛି। ବର୍ତ୍ତମାନ ସମୟରେ ମୋହନ ସରକାର କିଛି ଠୋସ୍‍ କାର୍ଯ୍ୟକ୍ରମ ନେବା ଦରକାର ଯେଉଁଥିରେ ନିଯୁକ୍ତି କ୍ଷେତ୍ର ପ୍ରଶସ୍ଥ ହେବ ଏବଂ ଲୋକଙ୍କ ରୋଜଗାର ବୃଦ୍ଧି ପାଇବ।

ଏଥିସହିତ ଓଡ଼ିଶାରେ ଗତ ବହୁବର୍ଷ ଧରି ଲାଗି ରହିଥିବା ପ୍ରାକୃତିକ ବିପର୍ଯ୍ୟୟ ଓ ତଦ୍‍ଜନିତ କ୍ଷତି ହ୍ରାସ କରିବାର ଏକ ବିସ୍ତୃତ କାର୍ଯ୍ୟକ୍ରମ ନେବା ଆବଶ୍ୟକ। ପ୍ରାକୃତିକ ବିପର୍ଯ୍ୟୟରେ ରାଜ୍ୟର ବହୁ କ୍ଷତି ଘଟିଥାଏ। ଏହାର ସୂଚନା ଏହିମାତ୍ର ଅଳ୍ପ କିଛିଦିନ ତଳେ ମିଳିସାରିଛି। ଗତ ମାସରେ ଅଦିନିଆ ବର୍ଷା ହେତୁ କ୍ଷେତରେ ନାଚୁଥିବା ସୁନାର ଫସଲ ଉଜୁଡ଼ିଗଲା। ଧାନଚାଷ ବହୁ ପରିମାଣରେ କ୍ଷତିଗ୍ରସ୍ତ ହେଲା। ବର୍ଷା ଓ ତତ୍‍ସହିତ ସାମାନ୍ୟ ପବନ ହେତୁ ବିଲରେ ଧାନ ଶୋଇଗଲା। ‘ଧାନ ଶୋଇଲେ ନଡ଼ା’ ନ୍ୟାୟରେ ଫସଲ ନଷ୍ଟ ହେଲା। ଧାନର ରଙ୍ଗ ବେରଙ୍ଗ ହେଲା। ଏଣୁ ଚାଷୀମାନେ ଏହି ବେରଙ୍ଗ ଧାନ ମଣ୍ଡିରେ ବା ସୋସାଇଟିରେ ଦେଲାବେଳେ ପ୍ରତିବନ୍ଧକ ସୃଷ୍ଟି ହେଲା। ଏ ବର୍ଷ ରାଜ୍ୟରେ ଏକ କୃଷିଜାତ ଦ୍ରବ୍ୟ ଆଳୁ ଯୋଗାଣକୁ ନେଇ ପ୍ରବଳ ସମସ୍ୟା ଉପୁଜିଲା। ଆଳୁର ଦର ସ୍ଥଳ ବିଶେଷରେ ଦୁଇରୁ ଅଢ଼େଇ ଗୁଣ ହୋଇଗଲା। କଲିକତାରୁ ରାଜ୍ୟକୁ ଆସୁଥିବା ଆଳୁ ଯୋଗାଣ ବନ୍ଦ ହୋଇଯିବା କାରଣରୁ ସମସ୍ୟା ଅଧିକ ଜଟିଳ ହୋଇଥିଲା।

ଏହିସବୁକୁ ଲକ୍ଷ୍ୟ କରି ବର୍ତ୍ତମାନର ମୋହନ ସରକାର ଆସନ୍ତା ବଜେଟ୍‍ରେ ଏପରି କାର୍ଯ୍ୟକ୍ରମ ନେବା ଦରକାର ଯେଉଁଥିରେ ରାଜ୍ୟ ଏକ ବଡ଼ ନିଯୁକ୍ତି କ୍ଷେତ୍ର ଶୀଘ୍ର ସୃଷ୍ଟି କରିପାରିବ। ବେକାରୀ ଓ ବେରୋଜଗାରୀମାନେ ନିଯୁକ୍ତି ପାଇବେ। ସେହି କ୍ଷେତ୍ରଟି ହେଉଛି ପର୍ଯ୍ୟଟନ କ୍ଷେତ୍ର। ଗତ ବର୍ଷକ ମଧ୍ୟରେ ମୋହନ ସରକାର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ସଠିକ୍‍ ଭାବରେ ନିର୍ଣ୍ଣୟ କରିସାରିଥିବେ। ସେହିସବୁ କ୍ଷେତ୍ରକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ବ୍ୟବସ୍ଥାର ଜରୁରୀ ଆବଶ୍ୟକତା ଅଛି। ପ୍ରତ୍ୟେକ ପର୍ଯ୍ୟଟନ କ୍ଷେତ୍ରକୁ ଛୋଟ ଓ ମଧ୍ୟମ ଧରଣର କ୍ଲଷ୍ଟର ଆପ୍ରୋଚର ପ୍ରସ୍ତୁତ ହେବା ଦରକାର। ଉଦାହରଣ ସ୍ୱରୂପ ସମ୍ବଲପୁର ଠାରେ ଥିବା ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ପୀଠ ସହିତ ହୀରାକୁଦ ବନ୍ଧ ଏବଂ ଅନତିଦୂରରେ ଥିବା ହରିଶଙ୍କର ଓ ନୃସିଂହନାଥକୁ ଏକାଠି କରି ଗୋଟିଏ ପର୍ଯ୍ୟଟନ କ୍ଷେତ୍ରର ବ୍ୟବସ୍ଥା ହେବା ଦରକାର। ଯେଉଁଥିରେ ପର୍ଯ୍ୟଟକମାନେ ଦୁଇ ତିନିଦିନ ମଧ୍ୟରେ ଏହିସବୁ ଅଞ୍ଚଳ ବୁଲି ଦେଖିପାରିବେ ଓ ସେମାନଙ୍କ ପାଇଁ ରହିବାର ବ୍ୟବସ୍ଥା ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ ହୋଇପାରିବ। ସମୟ ବି ବେଶୀ କଟିବ ନାହିଁ। ସେହିପରି ପୁରୀ, କୋଣାର୍କ ଏବଂ କାକଟପୁରର ଜାହାନିଆଁ, ବ୍ରହ୍ମଗିରିରର ସାତପଡ଼ା କ୍ଷେତ୍ରକୁ ନେଇ ଗୋଟିଏ ପର୍ଯ୍ୟଟନ ମଣ୍ଡଳୀ ସୃଷ୍ଟି କରାଯାଇପାରେ।

ତେବେ ଏହିସବୁ ଜାଗାକୁ ଯିବା ପାଇଁ ସରକାରଙ୍କ ପ୍ରଚାର ପ୍ରସାର ଅଧିକ ହେବା ଦରକାର। ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ବହୁ ଭାବରେ ବହୁଦା ଭରପୂର ରହିଛି। ସେଥିରେ ପ୍ରାକୃତିକ ପରିବେଶ, ଜଙ୍ଗଲ, ମନ୍ଦିର, ଦେବସ୍ଥଳୀ ଆଦି ଅନ୍ତର୍ଭୁକ୍ତ। ଏସବୁକୁ ମିଶାଇ ପର୍ଯ୍ୟଟନ ମଣ୍ଡଳୀ ତିଆରି କରାଗଲେ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ। ଛତିଆର ହାଡ଼ି ଦାସଙ୍କ ମନ୍ଦିର ଏବଂ ପାର୍ଶ୍ୱବର୍ତ୍ତୀ ଓଳାଶୁଣୀ ପାହାଡ଼ ଏବଂ ଅନ୍ୟାନ୍ୟ ବୌଦ୍ଧ ଧର୍ମକ୍ଷେତ୍ର ଲଳିତଗିରି ଓ ଉଦୟଗିରିକୁ ଏକାଠି କରି ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ସୃଷ୍ଟି ହୋଇପାରେ। ସେହିପରି ଗୋଟିଏ କ୍ଷେତ୍ର ହେଉଛି ପଞ୍ଚସଖାଙ୍କର କ୍ଷେତ୍ର। ପଞ୍ଚସଖା ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ବଳରାମ ଓ ଜଗନ୍ନାଥ ଦାସଙ୍କୁ ନେଇ ମଧ୍ୟ ଗୋଟିଏ ପର୍ଯ୍ୟଟନ ମଣ୍ଡଳୀ ସୃଷ୍ଟି ହୋଇପାରିବ। ଏହା କେତୋଟି ଦୃଷ୍ଟାନ୍ତ ମାତ୍ର। ଏହିପରି ଅନେକ ପର୍ଯ୍ୟଟନ ମଣ୍ଡଳୀ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ ସୃଷ୍ଟି କରାଗଲେ ପର୍ଯ୍ୟଟକମାନେ ବିଭିନ୍ନ ଜାଗାରେ ଆସି ବିଭିନ୍ନ ସମୟରେ ଏଠି ଏକତ୍ରିତ ହେବେ। ଏଥିରେ ସେ ଅଞ୍ଚଳର କେବଳ ଆୟ ବଢ଼ିବ ନାହିଁ, ରାଜ୍ୟର ଆୟ ବୃଦ୍ଧିରେ ମଧ୍ୟ ଏହା ସହାୟକ ହେବ ଏବଂ ଅନେକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ।

ସେହିପରି ଏ ବର୍ଷର ପ୍ରାକୃତିକ ବିପର୍ଯ୍ୟୟ ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର ତିନୋଟି ପ୍ରମୁଖ ବିପର୍ଯ୍ୟୟ ବନ୍ୟା, ମରୁଡ଼ି ଓ ବାତ୍ୟାରୁ ଓଡ଼ିଶାର କ୍ଷୟକ୍ଷତିର ପରିମାଣକୁ କମାଇପାରିବା ନିମନ୍ତେ ଏବେଠାରୁ କାର୍ଯ୍ୟ ଆରମ୍ଭ କରିବା ଦରକାର। ଆମେ ସମସ୍ତେ ଜାଣିଛେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟର ତାଲିକା ଖୁବ୍‍ ଲମ୍ବା। ୧୮୬୮ରୁ ୧୯୬୭- ଏହି ୧୦୦ ବର୍ଷ ଭିତରେ ଓଡ଼ିଶାକୁ ୨୬୨ଟି ବଡ଼ ବନ୍ୟାର କ୍ଷୟକ୍ଷତି ସହିବାକୁ ପଡ଼ିଥିଲା। ସେଥିରେ ଅନ୍ୟୁନ ୬୮ଟି ଅତ୍ୟନ୍ତ ଭୟଙ୍କର ଥିଲା। ତା’ପରବର୍ତ୍ତୀ ୨୭ ବର୍ଷରେ (୧୯୭୬ରୁ ୨୦୦୩) ୧୪ଟି ବନ୍ୟା ବିତ୍ପାତ୍ତର ଏ ରାଜ୍ୟ ସମ୍ମୁଖୀନ ହୋଇଛି। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଏ ରାଜ୍ୟ ଓଡ଼ିଶା ପ୍ରାୟ ୮୨ଟି ଭୟଙ୍କର ବନ୍ୟାର ପ୍ରକୋପକୁ ସାମ୍ନା କରିଛି। ୧୯୪୭ରୁ ୧୯୯୯ ପର୍ଯ୍ୟନ୍ତ ସମୟ ଭିତରେ ଏ ରାଜ୍ୟ ୭ଟି ଭୟଙ୍କର ବାତ୍ୟାର ପ୍ରକୋପ ସହିଛି। ପରବର୍ତ୍ତୀ ୨୦ ବର୍ଷରେ ଫନିକୁ ମିଶାଇ ୧୨ଟି ବାତ୍ୟା ବିଭିନ୍ନ ସମୟରେ ଏ ରାଜ୍ୟରେ ଦେଖାଦେଇଥିଲା।

ଓଡ଼ିଶାରେ ଦୁର୍ଭିକ୍ଷର ପ୍ରକୋପ ମଧ୍ୟ କମ୍‍ ନୁହେଁ। ୧୮୮୧ ମସିହାରୁ ଆଜି ପର୍ଯ୍ୟନ୍ତ ଅତିକମରେ ୧୫ଟି ମରୁଡ଼ି ରାଜ୍ୟର ପ୍ରଭୂତ କ୍ଷତି ଘଟାଇଛି। ଏହା ବାହାରେ ୧୮୬୬ ମସିହାର ଭୟାବହ ଦୁର୍ଭିକ୍ଷ ଅତ୍ୟନ୍ତ ଭୟଙ୍କର ଥିଲା। ଏହି ଦୁର୍ଭିକ୍ଷକୁ ନଅଙ୍କ ଦୁର୍ଭିକ୍ଷ ଭାବରେ କୁହାଯାଇଥାଏ ଏବଂ ଏଥିରେ ଓଡ଼ିଶାର ଏକ ତୃତୀୟାଂଶ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ବାତ୍ୟାର ପ୍ରଳୟ ଭିତରେ ବିଶେଷ ଭାବରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକ କ୍ଷତିର ସମ୍ମୁଖୀନ ହୋଇଥାନ୍ତି। ସେଥିମଧ୍ୟରୁ ୧୯୬୭, ୧୯୭୧ର ବାତ୍ୟାଗୁଡ଼ିକ ମଧ୍ୟ ପ୍ରଣୀଧାନ ଯୋଗ୍ୟ। କୌଣସି ଭାବରେ ବନ୍ୟା ଓ ମରୁଡ଼ିରୁ ରାଜ୍ୟ କିଛି ପରିମାଣରେ ରକ୍ଷା ପାଇଯାଇଛି। ତଥାପି ସେଥିରୁ ଯେ ସଂପୂର୍ଣ୍ଣ ରକ୍ଷା ପାଇଯାଇଛି ତାହା କହିହେବ ନାହିଁ। ରାଜ୍ୟରେ ପ୍ରତିବର୍ଷ ୧୫୦୦ ମିଲିମିଟର ବର୍ଷା ହୋଇଥାଏ। କାଁଭାଁ ବର୍ଷେ ଦୁଇବର୍ଷରେ ଏହା ୧୩୦୦ ଓ ୧୪୦୦ ମିଲିମିଟରକୁ ଖସିଯାଏ। ତଥାପି ବୃଷ୍ଟିପାତରେ କୌଣସି ଭାବରେ ଉଣା ହୋଇଥିବା କେହି କେବେ ଲକ୍ଷ୍ୟ କରିନାହାନ୍ତି। କିନ୍ତୁ ମନୁଷ୍ୟକୃତ ପ୍ରକୃତି ସଂପଦର କ୍ଷୟକ୍ଷତି ପାଇଁ ଜଳବାୟୁର ପରିବର୍ତ୍ତନ ହେତୁ ଅନିୟମିତ ବର୍ଷା ରାଜ୍ୟକୁ ମରୁଡ଼ି ଓ ବନ୍ୟା ଆଣିବାର ଆଶଙ୍କା ଦେଖାଦେଇଛି। କ୍ଷୟକ୍ଷତିର ପରିମାଣ ମଧ୍ୟ ବଢ଼ିବଢ଼ି ଚାଲିଛି। ଏହିସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରତି ଗାଁରେ ପାଣି ଯୋଗାଇବା ନିମନ୍ତେ ଜଳାଶୟର ପନରୁଦ୍ଧାର ଓ ନିର୍ମାଣ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି।

ଏଥିସହିତ ୪୮୦ କିମି ବ୍ୟାପୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଅତିକମ୍‍ରେ ୫ କିମି ଚଉଡ଼ାର ଏକ ସବୁଜ ପ୍ରାଚୀର ନିର୍ମାଣ କରାଗଲେ ବାତ୍ୟାର ପ୍ରକୋପରୁ ଉପକୂଳବର୍ତ୍ତୀ ଅଞ୍ଚଳ ରକ୍ଷା ପାଇବ। ତତ୍‍ସହିତ ସବୁ ନଦୀକୁ ସଂଯୋଗ କରି ଏକ ପ୍ରଶସ୍ଥ କେନାଲ୍‍ ନିର୍ମାଣ କରାଗଲେ ଭୂତଳ ସ୍ତରରେ ମାଡ଼ିଆସୁଥିବା ଲୁଣା ପାଣିର ଦାଉରୁ ମଧ୍ୟ ଚାଷଜମିକୁ ରକ୍ଷା କରାଯାଇ ପାରିବ। ଅଧିକନ୍ତୁ ଏହିସବୁ ଉପକୂଳବର୍ତ୍ତୀ ଅଞ୍ଚଳରେ ସମସ୍ତ ବିଦ୍ୟୁତ ସଂଯୋଗ ମାଟିତଳେ କେବୁଲ ଜରିଆରେ କରାଗଲେ ପ୍ରତିବର୍ଷ ବାତ୍ୟା ବା ବନ୍ୟା ହେତୁ ଘଟୁଥିବା କ୍ଷୟକ୍ଷତି ରୋକାଯାଇ ପାରିବ।

ଏହିସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ରାଜ୍ୟରେ ଥିବା ଡବଲ ଇଞ୍ଜିନ ସରକାର ପାଇଁ ଅତ୍ୟନ୍ତ ଜରୁରୀ। ସେଥିପାଇଁ ମୋହନ ସରାକର କେନ୍ଦ୍ରଠାରେ ସ୍ୱତନ୍ତ୍ର ପ୍ୟାକେଜ୍‍ ଦାବି କରିବା ସହିତ ବିଭିନ୍ନ ସୂତ୍ରରୁ ମିଳୁଥିବା ରାଜ୍ୟର ଅର୍ଥ ଯଥା ମନରେଗା, ଡିଏମ୍‍ଏଫ୍‍, କର୍ପୋରେଟ୍‍ ଫଣ୍ଡଗୁଡ଼ିକୁ ଏକାଠି କରି ଏ କାର୍ଯ୍ୟକ୍ରମ ଚଳିତବର୍ଷ ଆରମ୍ଭ କରିବା ସହିତ ସମୁଦ୍ର କୂଳରେ ହେନ୍ତାଳ, କିଆ, ଝାଉଁ, କାଜୁ ଗଛ, ଖଜୁରୀ, ବେତ ଓ ତାଳ ଜାତୀୟ ଗଛ ଲଗାଇ ସବୁଜ ପ୍ରାଚୀର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଏହାବାଦ୍‍ ଉପର ସ୍ତରକୁ ଓହଳ ଥିବା ଗଛ ଯଥା ବର, ରବର ଗଛ ଆଦି ଲଗାଗଲେ ସମୁଦ୍ର ପାଣି ଭିତରକୁ ମାଡ଼ିଆସିବାର ଭୟ ରହିବ ନାହିଁ। ଏ ସମସ୍ତ କାର୍ଯ୍ୟକ୍ରମକୁ ମୋହନ ସରକାର ଏକ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ପ୍ରସ୍ତୁତ କରାଇ କାର୍ଯ୍ୟ ଆରମ୍ଭ କରିବା ଜରୁରୀ ହୋଇପଡିଛି। ଏସବୁ ନକଲେ ସ୍ୱପ୍ନ ଦେଖୁଥିବା ୨୦୩୬ର ସମୃଦ୍ଧ ଓଡ଼ିଶା କେବଳ କଥାରେ ହିଁ ରହିଯିବ ବା ୨୦୪୭ ମସିହାର ଏକ ବିକଶିତ ଭାରତ ସୃଷ୍ଟି କରିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯିବ।

ମୋ- ୯୪୩୮୩୬୦୮୪୯

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story