ସଂରକ୍ଷଣରେ ବର୍ଗୀକରଣ- କେତେ ଯଥାର୍ଥ ସୁପ୍ରିମକୋର୍ଟଙ୍କ ରାୟ?

ସବୁ ରାଜ୍ୟରେ ଅନଗ୍ରସରତା ନାଁରେ ଏଭଳି ବର୍ଗୀକରଣର କୌଣସି ଯୁକ୍ତିଯୁକ୍ତତା ନାହିଁ। ପୁନଶ୍ଚ ଏତେଗୁଡ଼ିଏ ଜାତି ମଧ୍ୟରେ ଅନଗ୍ରସରତାର ଆଧାରରେ ବର୍ଗୀକରଣ କରିବା ଏବଂ ସମସ୍ତଙ୍କୁ ଅଲଗା ଅଲଗା ସବକୋଟା ପ୍ରଦାନ କରିବା ଅବାସ୍ତବ ମନେହୁଏ। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ସଂରକ୍ଷିତ ବର୍ଗର ଲୋକଙ୍କ ମଧ୍ୟରେ ଅନାବଶ୍ୟକ ବିଭାଜନ ଓ ଗୋଳିଆ ପରିସ୍ଥିତି ସୃଷ୍ଟି କରିବ। ଅତଏବ ନିର୍ଦ୍ଦିଷ୍ଟ କିଛି ଜାତି ବା ସମ୍ପ୍ରଦାୟଙ୍କୁ ଛାଡ଼ିଦେଲେ ସବୁଠାରେ ଏଭଳି ବର୍ଗୀକରଣ ଅନାବଶ୍ୟକ ଓ ବିଭାଜନକାରୀ ଅଟେ।

Supreme Court Of India

Supreme Court Of India

Debendra Prusty
  • Published: Friday, 06 September 2024
  • Updated: 06 September 2024, 05:01 PM IST

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ସୁପ୍ରିମକୋର୍ଟ ଦେଶରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମୁଖ୍ୟ ବିଚାରପତି ଡି ଏସ୍ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ଏକ ୭ ଜଣିଆ ଖଣ୍ଡପୀଠ ନିଜର ୫୬୫ ପୃଷ୍ଠାର ରାୟରେ ପ୍ରଥମ ଥର ପାଇଁ ସଂରକ୍ଷଣର ବର୍ଗୀକରଣକୁ ଅନୁମତି ପ୍ରଦାନ କରିବା ସହ ରାଜ୍ୟ ସରକାରମାନଙ୍କୁ ଅନୁସୂଚୀତ ଜାତି ଓ ଜନଜାତିଙ୍କ ମଧ୍ୟରେ ଅନଗ୍ରସରତା ଭିତ୍ତିରେ ବର୍ଗୀକରଣ କରିବାର ଅଧିକାର ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୪ ମସିହାରେ ‘ଇ. ଭି ଚେନ୍ନେୟା ବନାମ ଆନ୍ଧ୍ର ପ୍ରଦେଶ ସରକାର’ ମାମଲାରେ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ସଂରକ୍ଷଣ ମଧ୍ୟରେ ବର୍ଗୀକରଣକୁ ସମ୍ବିଧାନ ବିରୋଧି ବୋଲି କହି ତାକୁ ସ୍ପଷ୍ଟ ଭାବେ ଖାରଜ କରି ଦେଇଥିଲେ। ଅତଏବ ସୁପ୍ରିମକୋର୍ଟଙ୍କ ଏହି ସଦ୍ୟତମ ରାୟ ସଂରକ୍ଷଣର ବର୍ଗୀକରଣ ସମ୍ପର୍କରେ ୨୦୦୪ ମସିହାରେ ସମ୍ବିଧାନର ଧାରା ୧୪୧ ଅନୁସାରେ ଖୋଦ୍ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ପୂର୍ବ ରାୟକୁ ସମ୍ବିଧାନର ଧାରା ୧୪ ଆଧାରରେ ଓଲାଟାଇବା ସହ ସଂରକ୍ଷିତ ତାଲିକାରେ ଥିବା ଜାତିମାନଙ୍କ ବର୍ଗୀକରଣ ପାଇଁ ବାଟ ଖୋଲିଛି।

ସଂରକ୍ଷଣ ସମ୍ପର୍କରେ ସୁପ୍ରିମକୋର୍ଟ ନିଜ ରାୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ପ୍ରଥମଟି ହେଲା, ସଂରକ୍ଷଣ ପାଇବା ପାଇଁ ତାଲିକାଭୁକ୍ତ ଜାତିମାନଙ୍କ ମଧ୍ୟରେ ଅନଗ୍ରସରତା ଆଧାରରେ ବର୍ଗୀକରଣ କରିବା। ଏଥିପାଇଁ ଅଧିକ ପଛରେ ଥିବା ଜାତିମାନଙ୍କୁ ଚିହ୍ନଟ କରି ସଂରକ୍ଷଣ ଭିତରେ ସଂରକ୍ଷଣର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରମାନଙ୍କୁ କହିଛନ୍ତି। ଦ୍ୱିତୀୟଟି ହେଲା, ସଂରକ୍ଷଣର ସୁବିଧା ପାଇ ସାରିଥିବା ଲୋକଙ୍କୁ ସ୍ୱଚ୍ଛଳ ବର୍ଗ ବା କ୍ରିମି ଲେୟର ଭାବେ ଚିହ୍ନିତ କରି ସେମାନଙ୍କ ପରବର୍ତ୍ତୀ ପିଢ଼ିକୁ ସଂରକ୍ଷଣ ସୁବିଧାରୁ ବାଦ ଦେବା। ଓବିସି ସଂରକ୍ଷଣରେ କ୍ରିମି ଲେୟର ସମ୍ପର୍କିତ ସୁପ୍ରିମକୋର୍ଟର ଇନ୍ଦର ସାହାନୀ ରାୟର ଅବତାରଣା କରି ଖଣ୍ଡପୀଠର ସଂଖ୍ୟାଗରିଷ୍ଠ ବିଚାରପତି ଏହି ରାୟ ଦେଇଛନ୍ତି। ଉପରୋକ୍ତ ଦୁଇଟି ଯାକ ବିଷୟ ଅତ୍ୟନ୍ତ ସ୍ପର୍ଶକାତର ଓ ବିବାଦୀୟ ହୋଇଥିବାରୁ ତାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ଓ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ ଅଟେ। ସେହି କାରଣରୁ ଦେଶର ଦଳିତ ଓ ଆଦିବାସୀ ବର୍ଗଙ୍କ ମଧ୍ୟରୁ ଏକ ବଡ଼ ଭାଗ ସୁପ୍ରିମକୋର୍ଟର ଏହି ସଦ୍ୟତମ ଏହି ରାୟକୁ ସେମାନଙ୍କୁ ବିଭାଜିତ କରିବାକୁ ତଥା ସଂରକ୍ଷଣରୁ ବଂଚିତ କରିବାକୁ ଉଦ୍ଦିଷ୍ଟ ବୋଲି କହିଛନ୍ତି। କୋର୍ଟ ରାୟ ବିରୋଧରେ ସେମାନଙ୍କ ସଂଗଠନମାନଙ୍କ ତରଫରୁ ଗତ ଅଗଷ୍ଟ ୨୧ ତାରିଖରେ ଦିଆଯାଇଥିବା ଭାରତ ବନ୍ଦର ଡାକରାକୁ ମଧ୍ୟ ଏହି ଦୃଷ୍ଟିରୁ ଦେଖାଯାଇପାରେ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଶାସକ ବିଜେପି ସହିତ ଦେଶର ଶାସକ ଶ୍ରେଣୀର ପ୍ରମୁଖ ଦଳମାନେ ଏକରକମ ଚୁପ୍ ରହିଛନ୍ତି। ରାୟକୁ ନେଇ ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ବିଭିନ୍ନ ଜାତି ଓ ସଂଗଠନମାନଙ୍କ ମଧ୍ୟରେ ବି ସ୍ପଷ୍ଟ ସହମତି ଦେଖିବାକୁ ମିଳିନାହିଁ। ଯଦିଓ କ୍ରିମି ଲେୟର ବା ସ୍ୱଚ୍ଛଳ ବର୍ଗକୁ ବାଦ ଦେବା ସମ୍ପର୍କିତ ରାୟର ଅଂଶଟିକୁ ସମସ୍ତେ ବିରୋଧ କରୁଛନ୍ତି କିନ୍ତୁ ବର୍ଗୀକରଣକୁ ନେଇ ଭିନ୍ନମତଟି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଯେଉଁ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଲୋକେ ସଂରକ୍ଷଣ ମଧ୍ୟରେ ନିଜ ପାଇଁ ସଂରକ୍ଷଣ ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସିଛନ୍ତି, ସେମାନେ କୋର୍ଟର ଏହି ରାୟକୁ ସ୍ୱାଗତ ଜଣାଛନ୍ତି। ଅନ୍ୟପଟେ ସଂରକ୍ଷିତ ତାଲିକାରେ ଥିବା ଅଧିକାଂଶ ସମ୍ପ୍ରଦାୟର ଲୋକେ ଏହି ରାୟକୁ ବିରୋଧ କରିଛନ୍ତି। ଅନ୍ୟପଟେ ଗତ ଲୋକସଭା ନିର୍ବାଚନରେ ସମ୍ବିଧାନ ଓ ସଂରକ୍ଷଣକୁ ନେଇ ଦେଶର ଅନୁସୂଚୀତ ବର୍ଗର ଲୋକଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇଥିବା ଶାସକ ବିଜେପି ଦଳର ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ସାଂସଦମାନେ ନିଜର ଭାବମୂର୍ତ୍ତିକୁ ବଂଚେଇବା ପାଇଁ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ୱଚ୍ଛଳ ବର୍ଗ ବା କ୍ରିମି ଲେୟାର ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଏକ ଚିଠି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ୱଚ୍ଛଳ ବର୍ଗଙ୍କୁ ବାଦ ଦେବା ସମ୍ପର୍କିତ ରାୟକୁ ଅକାମୀ କରିବାକୁ ସରକାର ଅଧ୍ୟାଦେଶ ଆଣିବେ ବୋଲି କୁଆଡ଼େ ପ୍ରତିଶୃତି ଦେଇଥିବା ମିଡ଼ିଆରେ ପ୍ରକାଶ ପାଇଥିବା ବେଳେ ବର୍ଗୀକରଣ ସମ୍ପର୍କିତ କୋର୍ଟ ରାୟକୁ ନେଇ ଚୁପ୍ ରହିଥିବା ଦେଖାଯାଇଛି।

ଭାରତ ପରି ହଜାର ହଜାର ବର୍ଷ ଧରି ଜାତିଗତ ଭାବେ ଭୟଙ୍କର ଭେଦଭାବ ରହିଥିବା ସମାଜରେ ସାମାଜିକ ସମାନତା ଆଣିବାକୁ ହେଲେ ସାମାଜିକ ନ୍ୟାୟ ଅତ୍ୟନ୍ତ ଜରୁରୀ। ତାକୁ ହିଁ ଉପଲବ୍ଧି କରି ଦେଶର ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନ ପ୍ରଣୟନ ସମୟରେ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ଭାବେ ପରିଚିତ ଅନୁସୂଚୀତ ଜାତି ଓ ଜନଜାତିର ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ଲକ୍ଷ୍ୟରେ ସ୍ଥାନ ସଂରକ୍ଷଣର ପରିକଳ୍ପନା କରିଥିଲେ। ପରେ ମଣ୍ଡଳ କମିଶନଙ୍କ ସୁପାରିଶର ଆଧାରରେ ଦେଶର ପଛୁଆ ବର୍ଗର ଲୋକଙ୍କୁ ମଧ୍ୟ ଶିକ୍ଷା ଓ ଚାକିରୀରେ ୨୭% ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ଅମାନବୀୟ ଜାତିବ୍ୟବସ୍ଥା ଯୋଗୁଁ ହଜାର ହଜାର ବର୍ଷ ଧରି ଶିକ୍ଷା, ସମ୍ପତ୍ତି, ରୋଜଗାର ଓ ଆତ୍ମସମ୍ମାନରୁ ବଂଚିତ ହୋଇ ଆସିଥିବା ଉପରୋକ୍ତ ଦୁଇ ବର୍ଗର ଲୋକଙ୍କୁ ଅନ୍ୟ ଉଚ୍ଚଜାତିର ଲୋକଙ୍କ ପରି ଶିକ୍ଷା, ଚାକିରୀ ଓ ରାଜନୈତିକ ପଦପଦବୀକୁ ହାସଲ କରିବାକୁ ଏକ ସୁଯୋଗ ସୃଷ୍ଟି କରିବାକୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ତେବେ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ସଂରକ୍ଷଣ ବ୍ୟବସ୍ଥାକୁ ଠିକ୍ ଭାବେ ଲାଗୁ କରିବାକୁ ଶାସନରେ ଥିବା ଲୋକେ ଯେତିକି ଆନ୍ତରିକତା ଦେଖାଇବା କଥା, ଗତ ୭୭ ବର୍ଷ ମଧ୍ୟରେ ତାହା ହୋଇପାରିନି। ତେବେ ସଂରକ୍ଷଣକୁ ଲାଗୁ କରିବା ଦିଗରେ ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ଆଜି ସଂରକ୍ଷଣ ବ୍ୟବସ୍ଥା ଲାଗି ହିଁ ହଜାର ହଜାର ବର୍ଷ ଧରି ବଂଚିତ ଓ ନିର୍ଯ୍ୟାତିତ ହୋଇ ଆସିଥିବା ସମ୍ପ୍ରଦାୟମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଶିକ୍ଷା ଓ ଚାକିରୀ ପାଇବାରେ ସକ୍ଷମ ହୋଇପାରିଛନ୍ତି। ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ କେବଳ ସଂରକ୍ଷଣ ବ୍ୟବସ୍ଥା ଲାଗି ହିଁ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସମ୍ଭବ ହୋଇପାରିଛି। ଦେଶର ଯେଉଁସବୁ ଲୋକସଭା କିମ୍ବା ବିଧାନସଭା ଆସନ ସଂରକ୍ଷିତ ହୋଇନାହିଁ ଅଥବା ଅସଂରକ୍ଷିତ ରହିଛି, ସେସବୁରେ କୌଣସି ଦଳିତ କିମ୍ବା ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ନିର୍ବାଚିତ ହୋଇ ନପାରିବା ଆମ ସମାଜରେ ରହିଥିବା ଜାତିବାଦୀ ବିଚାରକୁ ତଥା ସ୍ଥାନ ସଂରକ୍ଷଣର ଯଥାର୍ଥତାକୁ ହିଁ ପ୍ରମାଣିତ କରୁଛି।

ତେବେ ସଂରକ୍ଷଣ ବ୍ୟବସ୍ଥାର ଆଧାରଟି କେବେ ବି ଆର୍ଥିକ ନଥିଲା କି ଏହା କୌଣସି ଦାରିଦ୍ର୍ୟ ଦୂରୀକରଣ ଯୋଜନା ବି ନୁହେଁ ଯେ ଆର୍ଥିକ ଆଧାରରେ ସମାଜର ସବୁଠାରୁ ଗରିବ ଲୋକଙ୍କୁ ହିଁ ଦିଆଯିବ। ବରଂ ସମାଜରେ ଦଳିତ ଓ ଆଦିବାସୀ ଲୋକଙ୍କ ମଧ୍ୟରୁ ଯେଉଁମାନେ ଆର୍ଥିକ ଭାବେ ସ୍ୱଚ୍ଛଳତା ହାସଲ କରୁଛନ୍ତି, ସେମାନଙ୍କ ପ୍ରତି ବି ସାମାଜିକ ଭେଦଭାବ ଓ ଘୃଣା ସମାପ୍ତ ହେଉନଥିବା ଦେଖାଯାଉଛି। ସରକାରୀ କାର୍ଯ୍ୟାଳୟମାନଙ୍କରେ ଅନୁସୂଚୀତ ବର୍ଗର କର୍ମଚାରୀ ଓ ଅଧିକାରୀମାନଙ୍କ ପ୍ରତି ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟମାନଙ୍କ ବ୍ୟବହାର କେତେ ସହଜ ଓ ଭଲ ତାହା ସମସ୍ତେ ଜାଣନ୍ତି। ଅତଏବ ଯେଉଁ ପର୍ଯ୍ୟନ୍ତ ସମାଜରେ ଜାତିଗତ ଭେଦଭାବ କାରଣରୁ ସାମାଜିକ ଓ ଶିକ୍ଷାଗତ ଭାବେ ଅନଗ୍ରସରତା ରହିଥିବ, ସେ ପର୍ଯ୍ୟନ୍ତ ସଂରକ୍ଷଣର ଆବଶ୍ୟକତା ଯେ ନିଶ୍ଚିତ ରହିଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ତେବେ ସଂରକ୍ଷଣର ଗତ ୭୪ ବର୍ଷର ଇତିହାସରେ ଦେଶର ଶାସକମାନେ ଏହାକୁ ଆନ୍ତରିକତାର ସହିତ ଲାଗୁ କରିବାକୁ ତ ଚେଷ୍ଟା କରି ନାହାଁନ୍ତି ବରଂ ତାକୁ ଅପ୍ରଭାବୀ କରିବାକୁ ହିଁ ଲଗାତାର ଚେଷ୍ଟା କରିବା ଦେଖିବାକୁ ମିଳିଛି। ସଂରକ୍ଷିତ ଆସନ ଗୁଡ଼ିକୁ ପୂରଣ କରିବାରେ ଅବହେଳା କରାଯାଇଛି। ଭଲ ପ୍ରାର୍ଥୀ ନାହାନ୍ତି ବୋଲି କହି ସଂରକ୍ଷିତ ପଦବୀକୁ ଅସଂରକ୍ଷିତ କରି ତାକୁ ସାଧାରଣ ବର୍ଗର ଲୋକଙ୍କୁ ଦେଇ ଦିଆଯାଇଛି। ଦେଶରେ ଘରୋଇକରଣ ସହିତ ସଂରକ୍ଷିତ ପଦବୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। କେବଳ ସେତିକି ନୁହେଁ ସରକାର ଖର୍ଚ୍ଚକାଟ ନାଁରେ ଯେଉଁ ଆଉଟସୋର୍ସିଂ ବ୍ୟବସ୍ଥା ଚଳାଇଛନ୍ତି, ସେଥିରେ ବିନା ସଂରକ୍ଷଣରେ ଲକ୍ଷ ଲକ୍ଷ ସଂଖ୍ୟାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ଯାହାଫଳରେ ସରକାରୀ ସେବାରେ ସଂରକ୍ଷିତ ବର୍ଗର ପିଲାମାନେ ନିୟୋଜିତ ହେବାରୁ ବଂଚିତ ହେଉଛନ୍ତି। ସଂରକ୍ଷଣ ବ୍ୟବସ୍ଥାକୁ କିପରି ଅଣଦେଖା କରାଯାଉଛି, ତା’ର ଏକ ସଦ୍ୟତମ ପ୍ରମାଣ ହେଲା, ୟୁପିଏସସିର ଅଫିସର ପଦବୀରେ ଲାଟେରାଲ ଏଣ୍ଟ୍ରି ଯୋଗେ ଭର୍ତ୍ତି ବ୍ୟବସ୍ଥା। ନିକଟରେ ୟୁପିଏସସି ପକ୍ଷରୁ ସିଭିଲ ସର୍ଭିସର ଉପ ସଚିବ ବା ନିର୍ଦ୍ଦେଶକ ପାହ୍ୟାର ୪୫ଟି ଅଫିସର ପଦବୀ ପାଇଁ ଲାଟେରାଲ ଏଣ୍ଟ୍ରି ନାଁରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ସେଥିରେ ସଂରକ୍ଷଣର ବ୍ୟବସ୍ଥା ନଥିଲା। ଅବଶ୍ୟ ଦେଶର ସଂଗଠନ ଓ ବିରୋଧି ଦଳମାନଙ୍କ ପକ୍ଷରୁ ଏନେଇ ଜୋରଦାର ବିରୋଧକୁ ଦେଖି କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ।

ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିରେ କୌଣସି ପ୍ରକାର ସଂରକ୍ଷଣର ବ୍ୟବସ୍ଥା ନଥିବାରୁ ପ୍ରାୟତଃ ସାଧାରଣ ବର୍ଗରୁ ଆସୁଥିବା ବିଚାରପତିମାନଙ୍କ ସଂରକ୍ଷଣ ବ୍ୟବସ୍ଥା ପ୍ରତି ପୂର୍ବାଗ୍ରହ ରହିଥିବା ବାରମ୍ବାର ବିଭିନ୍ନ ରାୟରେ ପ୍ରତିଫଳିତ ହେବା ଦେଖାଯାଇଛି। ସଂରକ୍ଷଣ ବ୍ୟବସ୍ଥାଟି ସମ୍ବିଧାନ ସମ୍ମତ ହୋଇଥିବା ବେଳେ ଉଚ୍ଚ ନ୍ୟୟପାଳିକା ପକ୍ଷରୁ ସେଥିରେ ବାରମ୍ବାର ହସ୍ତକ୍ଷେପ କରିବା ଦେଶର ଦଳିତ ଓ ଆଦିବାସୀ ବର୍ଗଙ୍କ ମଧ୍ୟରେ କୋର୍ଟଙ୍କ ସଂରକ୍ଷିତ ସମ୍ପର୍କିତ ରାୟଗୁଡ଼ିକ ନେଇ ସର୍ବଦା ଆଶଙ୍କା ସୃଷ୍ଟି କରିଛି। କେତେବେଳେ ସଂରକ୍ଷଣର ସୀମାକୁ ୫୦% ନିର୍ଦ୍ଧାରଣ କରିବା ହେଉ ଅଥବା କ୍ରିମି ଲେୟାର ନେଇ ନିଷ୍ପତ୍ତି ହେଉ ଅଥବା ପଦୋନ୍ନତିରେ ସଂରକ୍ଷଣକୁ ବାତିଲ କରିବା ହେଉ କିମ୍ବା ଅର୍ଥନୈତିକ ଦୁର୍ବଳତାର ଆଧାରରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣକୁ ସ୍ୱୀକୃତି ଦେବା ହେଉ କିମ୍ବା ଆଦିବାସୀ ଦଳିତ ନିର୍ଯ୍ୟାତନା ବିରୋଧି ଆଇନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ୨୦୧୮ ମସିହାର ରାୟ ହେଉ, ଅଧିକାଂଶ ମାମଲାରେ ଉଚ୍ଚ ନ୍ୟାୟପାଳିକାର ଆଭିମୁଖ୍ୟ ପଛରେ ଜାତିବାଦର ପ୍ରଭାବ ଦେଖାଯିବା ସହ ଦେଶର ଦଳିତ ଓ ଆଦିବାସୀଙ୍କ ମଧ୍ୟରେ ଏନେଇ ସନ୍ଦେହ ସୃଷ୍ଟି କରି ଆସିଛି।

ଯେଉଁ କୋର୍ଟ ଦେଶର ଏସସି, ଏସଟି ଓ ଓବିସି ଜାତିମାନଙ୍କୁ ସଂରକ୍ଷଣ ଦେବା ବେଳେ ୫୦% ଉର୍ଦ୍ଧ୍ୱସୀମା ନିର୍ଦ୍ଧାରଣ କରିଛନ୍ତି, ସେହି କୋର୍ଟ ଦେଶର ଅଣ ଦଳିତ, ଅଣ ଆଦିବାସୀ ଓ ଅଣ ଓବିସି ବର୍ଗ ଅଥବା ଉଚ୍ଚବର୍ଗର ଗରିବ ଲୋକଙ୍କୁ ୧୦% ସ୍ଥାନ ସଂରକ୍ଷଣ ଦେବାକୁ ଯାଇ ଉପରୋକ୍ତ ଉର୍ଦ୍ଧ୍ୱସୀମାକୁ ଲଂଘନ କରିବା ଦେଖାଯାଇଛି। ସୁପ୍ରିମକୋର୍ଟର ଚଳିତ ରାୟକୁ ବି ଦେଶର ଦଳିତ ଓ ଆଦିବାସୀ ଲୋକେ ସେହିଭଳି ହି ସନ୍ଦେହ ନଜରରେ ଦେଖୁଛନ୍ତି। କାରଣ ମୂଳ ମାମଲାଟି ସଂରକ୍ଷଣର ବର୍ଗୀକରଣକୁ ନେଇ ରହିଥିବା ବେଳେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି ଅଯଥାରେ କ୍ରିମି ଲେୟର ପ୍ରସଙ୍ଗକୁ ଟାଣି ତା’ ଉପରେ ଅନାବଶ୍ୟକ ଟିପ୍ପଣୀ ଦେଇଛନ୍ତି। ଯଦି ସଂରକ୍ଷଣ ପାଇଁ ରହିଥିବା ସାମ୍ବିଧାନିକ ବ୍ୟବସ୍ଥା ପ୍ରତି କୋର୍ଟ ସତରେ ଗମ୍ଭୀର ତାହେଲେ ତା’ର କାର୍ଯ୍ୟକାରୀତା ନେଇ ସରକାରଙ୍କୁ ପ୍ରଶ୍ନ କରି ତଥ୍ୟ ମାଗିପାରିଥାନ୍ତେ। ଦେଶରେ ଆଜି ବି ଦଳିତଙ୍କ ଉପରେ ଦୈନିକ ହାରାହାରି ୧୨୫ଟି ହିଂସା ହେଉଛି, ତା’ର ଜବାବ ସରକାରଙ୍କୁ ମାଗି ପାରିଥାନ୍ତେ। ଅଥବା ଦେଶର ସମ୍ମାନଜନକ ଉଚ୍ଚଶିକ୍ଷାର ଅନୁଷ୍ଠାନମାନଙ୍କରେ ଦଳିତ ଓ ଆଦିବାସୀ ବର୍ଗର ଛାତ୍ରଛାତ୍ରୀମାନଙ୍କ ଆତ୍ମହତ୍ୟା ସଂଖ୍ୟାରେ କାହିଁକି ଏତେ ବୃଦ୍ଧି ପାଉଛି, ସେକଥା ପଚାରି ପାରିଥାନ୍ତେ। କିନ୍ତୁ ସେପରି ନକରି କୋର୍ଟ କ୍ରିମି ଲେୟର ସମ୍ପର୍କରେ ଯେଉଁଭଳି ଟାଣିଓଟାରି ନିଜର ରାୟ ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ଅନାବଶ୍ୟକ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୁହାଯାଇପାରେ।

ସଂରକ୍ଷଣରେ କ୍ରିମି ଲେୟର ନିର୍ଦ୍ଧାରଣ ପାଇଁ ଯୁକ୍ତିଟି ଅତାର୍କିକ ଓ ଅନ୍ୟାୟପୂର୍ଣ୍ଣ ମନେହୁଏ। ଦଳିତ ଓ ଆଦିବାସୀଙ୍କ କ୍ରିମି ଲେୟରକୁ ସଂରକ୍ଷଣ ସୁବିଧାରୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ଉଦ୍ୟମ ସଂରକ୍ଷଣ ପଛରେ ଥିବା ସାମାଜିକ ଅନଗ୍ରସରତାକୁ ଅସ୍ୱୀକାର କରୁଥିବା ବେଳେ ସଂରକ୍ଷଣକୁ କେବଳ ଏକ ଆର୍ଥିକ ଅନଗ୍ରସରତାରେ ସୀମୀତ କରିଦେଇଛି। ଯଦିଓ ଆର୍ଥିକ ଅନଗ୍ରସରତା ସାମାଜିକ ପଶ୍ଚାଦପଦତା ସହିତ ମଧ୍ୟ ଜଡ଼ିତ କିନ୍ତୁ ଦ୍ୱିତୀୟଟି ପିଢ଼ି ପିଢ଼ି ଧରି ଚାଲି ଆସିଥିବା ଅନ୍ୟାୟ, ଘୃଣା ଓ ଶୋଷଣର ପରିଣାମ ଅଟେ। ବୋଧହୁଏ କୋର୍ଟ, ଥରେ ଜଣେ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇଗଲେ ତା’ର ସାମାଜିକ ପଶ୍ଚାଦପଦତା ବି ଦୂର ହୋଇଯିବ ବୋଲି ଭାବୁଛନ୍ତି। ଏଠାରେ ପ୍ରଶ୍ନ ଉଠେ, ଶହ ଶହ ପିଢ଼ି ଧରି ଜାତିଗତ ବିଦ୍ୱେଷ, ପ୍ରବଞ୍ଚନା ଓ ହିଂସାର ସାମନା କରି ଆସିଥିବା ଦଳିତ ଓ ଆଦିବାସୀ ବର୍ଗର ପଶ୍ଚାଦପଦତା କ’ଣ ଗୋଟିଏ ବା ଦୁଇଟି ପିଢ଼ିରେ ସମାପ୍ତ ହୋଇଯିବ? ସଂରକ୍ଷଣର ସୁବିଧା ପାଇ ପିଅନ କିମ୍ବା ଶିକ୍ଷକ ଚାକିରୀଟିଏ ପାଇଥିବା ଜଣେ ଦଳିତ କିମ୍ବା ଆଦିବାସୀର ପରବର୍ତ୍ତୀ ପିଢ଼ିକୁ କ୍ରିମି ଲେୟର ନାଁରେ ସଂରକ୍ଷଣରୁ ବଂଚିତ କରିବା କଦାପି ନ୍ୟାୟସଙ୍ଗତ ନୁହେଁ। ଯଦି ଚାକିରୀ ବା ସୁବିଧାରୁ ବଂଚିତ ସେମାନଙ୍କ ବର୍ଗର ଅନ୍ୟ ଲୋକଙ୍କୁ ଚାକିରୀ ଦେବା ନାଁରେ କ୍ରିମି ଲେୟର ବ୍ୟବସ୍ଥା ହେବ, ତାହେଲେ ତାହା କେବଳ ସଂରକ୍ଷିତ ବର୍ଗ ହିଁ କାହିଁକି, ସାଧାରଣ ବର୍ଗ ପାଇଁ ବି କରିବା ଦରକାର। ଯଦି ଜଣେ ଦଳିତ ଆଇଏଏସର ପୁଅ ବା ଝିଅ ଆଇଏଏସ୍ ପାଇବା ତର୍କସଙ୍ଗତ ନୁହେଁ ତାହେଲେ ଜଣେ ଉଚ୍ଚଜାତିର ଆଇଏଏସ୍ ଅଧିକାରୀଙ୍କ ପୁଅ ବା ଝିଅ ବି ଆଇଏଏସ୍ ପାଇବା ତର୍କସଙ୍ଗତ କିପରି?

ଅସଲ କଥା ହେଲା, କ୍ରିମି ଲେୟରର ଧାରଣାଟି ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନୁହେଁ ବରଂ ତାକୁ ଖତମ୍ କରିଦେବାକୁ ଆସିଛି। ସେଥିପାଇଁ ଦଳିତ ଓ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ଦେବାର ଦୃଢ଼ ବିରୋଧି ଲୋକଙ୍କ ସଂରକ୍ଷଣ ବିରୋଧି ଯୁକ୍ତିଟି ଶେଷରେ କ୍ରିମି ଲେୟରକୁ ବାଦ ଦେବାରେ ସମାପ୍ତ ହେଇଥାଏ । କ୍ରିମି ଲେୟର ନାଁରେ ଦଳିତ ଓ ଆଦିବାସୀଙ୍କ ଭିତରେ ଥିବା ଶିକ୍ଷିତ ଓ ମେଧାବୀ ବର୍ଗକୁ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ଦେବାକୁ ଷଡ଼ଯନ୍ତ୍ର କରାଯାଉଛି। ଯଦି କ୍ରିମି ଲେୟର ନାଁରେ ସଂରକ୍ଷିତ ବର୍ଗର ସବୁଠାରୁ ବେଶୀ ଶିକ୍ଷିତ ଓ ବୌଦ୍ଧିକ ଭାବେ ସାମର୍ଥ୍ୟ ଥିବା ଲୋକଙ୍କୁ ବାଦ ଦିଆଯିବ, ତାହେଲେ ଅନେକ ଗୁଡ଼ିଏ ସଂରକ୍ଷିତ ପଦବୀ ପୂରଣ ହୋଇ ନପାରି ଖାଲି ରହିବ। ସେଭଳି ପରିସ୍ଥିତିରେ ଉପଯୁକ୍ତ ପ୍ରାର୍ଥୀ ନାହିଁ କହି ସେସବୁ ପଦବୀକୁ ଅସଂରକ୍ଷିତ କରାଯାଇ ସାଧାରଣ ବର୍ଗର ପିଲାଙ୍କୁ ଟେକି ଦିଆଯିବ। କମ୍ ସେ କମ୍ କ୍ରିମି ଲେୟର ନାଁରେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତିଙ୍କ ରାୟରୁ ଏହି ବିଚାରର ଗନ୍ଧ ବାହାରୁଛି। ଯଦି ସୁପ୍ରିମକୋର୍ଟ ଚାହିଁଥାନ୍ତେ, ତାହେଲେ ଗତ ୭୭ ବର୍ଷ ମଧ୍ୟରେ ଦେଶରେ ସଂରକ୍ଷଣ ବ୍ୟବସ୍ଥାର କାର୍ଯ୍ୟକାରୀତା ନେଇ ସରକାରଙ୍କୁ ଏକ ସବିଶେଷ ରିପୋର୍ଟ ମାଗି ପାରିଥାନ୍ତେ। କିନ୍ତୁ ସେପରି ନକରି କ୍ରିମି ଲେୟର ନାଁରେ ଅଧିକରୁ ଅଧିକ ଲୋକଙ୍କୁ ସଂରକ୍ଷଣରୁ ବଂଚିତ କରିବା ଅଯଥାର୍ଥ ମନେହୁଏ।

ଏହା ସତ ଯେ ସଂରକ୍ଷିତ ତାଲିକାଭୁକ୍ତ ଜାତିମାନେ ଏକା ଭଳିଆ ନୁହଁନ୍ତି। ସେମାନଙ୍କ ମଧ୍ୟରେ ବି ସାମାଜିକ ବିଦ୍ୱେଷ ଅବ୍ୟାହତ ରହୁଥିବାରୁ ଏବଂ ବୈବାହିକ ସମ୍ପର୍କ ସ୍ଥାପିତ ହୋଇପାରୁ ନଥିବାରୁ ସେମାନଙ୍କ ମଧ୍ୟରେ ସାମାଜିକ ସ୍ଥିତିଟି ଏକା ହୋଇପାରୁନି। କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟିଏ ସମାନତା ହେଲା, ସମସ୍ତେ ସାଧାରଣ ବର୍ଗର ଲୋକଙ୍କ ତୁଳନାରେ ଉଭୟ ସାମାଜିକ ଓ ଶିକ୍ଷାଗତ ଭାବେ ଅନଗ୍ରସର ଅଟନ୍ତି। ତେବେ ସଂରକ୍ଷିତ ବର୍ଗର ଜାତିମାନଙ୍କ ମଧ୍ୟରେ ସାମାଜିକ ଓ ଶିକ୍ଷାଗତ ଭାବେ ଅନଗ୍ରସରତାରେ ଯେଉଁଠି ଅତ୍ୟଧିକ କିମ୍ବା ଆଖିଦୃଶିଆ ବ୍ୟବଧାନ ରହିଛି ସେଠି ସଂରକ୍ଷଣରୁ ବଂଚିତ ସମ୍ପ୍ରଦାୟକୁ ସଂରକ୍ଷଣର ସୁବିଧାକୁ ନିଶ୍ଚିତ କରି ସେମାନଙ୍କ ମଧ୍ୟରେ ବ୍ୟବଧାନକୁ କମାଇବା ପାଇଁ ଅନଗ୍ରସରତାର ଆଧାରରେ ବର୍ଗୀକରଣର ଯଥାର୍ଥତା ରହିଛି।

ଦେଶର ବିଭିନ୍ନ ରାଜ୍ୟରେ ସଂରକ୍ଷିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ଅନେକ ଦଳିତ ଓ ଆଦିବାସୀ ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ନିଜର ଅନଗ୍ରସରତା କାରଣରୁ ତାଲିକାଭୁକ୍ତ ଅନ୍ୟ ଜାତିମାନଙ୍କ ତୁଳନାରେ ବହୁତ କମ୍ ସଂରକ୍ଷଣର ସୁବିଧା ପାଉଛନ୍ତି। ଅବିଭକ୍ତ ଆନ୍ଧ୍ର ପ୍ରଦେଶର ମାଡିଗା, ତାମିଲନାଡୁର ଆରୁନ୍ଥାତିଆର୍, ପଞ୍ଜାବର ବାଲ୍ମୀକି ପରି ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଅନେକ ଦଳିତ ସମ୍ପ୍ରଦାୟ ରହିଛନ୍ତି, ଯେଉଁମାନେ ସାମାଜିକ ଓ ଶିକ୍ଷାଗତ ଭାବେ ସେମାନଙ୍କ ରାଜ୍ୟର ଅନ୍ୟ ଦଳିତ ସମ୍ପ୍ରଦାୟ ଠାରୁ ଅତ୍ୟନ୍ତ ପଛୁଆ ଏବଂ ନିଜର ଜନସଂଖ୍ୟା ତୁଳନାରେ ସଂରକ୍ଷଣର ବହୁତ କମ୍ ସୁବିଧା ପାଉଛନ୍ତି। ତାମିଲନାଡୁର ଆରୁନ୍ଥାତିଆର୍ ସମ୍ପ୍ରଦାୟର ଜନସଂଖ୍ୟା ରାଜ୍ୟର ଦଳିତମାନଙ୍କ ମୋଟ ଜନସଂଖ୍ୟାର ୧୮ ଭାଗ ଅଟେ ଅଥଚ ସେମାନେ ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣର ମାତ୍ର ୦.୫% ହିଁ ପାଇ ପାରିଛନ୍ତି। ସେମାନେ ନିଜର ପଶ୍ଚାଦପଦତାକୁ ଦୂର କରିବା ପାଇଁ ସଂରକ୍ଷଣ ଭିତରେ ବର୍ଗୀକରଣ ଓ ସଂରକ୍ଷଣ ଦାବି କରି ଅନେକ ବର୍ଷ ହେଲାଣି ଲଢ଼େଇ କରି ଆସୁଛନ୍ତି। ସେମାନଙ୍କ ଏହି ଦାବି ଉଭୟ ନ୍ୟାୟସଙ୍ଗତ ଓ ଗଣତାନ୍ତ୍ରିକ ଅଟେ।

୨୦୦୪ ମସିହାରେ ତାମିଲନାଡୁର କରୁଣାନିଧିଙ୍କ ଡିଏମକେ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରି ସେଠାକାର ଅନୁସୂଚୀତ ଜାତିମାନଙ୍କ ମଧ୍ୟରେ ବର୍ଗୀକରଣ ପାଇଁ ହାଇକୋର୍ଟ ବିଚାରପତି ନ୍ୟାୟମୂର୍ତ୍ତି ଜନାର୍ଦ୍ଦନଦ୍ଦନନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। କମିଶନଙ୍କ ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକର ଆୟୋଜନ ହୋଇଥିଲା। ରାଜ୍ୟର ଅନୁସୂଚିତ ଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ସମ୍ପୃକ୍ତ ସମ୍ପ୍ରଦାୟକୁ ୩% ସଂରକ୍ଷଣ ଦେବାକୁ ଉପରୋକ୍ତ ସର୍ବଦଳୀୟ ବୈଠକରେ ସ୍ଥିର ହୋଇଥିଲା। କେବଳ ପୁଥିଆ ତାମିଲିଗମ୍ (ପିଟି) ନାମକ ଏକ ଦଳିତ ପାର୍ଟି ହିଁ ଏନେଇ ନିଜର ଅସହମତି ପ୍ରକାଶ କରିଥିଲା। ପରେ ତାମିଲନାଡୁ ସରକାର ଆରୁନ୍ଥାତିଆର୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୩% ସବକୋଟା ବିଜ୍ଞପ୍ତି ପ୍ରକାଶ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ କିଛି ବ୍ୟକ୍ତି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଯାଇଥିଲେ। ଯଦିଓ ସୁପ୍ରିମକୋର୍ଟ ଏହି ସଂରକ୍ଷଣ ବିବାଦକୁ ବିଚାର ପାଇଁ ରଖିଥିଲେ କିନ୍ତୁ ରାଜ୍ୟ ସରକାରଙ୍କ ୩% ସବକୋଟା ଉପରେ ରହିତାଦେଶ ଦେଇନଥିଲେ। ଯାହା ଫଳରେ ଆଜି ବି ସେଠାରେ ଆରୁନ୍ଥାତିଆର୍ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ୩% ସବକୋଟା ଜାରୀ ରହିଛି। ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେମାନଙ୍କ ଏହି ସବକୋଟା ଆଇନସମ୍ମତ ହୋଇଯାଇଛି।

ଏହା ସତ ଯେ ସାଧାରଣ ଜାତି ତୁଳନାରେ ଅନୁସୂଚିତ ବର୍ଗର ସବୁ ଜାତି ସାମାଜିକ ଓ ଶୈକ୍ଷିକ ଭାବେ ପଛୁଆ ବା ଅନଗ୍ରସର। ଅର୍ଥାତ୍ ସେମାନେ ସମସ୍ତେ ତଥାକଥିତ ଉଚ୍ଚ ଜାତିମାନଙ୍କ ଦ୍ୱାରା ସମାନ ଭାବରେ ଜାତିଗତ ଘୃଣା, ଭେଦଭାବ ଓ ହିଂସାର ଶିକାର ଅଟନ୍ତି। କିନ୍ତୁ ସଂରକ୍ଷିତ ବର୍ଗରେ ଥିବା ସବୁ ଜାତି ବା ସମ୍ପ୍ରଦାୟର ସ୍ଥିତି ସମାନ ନୁହେଁ। ମହାରାଷ୍ଟ୍ରରୁ ଆସି ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ଆଦିବାସୀ ମାନ୍ୟତା ପାଇଥିବା ବଞ୍ଜାରାମାନେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ପଛୁଆ ବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ଅଟନ୍ତି। କିନ୍ତୁ ଜରୁରୀ ପରିସ୍ଥିତି ସମୟରେ କେନ୍ଦ୍ର ସରକାର ଏକଚାଟିଆ ଭାବେ ସେମାନଙ୍କୁ ଅବିଭକ୍ତ ଆନ୍ଧ୍ର ପ୍ରଦେଶର ଆଦିବାସୀ ତାଲିକାରେ ସାମିଲ କରିବା ପରେ ଆଜି ସେମାନେ ସେଠାକାର ଆଦିବାସୀଙ୍କ ପାଇଁ ସଂରକ୍ଷିତ ଥିବା ସୁବିଧାରୁ ସିଂହଭାଗକୁ ଅକ୍ତିଆର କରିବା ଦେଖାଯାଇଛି। ଏହି କାରଣରୁ ହିଁ ସେଠାକାର ମୂଳ ଆଦିବାସୀଙ୍କ ମଧ୍ୟରେ ଭୟଙ୍କର ଅସନ୍ତୋଷ ରହିଆସିଛି। ବଞ୍ଜାରାଙ୍କୁ ଛାଡ଼ି ସେଠାକାର ଅନ୍ୟ ସମସ୍ତ ଆଦିବାସୀ ସମ୍ପ୍ରଦାୟ ସଂରକ୍ଷଣ ଭିତରେ ନିଜ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିବାକୁ ଦାବି କରି ଆସିଛନ୍ତି। ବୋଧହୁଏ ଉପରୋକ୍ତ କାରଣରୁ ହିଁ ସୁପ୍ରିମକୋର୍ଟର ରାୟକୁ ସର୍ବପ୍ରଥମେ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସରକାର ସ୍ୱାଗତ କରିଛନ୍ତି।

ଓଡ଼ିଶାରେ ବି ଅତୀତରେ ଅନୁସୂଚୀତ ବର୍ଗର ଜାତିମାନଙ୍କ ମଧ୍ୟରେ ସ୍ପୃଶ୍ୟ ଓ ଅସ୍ପୃଶ୍ୟ ନାଁରେ ବର୍ଗୀକରଣ ପାଇଁ ଦାବି ହୋଇଛି। ବିହାରରେ ବି ଅନୁସୂଚୀତ ଜାତି ମଧ୍ୟରୁ ପାଶ୍ୱାନ ବା ଦୁଷାଦମାନେ ସଂରକ୍ଷିତ ଜାତିମାନଙ୍କ ପାଇଁ ଉଦ୍ଦିଷ୍ଟ ସବିଧାରୁ ଅଧିକ ଭାଗ ହାତଉ ଥିବା କାରଣରୁ ସେଠାକାର ନିତିଶ ସରକାର ଅନୁସୂଚୀତ ଜାତିମାନଙ୍କୁ ଦଳିତ ଓ ମହାଦଳିତ ନାଁରେ ବର୍ଗୀକରଣ କରିଛନ୍ତି। ଯଦିଓ ଏହି ବିଭାଜନ ଏଯାଏଁ ଆଇନ ସମ୍ମତ ନୁହେଁ କିନ୍ତୁ ସରକାରଙ୍କ ବିକାଶମୂଳକ କାମରେ ଏହି ବର୍ଗୀକରଣ କାର୍ଯ୍ୟକାରୀ ହେଉଛି।

ତେବେ ସୁପ୍ରିମକୋର୍ଟ ନିଜର ରାୟରେ ବର୍ଗୀକରଣ ବ୍ୟବସ୍ଥାକୁ ଅତ୍ୟନ୍ତ ସରଳୀକୃତ କରି ଯେପରି ରାଜ୍ୟ ନିର୍ବିଶେଷରେ ସବୁଠାରେ ତାକୁ ଲାଗୁ କରିବାକୁ କହିଛନ୍ତି, ତାହା ଅଯୌକ୍ତିକ ଓ ଅବାସ୍ତବ ବୋଲି କୁହାଯାଇପାରେ। କାରଣ ସବୁଠାରେ ସଂରକ୍ଷିତ ବର୍ଗର ଜାତି ବା ଉପଜାତିମାନଙ୍କ ମଧ୍ୟରେ ତାମିଲନାଡ଼ୁ କି ଆନ୍ଧ୍ରପ୍ରଦେଶ ପରି ଅନଗ୍ରସରତାରେ ଏତେବଡ଼ ବ୍ୟବଧାନ ନାହିଁ କିମ୍ବା ସଂରକ୍ଷଣ ସୁବିଧା ପାଇବାରୁ କୌଣସି ଜାତି ଅତ୍ୟଧିକ ବଂଚିତ ନୁହଁନ୍ତି। ସେଭଳି ପରିସ୍ଥିତିରେ ସବୁ ରାଜ୍ୟରେ ଅନଗ୍ରସରତା ନାଁରେ ଏଭଳି ବର୍ଗୀକରଣର କୌଣସି ଯୁକ୍ତିଯୁକ୍ତତା ନାହିଁ। ପୁନଶ୍ଚ ଏତେଗୁଡ଼ିଏ ଜାତି ମଧ୍ୟରେ ଅନଗ୍ରସରତାର ଆଧାରରେ ବର୍ଗୀକରଣ କରିବା ଏବଂ ସମସ୍ତଙ୍କୁ ଅଲଗା ଅଲଗା ସବକୋଟା ପ୍ରଦାନ କରିବା ଅବାସ୍ତବ ମନେହୁଏ। ସୁପ୍ରିମକୋର୍ଟଙ୍କ ଏଭଳି ରାୟ ସଂରକ୍ଷିତ ବର୍ଗର ଲୋକଙ୍କ ମଧ୍ୟରେ ଅନାବଶ୍ୟକ ବିଭାଜନ ଓ ଗୋଳିଆ ପରିସ୍ଥିତି ସୃଷ୍ଟି କରିବ। ଅତଏବ ନିର୍ଦ୍ଦିଷ୍ଟ କିଛି ଜାତି ବା ସମ୍ପ୍ରଦାୟଙ୍କୁ ଛାଡ଼ିଦେଲେ ସବୁଠାରେ ଏଭଳି ବର୍ଗୀକରଣ ଅନାବଶ୍ୟକ ଓ ବିଭାଜନକାରୀ ଅଟେ।

ଫୋନ- ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story