ଗୋଟିଏ ଦେଶରେ ସୀମିତ ନାହିଁ ସାଂପ୍ରଦାୟିକ ବିଦ୍ୱେଷ

ଗଣତନ୍ତ୍ରରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ମାନବିକ ଅଧିକାର, ବୌଦ୍ଧ ଧର୍ମାବଲମ୍ବୀଙ୍କ ମାନବିକ ଅଧିକାର ଓ ହିନ୍ଦୁଙ୍କ ମାନବିକ ଅଧିକାର ବୋଲି କିଛି ନଥାଏ। ଧର୍ମ, ଜାତି ଓ ଲିଙ୍ଗଗତ କୌଣସି ପ୍ରଭେଦ ନଥାଇ ସମସ୍ତ ନାଗରିକଙ୍କ ମାନବିକ ଅଧିକାରର ସୁରକ୍ଷା କରିବା ରାଷ୍ଟ୍ରର ଦାୟିତ୍ଵ ବୋଲି ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରାବଧାନ ରହିଛି।

A Giant Buddha Statue Was Destroyed At Bamiyan

Debendra Prusty
  • Published: Thursday, 23 January 2025
  • Updated: 23 January 2025, 01:17 PM IST

Sports

Latest News

ଦେବ ରଞ୍ଜନ

ଗୌତମ ବୁଦ୍ଧଙ୍କ ମୃତ୍ୟୁର ଅନେକ ବର୍ଷ ପରେ ତାଙ୍କର ଅନୁଗାମୀମାନେ ବୁଦ୍ଧଙ୍କର ମୂର୍ତ୍ତି ତିଆରି କରିଥିଲେ। ବୋଧହୁଏ ଛଅ ଶହ ଅଥବା ସାତ ଶହ ବର୍ଷ ପରେ। ସେଥିଲାଗି ବୁଦ୍ଧଙ୍କ ଚେହେରା ବିଶ୍ଵର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ହୋଇରହିଛି। ବୁଦ୍ଧ ନିଜେ ତ ମୂର୍ତ୍ତିପୂଜାର ଘୋର ବିରୋଧୀ ଥିଲେ। ତେଣୁ ତାଙ୍କର ଅନୁଗାମୀମାନେ ବେଶ କେତେ ଶହ ବର୍ଷ ବୁଦ୍ଧଙ୍କ ମୂର୍ତ୍ତି ନିର୍ମାଣ ସମ୍ପର୍କରେ ଚିନ୍ତା କରିନଥିଲେ।

ବୁଦ୍ଧଙ୍କ ଦେହାନ୍ତର ଦୁଇ ତିନି ପିଢ଼ି ପରେ ପଥରରେ ତିଆରି ବୁଦ୍ଧଙ୍କ ପାଦ ଓ ହସ୍ତ ପ୍ରଥମେ ବୌଦ୍ଧଧର୍ମର ପ୍ରତୀକ ଭାବରେ ପୂଜା ପାଇଲେ। ତାମିଲନାଡୁର କେତେକ ସ୍ଥାନରେ ଏହାର ପ୍ରମାଣ ମିଳେ। କଳିଙ୍ଗ ଯୁଦ୍ଧ (ଖ୍ରୀଷ୍ଟପୂର୍ବ ୨୬୧) ପରେ ବୌଦ୍ଧଧର୍ମ ଦକ୍ଷିଣ ଭାରତକୁ ପ୍ରସାରିତ ହେବା ସ୍କୁଲ ପାଠ୍ୟ ପୁସ୍ତକରେ ପଢ଼ିଛେ।

ରାଜା ପ୍ରଥମ କନିଷ୍କ (୧୨୧-୧୫୧ ଖ୍ରୀଷ୍ଟାବ୍ଦ)ଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତି ଭାରତରେ ତିଆରି ହୋଇଥିବା ଇତିହାସବିତମାନେ ଯୁକ୍ତି କରୁଛନ୍ତି। ବୁଦ୍ଧଙ୍କ ମୂର୍ତ୍ତି ହେବା ପରେ ବୌଦ୍ଧ ଧର୍ମ ଭାରତ ବାହାରେ ଅନେକ ଦେଶରେ ପହଞ୍ଚିଲା। ଚୀନ ସମେତ ପୂର୍ବ ଏସିଆର ଅନେକ ଦେଶକୁ କ୍ରମଶଃ ଏହା ପ୍ରସାରିତ ହୋଇଥିଲା। ଏହା ପରେ ବିଭିନ୍ନ ଦେଶର ରାଜାଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ବିହାର ଅଥବା ମନ୍ଦିର ଅନୁଷ୍ଠାନର ପରିସର ମଧ୍ୟରେ ବୁଦ୍ଧ କ୍ରମଶଃ ସଙ୍କୁଚିତ ହେବାରେ ଲାଗିଲେ।

ହୁନ ବଂଶର ଶାସନ ସମୟରେ (୪୦୦ ଶତାବ୍ଦୀରୁ ୬୦୦ ଶତାବ୍ଦୀ ମଧ୍ୟରେ) ବୌଦ୍ଧ ଧର୍ମ ମଧ୍ୟ ଏସିଆର ଆଫଗାନିସ୍ତାନ, ଉଜବେକିସ୍ତାନ, ତାଜିକସ୍ତାନ ଇତ୍ୟାଦି ଦେଶରେ ପ୍ରଚାରିତ ହୋଇଥିଲା। ଆଫଗାନିସ୍ତାନର କାବୁଲ ସହର ଠାରୁ ୧୩୦ କିମି ଦୂରରେ ଅବସ୍ଥିତ ବାମିୟାନ ଉପତ୍ୟକାରେ ଷଷ୍ଠ ଶତାବ୍ଦୀରେ ବୁଦ୍ଧଙ୍କର ଦୁଇଟି ବିଶାଳ ମୂର୍ତ୍ତି (୩୮ ମିଟର ଓ ୫୫ ମିଟର) ଉକ୍ତ ହୁନ ବଂଶର ରାଜାଙ୍କ ଦ୍ଵାରା ତିଆରି ହୋଇଥିଲା। ଇସଲାମ ଧର୍ମ ସପ୍ତମ ଶତାବ୍ଦୀରେ ଆସିବା ପରେ ବୌଦ୍ଧଧର୍ମ ମଧ୍ୟପ୍ରାଚ୍ୟ ଦେଶରେ ଆଉ ପ୍ରସାରିତ ହୋଇନଥିଲା।

ଆଫଗାନିସ୍ତାନ ଶାସନରେ ଅନେକ ପ୍ରକାରର ପରିବର୍ତ୍ତନ ସପ୍ତମ ଶତାବ୍ଦୀ ଠାରୁ ୨୦୦୦ ମସିହା ମଧ୍ୟରେ ଆସିଛି। ଏହି ସମୟ ମଧ୍ୟରେ ମହମ୍ମଦ ବିନ କାଶିମ ଇସଲାମ ଧର୍ମର ପ୍ରଚାର ମଧ୍ୟ-ଏସୀୟ ଅଞ୍ଚଳରେ କରିଛନ୍ତି। ଗଜନିର ମାମୁଦ ଓ ମହମ୍ମଦ ଘୋରୀ ଏହି ରାସ୍ତା ଦେଇ ଭାରତକୁ (ସେ ସମୟର ଜମ୍ବୁଦ୍ଵୀପ) ଆସିଛନ୍ତି। ବାବର ଏହା ପରେ ଆସି ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। ହେଲେ ଉକ୍ତ ଦୀର୍ଘ ୧୪୦୦ ବର୍ଷ ମଧ୍ୟରେ କୌଣସି ରାଜା ବା ଶାସକ ଉକ୍ତ ବୁଦ୍ଧମୂର୍ତ୍ତିର କୌଣସି କ୍ଷତି ଘଟାଇନଥିଲେ।

ଇସଲାମୀୟ ମୌଳବାଦୀ ସଂଗଠନ ତାଲିବାନ ପାର୍ଟି ୨୦୦୧ ମସିହାରେ ଆଫଗାନିସ୍ତାନର ଶାସନ କ୍ଷମତା ନିଜ ହାତକୁ ନେଇଥିଲା। ସେମାନଙ୍କୁ ବାମିୟାନ ଉପତ୍ୟକାର ସେହି ବୁଦ୍ଧ ମୂର୍ତ୍ତିକୁ ଦେଖିବାକୁ ଅସହ୍ୟ ହେଲା। ଇସଲାମରେ ମୂର୍ତ୍ତି ପୂଜାକୁ ବିରୋଧ କରାଯାଇଛି। ହେଲେ ଏହା ନିଜ ଧର୍ମାବଲମ୍ବୀମାନଙ୍କ ଲାଗି। କିନ୍ତୁ ନିଜକୁ ଆଲ୍ଲାଙ୍କ ସଚ୍ଚା ସେବକ ପ୍ରମାଣିତ କରିବାକୁ ଯାଇ ତାଲିବାନମାନେ ସେହି ଦୁଇ ବୁଦ୍ଧ ମୂର୍ତ୍ତିକୁ ମାର୍ଚ୍ଚ ୨୦୦୧ରେ କମାଣ ଲଗାଇ ଧ୍ଵଂସ କରିଦେଲେ। ଯଦିଓ ଅନେକ ଦେଶ ସେପରି ନକରିବା ଲାଗି ଅନୁରୋଧ ଓ ଚାପ ତାଲିବାନ ଉପରେ ପକାଇଥିଲେ, କିନ୍ତୁ ତାହା କିଛି ଫଳ ଦେଲା ନାହିଁ।

ଧାର୍ମିକ ବିଦ୍ଵେଷ ଏଭଳି ଅହଂକାର ତିଆରି କରେ ଯେ ନିଜର କାର୍ଯ୍ୟର ପରିଣାମ ସମ୍ପର୍କରେ ମଧ୍ୟ ଏହା ଚିନ୍ତା କରିବାକୁ ସୁଯୋଗ ଦିଏନାହିଁ। ତାଲିବାନମାନଙ୍କ ଦ୍ଵାରା ବୁଦ୍ଧ ମୂର୍ତ୍ତି ଧ୍ଵଂସ ଅନେକଙ୍କୁ ବ୍ୟଥିତ କରିଥିଲା। ଏହାସତ୍ତ୍ୱେ କୌଣସି ଦେଶ ତାଲିବାନଙ୍କ ଏତାଦୃଶ କାର୍ଯ୍ୟ ଲାଗି ନିଜ ଦେଶର ସାଧାରଣ ମୁସଲମାନଙ୍କୁ ଦାୟୀ କରିନଥିଲେ। ମୁସଲମାନ ଓ ଖ୍ରୀଷ୍ଟିୟାନ ମଧ୍ୟରେ ଅଥବା ମୁସଲମାନ ଓ ବୌଦ୍ଧଧର୍ମୀଙ୍କ ମଧ୍ୟରେ ଯଦିଓ ପୂର୍ବରୁ ବିବାଦ ରହିଥିଲା କିନ୍ତୁ ତାଲିବାନମାନଙ୍କ କାର୍ଯ୍ୟର ପ୍ରତିକ୍ରିୟାରେ ନିଜ ଦେଶର ମୁସଲମାନଙ୍କୁ ଆକ୍ରମଣ ଏହାପୂର୍ବରୁ ହୋଇନଥିଲା।

ଇସଲାମ-ଆଡ଼ୁ-ଭୟର ପ୍ରସାର

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ (୯/୧୧ ଭାବରେ ଖ୍ୟାତ) ଅଲ କାଏଦା ଉଗ୍ରବାଦୀ ସଂଗଠନ ଦ୍ଵାରା ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ଓ ପେଣ୍ଟାଗନ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଅନେକ ଆମେରିକାବାସୀ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ଆକ୍ରମଣକୁ ଧର୍ମ ସହିତ ଯୋଡ଼ି ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ ଇସଲାମ ‘ଉଗ୍ରବାଦ ବିରୁଦ୍ଧରେ ଯୁଦ୍ଧ’ ବା ୱାର ଅନ ଟେରର ଘୋଷଣା କରିଥିଲେ। ଆମେରିକା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇ ମଧ୍ୟ ଜର୍ଜ ବୁଶ ଇସଲାମକୁ ଉଗ୍ରବାଦ ସହିତ ଯୋଡ଼ି ମୁସଲମାନ ବହୁଳ ରାଷ୍ଟ୍ରକୁ ଆକ୍ରମଣକାରୀ ‘ରାକ୍ଷସ’ ଆଖ୍ୟା ଦେଇଥିଲେ।

ଆମେରିକାର ଏଫବିଆଇର (ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) ୨୦୦୨ ମସିହାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୯/୧୧ ଘଟଣା ପରେ ମୁସଲମାନଙ୍କ ଉପରେ ଆକ୍ରମଣ ପୂର୍ବ ବର୍ଷ ତୁଳନାରେ ସମଗ୍ର ଆମେରିକାରେ ୧୬୦୦ ପ୍ରତିଶତ ବଢିଯାଇଥିଲା। ୨୦୦୦ ମସିହାରେ ଯେଉଁଠି ୨୮ଟି ଘଟଣା ଦେଶରେ ହୋଇଥିଲା ୨୦୦୨ରେ ୪୮୧ଟି ଘଟଣା ଘଟିଥିଲା। ପିୟୁ ରିସର୍ଚ ରିପୋର୍ଟ ଅନୁସାରେ ୨୦୦୪ ମସିହା ବେଳକୁ ପ୍ରତି ଚାରି ଜଣରେ ଜଣେ ଆମେରିକାବାସୀ ଦୃଢ଼ ଥିଲେ ଯେ ଇସଲାମ ହିଁ ବିଶ୍ଵରେ ହିଂସାକୁ ପ୍ରୋତ୍ସାହିତ କରୁଛି। ପିୟୁ ତଥ୍ୟ ଅନୁସାରେ, ୨୦୧୨ ମସିହା ବେଳକୁ ୪୧ ପ୍ରତିଶତ ଆମେରିକାବାସୀ ଇସଲାମକୁ ‘ଉଗ୍ରବାଦ’ ଓ ମୁସଲମାନଙ୍କୁ ‘ଉଗ୍ରପନ୍ଥୀ’ ବୋଲି ମନେ କରୁଥିଲେ। ଏହାପର ଠାରୁ ବିଶ୍ୱରେ ଧୀରେ ଧୀରେ ଇସଲାମ-ଆଡ଼ୁ-ଭୟର ପ୍ରଭାବ ବଢ଼ିବାରେ ଲାଗିଛି।

ଧର୍ମନିରପେକ୍ଷତାକୁ ଏବେ ବିଶ୍ଵର ଧନୀ ପୁଞ୍ଜିବାଦୀ ଦେଶମାନେ ନିଜ ନିଜ ସମ୍ବିଧାନରୁ ହଟାଇ ଦେବାର ଅପଚେଷ୍ଟା କରିଚାଲିଛନ୍ତି। ସେମାନେ ବିଶ୍ଵକୁ ଅଧିକ ହିଂସାମୁଖୀ, ଅସହିଷ୍ଣୁ ଓ ଆକ୍ରମଣକାରୀ ଭାବରେ ସାବ୍ୟସ୍ତ କରୁଛନ୍ତି। ଆମେରିକା ଦ୍ଵାରା ଇସଲାମ-ଆଡ଼ୁ-ଭୟର ପ୍ରଚାର କରାଯାଇ ବିଭିନ୍ନ ଏସୀୟ ଦେଶମାନଙ୍କରେ ଆକ୍ରମଣ କରାଯାଇଛି।

୨୦୦୩ ମସିହାରେ ଇରାକ ଉପରେ ପ୍ରଥମ ଆକ୍ରମଣ ହୋଇଥିଲା। ଏହାପରେ ସିରିୟା, ଲେବାନନ, ଇରାନ, ସୋମାଲିଆ, ସୁଦାନ ଓ ୟେମେନ ଇତ୍ୟାଦି ଦେଶ ଉପରେ ଆମେରିକା ସେନା ଦ୍ଵାରା ଆକ୍ରମଣ କରାଯାଇଛି। ଅନେକ ଲକ୍ଷ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି। ଇସ୍ରାଏଲର ପାଲେଷ୍ଟାଇନ ଉପରେ ଆକ୍ରମଣକୁ ଆମେରିକା ସମର୍ଥନ କରିବା କାରଣରୁ ଏହା ଦୀର୍ଘ ଦିନ ଚାଲିଥିଲା। ଏହି ଆକ୍ରମଣ ହେତୁ ୪୦୦୦୦ ପାଲେଷ୍ଟାଇନବାସୀ ମୃତ୍ୟୁବରଣ କରିଛନ୍ତି। ଲକ୍ଷ ଲକ୍ଷ ଘର ଧ୍ଵଂସ କରିଦିଆଯାଇଛି।

ଧାର୍ମିକ ଅସହିଷ୍ଣୁତା କହିଲେ ନିଜ ଧର୍ମକୁ ଶ୍ରେଷ୍ଠ ମନେକରିବା, ଅନ୍ୟର ଧର୍ମର ଦେବତାଙ୍କୁ ବିକୃତ କରିବା ଓ ଭିନ୍ନ ଧର୍ମର ଧର୍ମାବଲମ୍ବୀଙ୍କୁ ଆକ୍ରମଣ କରିବାକୁ ବୁଝାଇଥାଏ। ଧାର୍ମିକ ବିଦ୍ଵେଷ ଅଥବା ଅସହିଷ୍ଣୁତା ଆଜି ସମଗ୍ର ବିଶ୍ଵକୁ କରାୟତ୍ତ କରିସାରିଲାଣି। ଇସଲାମ-ଆଡ଼ୁ-ଭୟର ପ୍ରଭାବରୁ ଭାରତ, ଶ୍ରୀଲଙ୍କା, ବର୍ମା, ଜାପାନ ଇତ୍ୟାଦି ଦେଶରେ ମୁସଲମାନ ବିରୋଧୀ ହିଂସା, ଦଙ୍ଗା, ସାମ୍ପ୍ରଦାୟିକ ଆକ୍ରମଣ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି।

ତାଲିବାନଙ୍କ ବୁଦ୍ଧ ମୂର୍ତ୍ତି ଧ୍ଵଂସ ବୌଦ୍ଧ ଧର୍ମାବଲମ୍ବୀ ମାନସିକତାକୁ ଆଘାତ ଦେଇଥିଲା। କିନ୍ତୁ ନିରସ୍ତ୍ର ମୁସଲମାନଙ୍କୁ ଏଥିଲାଗି ଦାୟୀ କରି କୌଣସି ଘଟଣା ଘଟି ନଥିଲା। ଆଫଗାନିସ୍ତାନରେ ବୁଦ୍ଧ ମୂର୍ତ୍ତି ଧ୍ଵଂସ କରିବା କାରଣରୁ ସାଧାରଣ ମୁସଲମାନଙ୍କ ଉପରେ ଆଜି ଆକ୍ରମଣ ହେଉନାହିଁ। ଇସଲାମ ଯେ ଏକ ଉଗ୍ରପନ୍ଥୀଙ୍କ ଧର୍ମ ଓ ପ୍ରତ୍ୟେକ ମୁସଲମାନ ଯେ ଜଣେ ଜଣେ ଉଗ୍ରପନ୍ଥୀ ଏଭଳି ମିଥ୍ୟା ଆରୋପ ଆଣି ସାଧାରଣ ମୁସଲମାନଙ୍କ ଉପରେ ଆକ୍ରମଣ କରାଯାଉଛି।

ସାମ୍ପ୍ରଦାୟିକ ବିଦ୍ୱେଷ ପେଟରେ ସମଗ୍ର ବିଶ୍ଵ

ଇସଲାମ ବିରୋଧୀ ମାନସିକତା ଓ ଇସଲାମ-ଆଡୁ-ଭୟର ପ୍ରସାର ବିଭିନ୍ନ ଦେଶର ସରକାରଙ୍କ ଦ୍ଵାରା ଜାଣି ଜାଣି ପ୍ରସାର କରାଯାଉଛି। ମୁସଲମାନ ନାଗରିକଙ୍କୁ ନିଜ ଦେଶରୁ ବିତାଡ଼ିତ କରିବା, ସେମାନଙ୍କ ନାଗରିକ ପରିଚୟ ଛଡ଼ାଇ ନେବା, ସେମାନଙ୍କୁ ନାଗରିକ ଶୂନ୍ୟ କରିବା ଲାଗି ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ଦ୍ଵାରା କୌଶଳର ସହିତ ନିଜ ସମର୍ଥକଙ୍କ ମାଧ୍ୟମରେ ଧର୍ମର ନାମରେ ଏହା କରାଯାଉଛି।

ଶ୍ରୀଲଙ୍କାରେ ୨୦୧୪ ଓ ୨୦୧୮ରେ ମୁସଲମାନ ବିରୋଧୀ ହିଂସା ଭୀଷଣ ରୂପ ନେଇଥିଲା। ବର୍ମାରେ ୨୫,୦୦୦ ରୋହିଙ୍ଗିଆ ମୁସଲମାନଙ୍କୁ ୨୦୧୭ରେ ହତ୍ୟା କରାଯାଇଥିଲା। ଅଷ୍ଟ୍ରେଲିଆରେ ୨୦୦୫ ଓ ୨୦୧୯ରେ ଦୁଇ ଥର ସାମ୍ପ୍ରଦାୟିକ ହିଂସା ସଂଗଠିତ ହୋଇଥିଲା। ଜାପାନ ଓ ଚୀନ ବୌଦ୍ଧ ଧର୍ମାବଲମ୍ବୀ ବହୁଳ ଦେଶ କାରଣରୁ ମୁସଲମାନବିରୋଧୀ କାର୍ଯ୍ୟକଳାପ ବଢ଼ିଥିଲା। ଇଉରୋପରେ ବିଭିନ୍ନ ଦେଶ ଯଥା ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନ ଇତ୍ୟାଦି ଦେଶରେ ଏହିଭଳି ଘଟଣା ଘଟିବାରେ ଲାଗିଛି।

ଭାରତରେ ସାଧାରଣ ମୁସଲମାନଙ୍କୁ ଗୋମାଂସ, ଲଭ ଜିହାଦ, ବାଂଲାଦେଶୀ, ରୋହିଙ୍ଗିଆ ନାମରେ ଘରେ ପଶି, ଟ୍ରେନରେ, ବଜାରରେ, ପାର୍କରେ, ଗାଡ଼ିରେ, ପବ୍ଲିକ ସ୍ଥାନରେ ଆକ୍ରମଣ ଓ ହତ୍ୟା କରାଯାଉଛି। ଅପରିଚିତ ବ୍ୟକ୍ତିର ଚେହେରା ଦେଖି ତାକୁ ଅତର୍କିତ ଆକ୍ରମଣ କରିବା, ଘର ଜାଳିଦେବା, ହତ୍ୟା କରିବା ମାନସିକତା ଧାର୍ମିକ ଘୃଣା ମଧ୍ୟରୁ ଆସିଥାଏ। ଏହା ୨୦୧୦ ମସିହା ପରଠାରୁ ବଢ଼ିବାରେ ଲାଗିଛି।

ଆମେରିକା, ଇଉରୋପରେ ବିଭିନ୍ନ ଦେଶ ତଥା ଭାରତ ଧର୍ମନିରପେକ୍ଷତା ଲାଗି ପ୍ରସିଦ୍ଧ ଥିଲେ। ଦେଶର ଗଣତନ୍ତ୍ର ଲାଗି ଧର୍ମନିରପେକ୍ଷତା ପ୍ରାଥମିକ ଉପାଦାନ। ଏଥିରେ ଦେଶର ସରକାର ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ଅଧିକାରକୁ ପୂରଣ କରିବାର ପ୍ରତିଶୃତି ଦେଇଥାଏ।

ଗଣତନ୍ତ୍ରରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ମାନବିକ ଅଧିକାର, ବୌଦ୍ଧ ଧର୍ମାବଲମ୍ବୀଙ୍କ ମାନବିକ ଅଧିକାର ଓ ହିନ୍ଦୁଙ୍କ ମାନବିକ ଅଧିକାର ବୋଲି କିଛି ନଥାଏ। ଧର୍ମ, ଜାତି ଓ ଲିଙ୍ଗଗତ କୌଣସି ପ୍ରଭେଦ ନଥାଇ ସମସ୍ତ ନାଗରିକଙ୍କ ମାନବିକ ଅଧିକାରର ସୁରକ୍ଷା କରିବା ରାଷ୍ଟ୍ରର ଦାୟିତ୍ଵ ବୋଲି ଗଣତନ୍ତ୍ର ବ୍ୟବସ୍ଥାରେ ପ୍ରାବଧାନ ରହିଛି। ଏବେ ସାମ୍ପ୍ରଦାୟିକ ଓ ଭିଡ଼ ହିଂସା ସାଧାରଣ ନାଗରିକ ଠାରୁ ସେହି ସମସ୍ତ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଉଛି ଯାହା ସେ ଦୀର୍ଘ ବର୍ଷର ଲଢ଼େଇ ହେତୁ ହାସଲ କରିଥିଲା। ସାଧାରଣ ମଣିଷର ବର୍ତ୍ତମାନ ଓ ଭବିଷ୍ୟତ ଉଭୟ ଅସୁରକ୍ଷିତ ହେବାରେ ଲାଗିଛି। ଏ କ୍ଷେତ୍ରରେ ଗଣତନ୍ତ୍ର ସତରେ ଆଗାମୀ ଦିନରେ ବଞ୍ଚିବ, ଇଏ ଏକ ବଡ଼ ପ୍ରଶ୍ନ ଆମ ସାମ୍ନାରେ।

ମୋବାଇଲ - ୯୪୩୭୭୬୨୨୭୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story