ସମୁଦ୍ର ମାଡ଼ି ଆସୁଛି!

ଦେବ ରଞ୍ଜନ “ସତରେ କ’ଣ ସମୁଦ୍ର ପଛକୁ ଫେରିଯିବ? ନା, ଫେରିବନି? ଫେରିଗଲେ ତ ଭଲ କଥା। କିନ୍ତୁ ବିଶ୍ଵାସ ଲାଗୁନି। ମାଡ଼ି ଆସିଥିବା ସମୁଦ୍ର କ’ଣ ଆଉ ଫେରିବ?” ସତରେ ମାଡ଼ି ଆସିଥିବା ସମୁଦ୍ର କେବେ ଫେରେନାହିଁ କି ସୃଷ୍ଟି ହୋଇଥିବା ବାତ୍ୟା କେବେ ଥମିଯାଏ ନାହିଁ। “ବାତ୍ୟା ନାମ ଶୁଣିଲେ ଆମ ଛାତି ଥରିଉଠେ। ପୁଣି କ’ଣ ସମୁଦ୍ର ଆଗକୁ ମାଡ଼ି ଆସିବ? ଆମେ କ’ଣ ପୁଣି ପଛକୁ ଯିବୁ?” ଉଦୟକଣି ଗାଁର ଗୋବିନ୍ଦ […]

Sea

Sea

Debendra Prusty
  • Published: Friday, 18 November 2022
  • Updated: 18 November 2022, 04:50 PM IST

Sports

Latest News

  • ଦେବ ରଞ୍ଜନ

“ସତରେ କ’ଣ ସମୁଦ୍ର ପଛକୁ ଫେରିଯିବ? ନା, ଫେରିବନି? ଫେରିଗଲେ ତ ଭଲ କଥା। କିନ୍ତୁ ବିଶ୍ଵାସ ଲାଗୁନି। ମାଡ଼ି ଆସିଥିବା ସମୁଦ୍ର କ’ଣ ଆଉ ଫେରିବ?” ସତରେ ମାଡ଼ି ଆସିଥିବା ସମୁଦ୍ର କେବେ ଫେରେନାହିଁ କି ସୃଷ୍ଟି ହୋଇଥିବା ବାତ୍ୟା କେବେ ଥମିଯାଏ ନାହିଁ। “ବାତ୍ୟା ନାମ ଶୁଣିଲେ ଆମ ଛାତି ଥରିଉଠେ। ପୁଣି କ’ଣ ସମୁଦ୍ର ଆଗକୁ ମାଡ଼ି ଆସିବ? ଆମେ କ’ଣ ପୁଣି ପଛକୁ ଯିବୁ?” ଉଦୟକଣି ଗାଁର ଗୋବିନ୍ଦ ପ୍ରଧାନଙ୍କ ସ୍ଵର ଆଜି ବି ମୋ କାନରେ ଢୋ ଢୋ ବାଜୁଛି।

ପୁରୀ ଜିଲ୍ଲା କୋଣାର୍କଠାରୁ କାକଟପୁର ଆଡ଼କୁ ମାତ୍ର ୬ କିଲୋମିଟର ଗଲେ ବାଲି ଦୋକାନ। ସେଠାରୁ ସମୁଦ୍ର ଆଡ଼କୁ  ପୁଣି ୬ କିଲୋମିଟର ଗଲେ ଉଦୟକଣି ଗାଁ। ଗାଁରେ ତିରିଶ ଘର। ଗାଁଟି ଯୁବକ ଶୂନ୍ୟ। ସମସ୍ତେ ଭାରତର ବିଭିନ୍ନ ସହରରେ ପ୍ରବାସୀ ଶ୍ରମିକ। ଆଜି ୨୦୨୨ ମସିହାରେ ଯେଉଁ ବାଲି ଦୋକାନ ଦେଇ ମୁଁ ଉଦୟକଣି, ତଣ୍ଡାହାର ଇତ୍ୟାଦି ଗାଁ ଆଡ଼କୁ ଯାଉଥିଲି ୨୦୩୦ ମସିହା ବେଳକୁ ହୁଏତ ସେହି ବାଲି ଦୋକାନ ମଧ୍ୟ ରହିନଥିବ। ଦ୍ରୁତ ଗତିରେ ସମୁଦ୍ର ଭୂଭାଗକୁ ଖାଇବାରେ ଲାଗିଛି। ହୁଏତ କେଉଁଠାରେ ସମୁଦ୍ର ସ୍ଥଳ ଭାଗର ଅଧିକ ଭିତରକୁ ପଶିଆସୁଛି ତ କେଉଁଠି ହୁଏତ କମ ପଶିଆସୁଛି।

ଗୋବିନ୍ଦ ପ୍ରଧାନଙ୍କୁ ଏବେ ବୟସ ୬୫ ବର୍ଷ। ଆଜିକୁ ପଚାଶ ବର୍ଷ ତଳେ ଉଦୟକଣି, ତଣ୍ଡାହାର, କଲମକଣି ଇତ୍ୟାଦି ଗାଁର ସବୁ ପିଲା ପଞ୍ଚମ ଶ୍ରେଣୀ ପାସ କଲା ପରେ ହାଇସ୍କୁଲ ପଢ଼ିବା ଲାଗି ଯାଉଥିଲେ ଛେନୁ ଗାଁ। ଛେନୁ ଗାଁରେ ଥିଲା ଏକମାତ୍ର ହାଇସ୍କୁଲ। ଏବେ ସମୁଦ୍ର ଗର୍ଭରେ ଛେନୁ ଗାଁର କେବଳ ହାଇସ୍କୁଲ ଘର ନୁହେଁ ସଂପୂର୍ଣ୍ଣ ଗାଁ ଲୀନ ହୋଇଯାଇଛି। ଛେନୁ ଗାଁର ଲୋକେ ଏବେ ୭ରୁ ୮ କିଲୋମିଟର ଦୂର ଅବଦାନ ଗାଁଠାରେ ନିଜସ୍ୱ ଉଦ୍ୟମରେ ଘର କରି ଆଶ୍ରୟ ନେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟାର ସମୁଦ୍ର ଗର୍ଭରେ ପ୍ରବେଶର ବହୁ ପୂର୍ବରୁ ବୋଧହୁଏ ଛେନୁ ଗାଁ ସମୁଦ୍ରରେ ଲୀନ ହୋଇସାରିଥିଲା। କିନ୍ତୁ ବାହାର ଜଗତକୁ ଏହି ଖବର ବହୁ ବିଳମ୍ବରେ ଆସିଛି। ଏ ଭିତରେ ଉଦୟକଣି ଗ୍ରାମବାସୀ ମଧ୍ୟ ନିଜ ପୁରୁଣା ବସତିଠାରୁ ୫୦୦ ମିଟର ଦୂରକୁ ଘୁଞ୍ଚିଯାଇ ନୂତନ ବସତି ଆରମ୍ଭ କରିଛନ୍ତି। ସେମାନଙ୍କ ଅନେକ ଚାଷଜମି ଏବେ ସମୁଦ୍ର ଗର୍ଭରେ। ଗ୍ରାମବାସୀ କିନ୍ତୁ ନିଜ ଭବିଷ୍ୟତକୁ ନେଇ ଆଦୌ ନିଶ୍ଚିତ ନୁହନ୍ତି। ଏବେ ପୁରୁଣା ଗାଆଁ କହିଲେ ରହିଛି ଛୋଟ ମନ୍ଦିର ଓ ଅବ୍ୟବହୃତ ଏକ କୂଅ ଓ କିଛି ନଡ଼ିଆ ଗଛ। “ଏହି ନଡ଼ିଆ ଗଛ ଆମର। ସେ ନଡ଼ିଆ ଗଛ ମାଧବ ପ୍ରଧାନ ଘର ଲୋକଙ୍କର। ସେ ଦୁରଟି ବେନୁ ତାଣ୍ଡିର। ଏହି କୂଅରୁ ପାଣି ପିଇ ମୁଁ ମଣିଷ ହୋଇଛି। ଆଜି କୂଅ ବାଲିରେ ପୋତିହୋଇଯାଇଛି। ୧୯୯୯ ମସିହାର ମହାବାତ୍ୟା ଦେଖି ଆମେ ଦୂରକୁ ନିଜେ ନିଜେ ଉଠିଯାଇଥିଲୁ। ବାତ୍ୟା ଛାଡ଼ିବା ପରେ ଆସି ଦେଖିଲୁ ନା ଗାଁ ଅଛି ନା ଘର ନା ଚାଷ ଜମି। ସମୁଦ୍ର ପାଣି ମାଡ଼ିଯାଇଛି। ସେହିଦିନୁ ରାସ୍ତା ପାଖକୁ ଉଠିଆସି ଘର କରିରହୁଛୁ। କିଏ ଜାଣେ ଏଠି ବି କେତେ ଦିନ?”

[caption id="attachment_782434" align="aligncenter" width="650"]Coconut-tree ପୁରୁଣା ଉଦୟକାଣି[/caption]

ପୃଥିବୀର ତିନି ଚତୁର୍ଥାଂଶ ସମୁଦ୍ର ଜଳରେ ଭରପୂର। ବିଶ୍ଵ ତାପମାତ୍ରା କ୍ରମାଗତ ବଢ଼ିବା କାରଣରୁ ସେହି ତିନି ଭାଗ ସମୁଦ୍ର ଜଳ ଅଧିକ ଦିନ ଉତ୍ତପ୍ତ ରହୁଛି ଯାହା ମେରୁର ବରଫ ଖଣ୍ଡକୁ ତରଳାଇବାର ମୁଖ୍ୟ କାରଣ। ସମୁଦ୍ର ଜଳ ଉତ୍ତପ୍ତ ରହିବା କାରଣରୁ ଜଳର ଉପରିଭାଗର ଜଳକଣା ଗରମ ରହୁଛି ଯାହା ବାରମ୍ବାର ବାତ୍ୟା ହେବାର ଅନ୍ୟତମ କାରଣ। ଏହି ଉତ୍ତପ୍ତ ଜଳ ଉପକୂଳରେ ଅନିୟମିତ ବର୍ଷା ଓ କମ ସମୟ ମଧ୍ୟରେ ଅଧିକ ବର୍ଷା ପାଇଁ ଦାୟୀ ଯାହା ଆମକୁ ବନ୍ୟାର ବିପଦ ସୃଷ୍ଟି କରୁଛି। କାରଣ ଏତେ ପରିମାଣର ଜଳକୁ ଏକ କାଳୀନ ଆମର ନଦୀ ନେବାଲାଗି ସକ୍ଷମ ହେଉନାହିଁ। ପୁଣି ସମୁଦ୍ରରେ ଜଳର ମାତ୍ରା ବଢ଼ିବା କାରଣରୁ ବନ୍ୟା ଜଳ ନିଷ୍କାସନ ହେବା ଲାଗି ଅଧିକ ୧୦ରୁ ୧୫ ଦିନ ଲାଗିଯାଉଛି। ଫଳରେ, ଚାଷ ମଧ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି। ( ପୁନେର Indian Institute of Tropical Meteorologyର ବିଭିନ୍ନ ରିପୋର୍ଟରୁ ସଂଗୃହୀତ)

ଉଦୟକଣିକୁ ଲାଗି ତଣ୍ଡାହାରୀ ଗାଁ। ଗାଁର ପୂର୍ବ ପାଖରେ କେଳୁଣୀ ମୁହାଣ। ପ୍ରାଚୀ ଓ କାଦୁଆ ନଦୀ ଏହିଠାରେ ସମୁଦ୍ରରେ ମିଶିଛନ୍ତି। ମୁହାଣ ଗାଁ ଖାଇଯାଉଥିବା ହେତୁ ଗଲା କିଛି ବର୍ଷ ତଳେ ସରକାର ଏକ ବନ୍ଧ କରିଦେଇଥିଲେ। ଏବେ ବନ୍ଧର ତଳେ ତଣ୍ଡାହାରୀ ଗାଁର ୮୦ ଘର। ବନ୍ଧର ଠିକ ଆରପଟେ ସମୁଦ୍ରର ଢେଉ ପିଟି ହେଉଛି। ବାତ୍ୟା କଥା ଛାଡ଼ନ୍ତୁ ଲଘୁଚାପ ନାମ ଶୁଣିଲେ ଗାଁର ୮୦ ଘର ଲୋକଙ୍କ ନିଦ ହଜି ଯାଉଛି। ବନ୍ଧ ହେତୁ ହୁଏତ ଘର ଗୁଡ଼ିକ ଏବେ ସମୁଦ ଭିତରକୁ ଯାଇନାହିଁ। ମାତ୍ର ଗାଁକୁ ଲାଗି ଚାଷଜମିରେ ବନ୍ୟା କି ବାତ୍ୟା ହେଲେ ସମୁଦ୍ର ପାଣି ମାଡ଼ିଆସୁଛି। ଏମିତି ବି ଗାଁର ପ୍ରତି ଘରୁ ଦୁଇରୁ ତିନି ଜଣ ଯୁବ ବୟସର ଲୋକେ କେରଳଠାରୁ କାଶ୍ମୀର ପର୍ଯ୍ୟନ୍ତ ଅସ୍ଥାୟୀ ଶ୍ରମିକ ଭାବରେ କାମ କରୁଛନ୍ତି। ଅଳ୍ପ କେତେ ଘର କିଛି ଅର୍ଥ ସଞ୍ଚୟ କରି ବାହାର ଜାଗାରେ ଜମି କିଣିଛନ୍ତି। ବାକି ଲୋକ ଗାଁରେ ବନ୍ଦୀ ଜୀବନ ବିତାଉଛନ୍ତି।

ତଣ୍ଡାହାରୀର ନାରାୟଣ ସାହୁ ଗଲା ପଚାଶ ବର୍ଷ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ମନେପକାଇ କୁହନ୍ତି, “ପିଲା ବେଳେ ଆମେ ବାପା ଓ ଅନ୍ୟମାନଙ୍କ ସହିତ ସମୁଦ୍ର ଦେଖିବାକୁ ଯାଉଥିଲୁ। ସମୁଦ୍ରରୁ ପାଣି ଆଣିଲେ ଚୁଲିରେ ପାଣିକୁ ଫୁଟାଇ ଲୁଣ ମାରି ତାକୁ ବ୍ୟବହାର କରାଯାଉଥିଲା। ସେଥିଲାଗି ଅତି ସକାଳୁ ମୁଢ଼ି ଓ ଛତୁଆ ଧରି ଗାଁରୁ ବାହାରୁଥିଲୁ। ପୁଣି ଘରେ ଆସି ସନ୍ଧ୍ୟାରେ ପହଞ୍ଚୁଥିଲୁ। ସେତେବେଳେ କେତେ ଦୂରରେ ସମୁଦ୍ର ନଥିଲା! ଏବେ ତ ଗାଁର ବନ୍ଧ ଡେଇଁଲେ ସମୁଦ୍ର। ରାତିରେ ସମୁଦ୍ର ଗର୍ଜନରେ ଆମକୁ ନିଦ ହେଉନାହିଁ।“ ସେ ଏବେ ୬୦ ବର୍ଷରେ ପହଞ୍ଚିଲେଣି।

“ଆମ ଚାଷ ଜମି ନେଇଯାଅ। ବଦଳରେ ଆମକୁ ଦୂରରେ କେଉଁଠି ହେଲେ ଜମି ଟିକିଏ ଦିଅ ଆମେ ପିଲାଙ୍କୁ ନେଇ ରହିବୁ।“ ତଣ୍ଡାହାରୀ ଗାଁ ଲୋକେ ସରକାରୀ ଅଫିସର ଓ ସ୍ଥାନୀୟ ଏମଏଲଏଙ୍କ ସାମ୍ନାରେ ଏ ଭଳି ଦାବି କରିସାରିଲେଣି। କିନ୍ତୁ ଉଦୟକଣି ଗାଁ ଲୋକେ ଏତେ ଶୀଘ୍ର ଗାଁ ଛାଡ଼ିବା ଲାଗି ଆଗ୍ରହୀ ନୁହନ୍ତି। “ସରକାର କ’ଣ ସମୁଦ୍ର ପାଣିକୁ ବାନ୍ଧିବାର ବ୍ୟବସ୍ଥା କରିପାରିବେ ନାହିଁ?” ଗୋବିନ୍ଦ ପ୍ରଧାନ ସରକାରଙ୍କ ମହାନୁଭବତାକୁ ଆଶା କରି ଦାବିପତ୍ର ଦେଇଛନ୍ତି। କିନ୍ତୁ ବିଶ୍ଵ ତାପମାତ୍ରାରେ ବୃଦ୍ଧି ଓ ଅତ୍ୟଧିକ ଜଳବାୟୁ ପ୍ରଦୂଷଣ କାରଣ ହେତୁ ଯେ ଛେନୁ ଗାଁ ଡୁବିଗଲା ଓ ବାକି ଗାଁ ନିଶ୍ଚୟ ବୁଡ଼ିଯିବ ସେ କଥା କୌଣସି ସରକାରୀ ଅଫିସର ଆଲୋଚନା ସମୟରେ ଗ୍ରାମବାସୀଙ୍କୁ କେବେ କହିନାହାନ୍ତି।

ଗ୍ରୀନ ହାଉସ ଗ୍ୟାସ ମଧ୍ୟରେ କାର୍ବୋନ ଡାଇଅକ୍ସାଇଡ (CO2), ମିଥେନ, ଓଜୋନ ଗ୍ୟାସ ହିଁ ପାଣିପାଗ ପରିବର୍ତ୍ତନ ବା ଉତ୍ତାପ ବଢ଼ାଇବା ପଛରେ ପ୍ରମୁଖ ଭାବରେ ଦାୟୀ। ଫସିଲ ଫୁୟେଲ (ପେଟ୍ରୋଲ, ଡିଜେଲ ଓ କୋଇଲା ଇତ୍ୟାଦି) ଜଳିବା ଦ୍ଵାରା କାର୍ବୋନ ଡାଇଅକ୍ସାଇଡ ଅଧିକ ନିର୍ଗତ ହୋଇ ତାପମାତ୍ରାରେ ବୃଦ୍ଧି ଘଟାଇଥାଏ। କୋଇଲାରୁ ବିଦ୍ୟୁତ ଉତ୍ପାଦନ ପ୍ରାୟ ସମସ୍ତ ପ୍ଳାଣ୍ଟ ବା କାରଖାନାମାନେ କରିଥାନ୍ତି ଓ ସେହିଥିରେ ସେମାନଙ୍କ ପ୍ଳାଣ୍ଟ ଚାଲିଥାଏ। ଏହି ହେତୁ ବିଶ୍ଵର ତାପମାତ୍ରା ପୂର୍ବରୁ ପ୍ରତି ଦଶନ୍ଧିରେ ୦.୮ ଡିଗ୍ରୀ ସେଲେସିୟସ ବଢୁଥିଲା। ଏବେ ତାହା ଦୁଇଗୁଣା ବୃଦ୍ଧି ହେଉଛି। ଏହିହେତୁ ମେରୁର ବରଫ ତରଳିବା କାରଣରୁ ସମୁଦ୍ରର ଜଳରେ ମଧ୍ୟ ବୃଦ୍ଧି ଘଟୁଛି।

କିଛି ଦିନ ତଳେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ଲେଖା ପଢ଼ିବା ଭିତରେ Climate central ନାମକ ଏକ ସଂଗଠନର ପୂର୍ବ ଅନୁମାନ ସମ୍ପର୍କରେ ଜାଣିଲି। ସେମାନଙ୍କ ୱେବସାଇଟରୁ ହିଁ ପ୍ରଥମେ ଜାଣିବାକୁ ପାଇଲି ଯେ ଉଦୟକଣି ଓ ଏହାର ଆଖପାଖ ଗାଁ ଇତିମଧ୍ୟରେ ଲୀନ ହୋଇସାରିଲେଣି। ୨୦୩୦ ମସିହା ମଧ୍ୟରେ ଓଡ଼ିଶାର ବାଲିଆପାଳ ବ୍ଲକର ଚଉମୁଖ, କସାଫଳ, ପଞ୍ଚୁପଲି, ସାର୍ଥ; କେନ୍ଦ୍ରପଡ଼ା ଜିଲ୍ଲାର ସାତଭାୟା ନିକଟସ୍ଥ ଅନେକ ଗାଁ ଯଥା ମୋଟ୍ଟୋ, ଅରଡ଼ି, ନନ୍ଦପୁର ଓ ପରମାନନ୍ଦପୁର; ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ନିକଟସ୍ଥ ପୋଲାଙ୍ଗ, ଆମ୍ବିକି ଓ ପଦମପୁର ଇତ୍ୟାଦି ଗାଁ; ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଉଦୟକଣିଠାରୁ ବାଲିଦୋକାନ ମଧ୍ୟରେ ଆସୁଥିବା ଗାଁ; ଗଞ୍ଜାମ ଜିଲ୍ଲାର ପୁରୁଣାବନ୍ଧ ଓ ପଲ୍ଲୀବନ୍ଧ ଇତ୍ୟାଦି ଗାଁ ସମୁଦ୍ର ଗର୍ଭକୁ ହୁଏତ ସଂପୂର୍ଣ୍ଣ ଅଥବା ଆଂଶିକ ଚାଲିଯାଇଥିବ। ୨୦୫୦ ମସିହା ବେଳକୁ ଏହାର ସଂଖ୍ୟା ଯଥେଷ୍ଟ ଅଧିକ ହୋଇଯାଇଥିବ। କେତେ ଲକ୍ଷ ହେକ୍ଟର ଚାଷଜମି ସମୁଦ୍ର ଜଳ ମଧ୍ୟରେ ବୁଡିଯିବ ତାହା ଅନୁମାନ କରାଯାଇନପାରେ। ଅଥବା ୨୧୦୦ ଶତାବ୍ଦୀ ବେଳକୁ କେତେ ଗାଁ ଲୀନ ହୋଇଯିବ ତାହା ଏହି ସାଇଟରୁ ସହଜରେ ଜାଣିପାରିବ। ଚାଷ ଜମି ନଷ୍ଟ ହେଲେ ଅଳ୍ପ ଜମି ଉପରେ ଅନେକ ଲୋକଙ୍କ ନିର୍ଭରଶୀଳତା ପୁଣି ବଢ଼ିଯାଇପାରେ। ଏହା କଣ ଖାଦ୍ୟ ସଙ୍କଟକୁ ଦ୍ଵିଗୁଣିତ କରିବ ନାହିଁ?

ଏହାସତ୍ତ୍ୱେ, ଆମର ଶାସକମାନେ ନିଜର ପାଗଳାମି ଛାଡୁନାହାନ୍ତି। ସେମାନେ କୃଷିର ଉନ୍ନତିକୁ ଭୁଲିଯାଇ ୟୁରୋପ, ମୁମ୍ବାଇ ଓ ହାଇଦ୍ରାବାଦର ପୁଞ୍ଜିପତିଙ୍କୁ ନିମନ୍ତ୍ରଣ କରିବାରେ ଲାଗିଛନ୍ତି। ଖଣି ଖାଦାନ ଓ ପ୍ଳାଣ୍ଟ ପ୍ରତିଷ୍ଠା ଦ୍ଵାରା ଯେ ପ୍ରକୃତି ଅଧିକ ଧ୍ଵଂସ ହେବ ସେ କଥାକୁ ସେମାନେ ଜାଣି ମଧ୍ୟ ଅଣଦେଖା କରୁଛନ୍ତି। ଆମର ଅର୍ଥନୀତି ଓ ରାଜନୈତିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଜରୁରୀ। କେବଳ ଓଡ଼ିଶା ବା ଭାରତ ନୁହେଁ ଏଥିଲାଗି ବିଶ୍ଵ ସମୁଦାୟର ବଳିଷ୍ଠ ଭୂମିକା ରହିଛି। ପ୍ରକୃତିକୁ ବଞ୍ଚାଇବାର ଦୀର୍ଘ ସ୍ଥାୟୀ ଉଦ୍ୟମ ସ୍ଥାନୀୟ ସ୍ତରରୁ ଆରମ୍ଭ ହେଲେ ତାହା କିଛ ଆଶା ସୃଷ୍ଟି କରିପାରିବ।

ଧାନ କଟା ଆରମ୍ଭ ହୋଇଗଲାଣି। ଗାଁର ପୁରୁଷ ମହିଳା ଧାନ କାଟୁଥିଲେ। “ଏହି ବର୍ଷ କେମିତି ଦରିଆ ଦୟା କରିଛି ବୋଲି ଆମେ ଟିକେ ଧାନ ଘରକୁ ନେଉଛୁ। ନହେଲେ ପ୍ରତି ଦୁଇ କି ତିନି ବର୍ଷରେ ଥରେ ଯେମିତି ବାତ୍ୟା ଆସୁଛି କିଏ କହିବ? ଏ ବର୍ଷ ଯଦି ବାତ୍ୟା (ସିତ୍ରଙ୍ଗ) ଆସିଥାନ୍ତା ତେବେ କଣ ଏହି ଜମିରୁ ଆମେ ଧାନ ଟିକିଏ ପାଇଥାନ୍ତୁ? ଲୁଣା ପାଣି ତ ସବୁ ଖାଇଦେଇଥାନ୍ତା!”

ଭାରତର ଉପକୂଳର ୨୩୫ ବର୍ଗ କିଲୋମିଟର ଜମି ୧୯୯୦ରୁ ୨୦୧୬ ମଧ୍ୟରେ ସମୁଦ୍ରରେ ମିଶିଯାଇ ସାରିଲାଣି। ସେ ଭିତରେ ହୁଏତ ରହିଥିବ ତଣ୍ଡାହାରୀ, ଉଦୟକଣି ଓ ଛେନୁ ଗାଁ। ୨୦୦୮ରୁ ୨୦୧୮ ମସିହା ମଧ୍ୟରେ ୩୬ ଲକ୍ଷ ଲୋକ ବିସ୍ଥାପିତ ହୋଇସାରିଲେଣି। ୨୦୩୦ ମସିହା ମଧ୍ୟରେ ଭାରତର ୫ କୋଟି ଲୋକ ଓ ବଙ୍ଗଳାଦେଶର ୭.୫ କୋଟି ଲୋକ ବିସ୍ଥାପିତ ହୋଇସାରିଥିବେ। ପାକିସ୍ତାନରେ ପ୍ରତି ବର୍ଷ ୧ ଲକ୍ଷ ଚାଷ ଜମିରେ ସମୁଦ୍ର ପାଣି ମାଡ଼ିଯିବା କାରଣରୁ ଚାଷ ବନ୍ଦ ହେଉଛି।

ମୁଁ ମୋ ଜୀବନରେ କାଶୀପୁର, ଲାଞ୍ଜିଗଡ଼ ଇତ୍ୟାଦିଠାରେ ବିସ୍ଥାପିତ ହେଉଥିବା ଆଦିବାସୀଙ୍କୁ ଦେଖିଛି। ଦେଖିଛି କେମିତି ବନ୍ଧୁକର ମୁନରେ ଓ ଗୁଳି କରି ସେମାନଙ୍କୁ ଘରୁ ବାହାର କରିଦିଆଯାଇଛି। ମିଥ୍ୟା କେସରେ ଜେଲ ପଠାଇ ସେମାନଙ୍କ ଜମି ଅକ୍ତିଆର କରାଯିବାକୁ ବିରୋଧ ମଧ୍ୟ କରିଛି। ସେହିଭଳି ବିସ୍ଥାପିତଙ୍କଠାରୁ ଶୁଣିଛି ବାଲିମେଲା, ମାଛକୁଣ୍ଡ, ହୀରାକୁଦ ନଦୀ ବନ୍ଧ ଯୋଜନା ଓ ରାଉରକେଲା ଷ୍ଟିଲ ପ୍ଳାଣ୍ଟ ହେବା ସମୟରେ ପୁଲିସର ବନ୍ଧୁକର ଭୟରେ ଗାଁ ଛାଡ଼ିଦେବା ଲାଗି ବାଧ୍ୟ ହେବାର ଅନେକ ଦୁଃଖଭରା କାହାଣୀ। ସେମାନଙ୍କ କୋହଭରା ସ୍ଵର, ଲୁହ ଆସୁଥିବା ଆଖି, ବର୍ଣ୍ଣନା ସମୟରେ ବାଲିରେ ଗାର ଟାଣୁଥିବା ହାତ, ନିଜର ଏକ ବଖୁରିଆ ଗୁହାଳ ଯୁକ୍ତ ଶୋଇବା ଘର ଭିତରୁ ସେମାନେ ନିଜର ଅତୀତକୁ ମନେପକାଇବା ଓ ଦୀର୍ଘ ନିଃଶ୍ଵାସ ଛାଡ଼ିବାର ଦୃଶ୍ୟ ମୋତେ ମୋର ବିଚାରକୁ ଅନେକ ପ୍ରଭାବିତ କରିଛି। ନିଜର ପରିପାର୍ଶ୍ଵରେ ଘଟିଯାଉଥିବା ଜଘନ୍ୟ ଘଟଣାମାନଙ୍କର କେବଳ ସାକ୍ଷୀ ହୋଇଯାଉଥିବା କାରଣରୁ ନିଜକୁ ଧିକ୍କାର କରିଛି। କିନ୍ତୁ ମୁଁ କେବେ ସମୁଦ୍ର ଦ୍ଵାରା ବିସ୍ଥାପିତ ହେଉଥିବା ଗାଁକୁ ଦେଖିନଥିଲି। ଜାଣିଥିଲି ଯେ ବରଫ ତରଳିବା ହେତୁ ଆଜି ସମୁଦ୍ରର ଜଳରାଶି ବଢ଼ିବାରେ ଲାଗିଛି। ଏହା ଅନେକ ଚାଷଜମିକୁ ଖାଇସାରିଲାଣି। କିନ୍ତୁ ନିଜେ ପଢ଼ିବା ଓ ନିଜେ ଦେଖିବା ଭିତରେ ଏକ ଫରକ ନିଶ୍ଚୟ ରହିଛି। Climate centralର ଏହି ମ୍ୟାପ ଦେଖି ଗଲା ସପ୍ତାହକ ତଳେ ମୁଁ ଚାଲିଯାଇଥିଲି ଉଦୟକଣି, ତଣ୍ଡାହାରୀ ଅଞ୍ଚଳକୁ।

ତଣ୍ଡାହାରୀ ଗାଁରେ ରହିଛି ବାତ୍ୟା ଆଶ୍ରୟସ୍ଥଳ। ମାତ୍ର ବାତ୍ୟା ହେଲେ ତାହା ମଧ୍ୟ ନିର୍ଭରଯୋଗ୍ୟ ସ୍ଥାନ ହୋଇପାରୁନଥିବାରୁ ଜିଲ୍ଲା ପ୍ରଶାସନ ଜବରଦସ୍ତି ୩ରୁ ୪ କିମି ଦୂର ଅନ୍ୟ ଏକ ସ୍କୁଲ ଘରକୁ ଲୋକଙ୍କୁ ନେଇଯାଉଛି। “ନେଲା ବେଳେ ପ୍ରଶାସନ ଜବରଦସ୍ତି ଗାଡ଼ିରେ ନେଇଯାଉଛି। କିନ୍ତୁ ବାତ୍ୟା ଛାଡ଼ି ଗଲା ପରେ ଆଉ ଫେରିବା କଥା ପ୍ରଶାସନ ବୁଝୁନାହିଁ। ପୁଣି ରାସ୍ତା ସଫା କରି କେଉଁଠି ଜୀବଜନ୍ତୁ ଥିବେ କି ବିଦ୍ୟୁତ ଖୁଣ୍ଟି ରହିଥିବା ତାହାକୁ ଆଡ଼େଇ ଆମେ ନିଜେ ନିଜେ ଗାଁକୁ ଫେରୁଛୁ। ତଥାପି ଜୀବନ ଟିକକ ଅଛି। ସମୁଦ୍ର ମାଡ଼ିଗଲେ ତ ପୁରା ଗାଁ ଧ୍ଵଂସ ହୋଇଯିବ।“ ନଟ ମଲ୍ଲିକ ଏତିକି କହିଲା ବେଳେ କାନ୍ଦି ପକାଉଥିଲେ। “ମୋତେ ଅଶି ବର୍ଷ ହେଲା। ମୁଁ ବା କେତେ ଦିନ ବଞ୍ଚିବି! କିନ୍ତୁ ଗାଁର ପିଲାମାନେ କୁଆଡ଼େ ଯିବେ?”

କେବଳ ନଟ ମଲ୍ଲିକ ନୁହନ୍ତି। ତାଙ୍କ ସହିତ ସମଗ୍ର ବିଶ୍ଵର ସାଧାରଣ ଲୋକ ଆଜି ନିଜ ଭବିଷ୍ୟତକୁ ନେଇ ସନ୍ଦେହରେ। ସତେରେ ପୃଥିବୀବାସୀ ଏକ ବିଂଶ ଶତାବ୍ଦୀର ଶେଷ ରାତିକୁ ଦେଖିପାରିବେ?

ମୋବାଇଲ- ୮୪୫୬୯୩୧୪୨୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story