ଆବଶ୍ୟକ ସାମଗ୍ରୀ: କ୍ଷୀର, ଘିଅ, ମଇଦା, ଗ୍ରାଇଣ୍ଡିଂ ହୋଇଥିବା ଚିନି, ତେଲ, ଗ୍ରାଇଣ୍ଡିଂ ହୋଇଥିବା ନଡ଼ିଆ, ଗୁଜରାତି ଗୁଣ୍ଡ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ମଇଦା ନିଅନ୍ତୁ। ସେଥିରେ ଗ୍ରାଇଣ୍ଡିଂ ହୋଇଥିବା ଚିନି, ଗ୍ରାଇଣ୍ଡି ହୋଇଥିବା ନଡ଼ିଆ, ଗୁଜରାତି ଗୁଣ୍ଡ ଓ ଘିଅ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ଏଥିରେ କ୍ଷୀର ପକାଇ ଭଲ ଭାବରେ ଚକଟି ଦିଅନ୍ତୁ। ଚକଟା ହୋଇଥିବା ମଇଦାକୁ କିଛି ସମୟ ପାଇଁ ଘୋଡ଼ାଇ ରଖି ଦିଅନ୍ତୁ। ପରେ ମଇଦାକୁ ବାହାର କରି ଛୋଟ ଛୋଟ ଗୋଳା କରନ୍ତୁ। ଏହାପରେ ତାକୁ ପୁରି ସାଇଜରେ ବେଲନ୍ତୁ।
Also Read
କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ ବେଲା ହୋଇଥିବା ପୁରିକୁ ପକାଇ ଛାଣନ୍ତୁ। ପୁରି ଟିକେ ଫିକା ନାଲି ରଙ୍ଗରେ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମିଠା ପୁରି। ଏହାକୁ ଆପଣ ଯେକୌଣସି ତରକାରୀ ସହ ଖାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ ଛେନା ମସଲା
ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।
Food
ମହାଷ୍ଟମୀରେ ଘରେ ତିଆରି କରନ୍ତୁ ମିଠା ଚପ୍
ମହାଷ୍ଟମୀରେ ଘରେ ତିଆରି କରି ପରିବାର ଲୋକଙ୍କୁ ଖୁଆନ୍ତୁ, ନିଜେ ମଧ୍ୟ ଖାଆନ୍ତୁ।
Food
WWFର ପ୍ରଶଂସା- ଭାରତର ଖାଦ୍ୟ ପ୍ରଣାଳୀ ପରିବେଶ ପାଇଁ ସବୁଠୁ ଭଲ
ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆମେରିକା, ବ୍ରାଜିଲ୍ ଏବଂ ଫ୍ରାନ୍ସ ଭଳି କେତେକ ରାଷ୍ଟ୍ର ଏପରି ଖାଦ୍ୟ ଖାଉଛନ୍ତି, ଯାହା ଦ୍ୱାରା ପରିବେଶ ଉପରେ ସବୁଠୁ ଅଧିକ କୁପ୍ରଭାବ ପଡ଼ୁଛି।
Food
ମହାସପ୍ତମୀରେ ଘରେ ତିଆରି କରନ୍ତୁ ‘ଛେନା ଝିଲି’
ପ୍ରସ୍ତୁତ ହୋଇଗଲା ଛେନା ଝିଲି। ଛେନା ଝିଲିକୁ ରୁଟି ଓ ପରଟା ସହିତ ଖାଇପାରିବେ।
Food
ପାଟିକୁ ସୁଆଦିଆ, ଘରେ ତିଆରି କରନ୍ତୁ ମୁଗ ତିଖିର
ଅତି ଅଳ୍ପ ଜିନିଷରେ ଓ ଅଳ୍ପ ସମୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସୁଆଦିଆ ଆଇଟମ୍।