ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ନୂଆ ନିୟମାବଳୀ ଉପରେ ରହିତାଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରର ନୂଆ ନିୟମାବଳୀ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନୂଆ ନିୟମାବଳୀକୁ କାର୍ଯ୍ୟକାରୀ କରିବା ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ […]

Odisha High Court

Odisha High Court

Ordigital Desk
  • Published: Sunday, 31 July 2022
  • Updated: 31 July 2022, 12:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରର ନୂଆ ନିୟମାବଳୀ ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।
ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନୂଆ ନିୟମାବଳୀକୁ କାର୍ଯ୍ୟକାରୀ କରିବା ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ସପ୍ତାହ ପରେ ହେବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଥିବାବେଳେ ସେହିଦିନ ପର୍ଯ୍ୟନ୍ତ ରହିତାଦେଶ ବଳବତ୍ତର ରହିବ ।

ଖଣ୍ଡପୀଠ ଏହି ମାମଲାରେ ରାଜ୍ୟ ସରକାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସତ୍ୟପାଠ ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀର ସବକମିଟି ଅଧ୍ୟକ୍ଷ ଡଃ ନୃସିଂହ ଚରଣ ଷଡ଼ଙ୍ଗୀଙ୍କ ଦ୍ୱାରା ଦାଏର ଆବେଦନ ଉପରେ କୋର୍ଟ ଏହି ରହିତାଦେଶ ଜାରି କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଓକିଲ ରମାକାନ୍ତ ଷଡ଼ଙ୍ଗୀ ମାମଲା ଲଢ଼ୁଥିଲେ ।

ସୂଚନାଯୋଗ୍ୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ ନିମନ୍ତେ ଏକ ସବକମିଟି ଗଠନ ହୋଇଥିଲା । ଏହି ସବ୍‌କମିଟି ଦ୍ୱାରା ନୂଆ ନିୟମ ପ୍ରସ୍ତୁତ କରାଯିବା ପରେ ତାକୁ ଅନୁମୋଦନ ନିମନ୍ତେ ୨୦୨୧ ଅଗଷ୍ଟ ୧୬ତାରିଖରେ ରାଜ୍ୟ ସଂସ୍କୃତି ବିଭାଗକୁ ପଠାଯାଇଥିଲା । ମାତ୍ର ଏହି କମିଟିର ଚିଠା ନିୟମକୁ ସଂସ୍କୃତି ବିଭାଗ ଅନୁମୋଦନ ଦେବା ପରିବର୍ତ୍ତେ ଆଉ ଏକ ନୂଆ ନିୟମ ପ୍ରଣୟନ କରି ତା’ର ବିଜ୍ଞପ୍ତି ଜାରି କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos