କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଶେରମୁଣ୍ଡା ବିଟ୍ ରଘୁପାଣି ବନ୍ଧ ନିକଟରେ ଏକ ହାତୀକୁ ତୀର ମାଡ଼ ହୋଇଛି। ହାତୀଟି ଦେହରେ ୨ଟି ତୀର ବାଜିଛି। ହାତୀଟିର ଦେହରେ ଗଭୀର କ୍ଷତ ହୋଇଛି। ତାର ଅବସ୍ଥା ଗୁରୁତର ରହିଛି।
ହାତୀଟିକୁ ତୀର ମାଡ଼ ହୋଇଥିବା ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଜଣାଇଥିଲେ। ପରେ ହାତୀଟିର ଚିକିତ୍ସା ପାଇଁ ଢେଙ୍କାନାଳ ଓ ନନ୍ଦନକାନନ ଟିମ୍ ପହଞ୍ଚିଛି। ଅନ୍ୟପକ୍ଷରେ ବନ ବିଭାଗ ହାତୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ଉଦ୍ୟମ ଚଳାଇଛି। ଟ୍ରାଙ୍କୁଲାଇଜ୍ ପରେ ହାତୀଟିର ଚିକିତ୍ସା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Also Read
ଅନ୍ୟପକ୍ଷରେ କେହି ଶିକାରୀ ହାତୀଟିକୁ ତୀରମାଡ଼ କରିଥିବା ସନ୍ଦେହ କରୁଛି ବନ ବିଭାଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆନ୍ଦୋଳନରୁ ଓହରିଲେ ବ୍ୟବସାୟୀ; କାଲିଠୁ ଓଡ଼ିଶାରେ ମିଳିପାରେ ପର୍ଯ୍ୟାପ୍ତ ଆଳୁ
ଆଳୁ ବ୍ୟବସାୟୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ ଓଡ଼ିଶାକୁ ଆଳୁ ଆସିବ ବୋଲି ଆଶା କରାଯାଉଛି। ତେବେ କେବେ ଆଳୁ ଆସିବ, ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ଆସନ୍ତାକାଲି ସୁଦ୍ଧା ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିବ ବୋଲି ଆଶା କରାଯାଉଛି।
Miscellaneous
ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି
ବଜାର ଦରଦାମ ଏବଂ ସ୍ୱାସ୍ଥ୍ୟଗତ ଖର୍ଚ୍ଚର ଉଦାହରଣ ଦେଇ ଦରମା ଓ ପେନସନ ବୃଦ୍ଧି ପାଇଁ ଦାବିକଲେ ପ୍ରମିଳା ମଲ୍ଲିକ। ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୨୦ ଲକ୍ଷ କରିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଦାବି।
Miscellaneous
ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ମଞ୍ଜୁର
ଅମୃତ ଷ୍ଟେସନ ଯୋଜନାରେ ଓଡ଼ିଶାର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦି 3.0 ସମୟରେ ୧୯,୨୮୯ କୋଟି ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି
Miscellaneous
ପାଇପ୍ ଭିତରେ ୬୦ ରାତି! ୬୦ ବର୍ଷୀୟ ବୃଦ୍ଧ ଉଦ୍ଧାର
ପାରିବାରିକ କଳହରୁ ଘର ଛାଡ଼ି ଚାଲିଯାଇଥିଲେ। ଦୁଇମାସ ହେବ ବହୁ ଖୋଜାଖୋଜି ପରେ ମିଳିନଥିଲା ପତ୍ତା।
Miscellaneous
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଲୋକାର୍ପଣ କରିଥିଲେ। ପରେ ପାଖରେ ଥିବା ଏକ ପାର୍କ ବୁଲି ଦେଖିଥିଲେ। ଆଉ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହିତ କଥା ହୋଇଥିଲେ।