ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଥିବା ବେଳେ ବନ୍ୟା ପାଣି କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାକୁ ଛୁଇଁଛି। ମନ୍ଦିର ବେଢାରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ହୀରାକୁଦ ଜଳଭଣ୍ଡାରରେ ୧୪ଟି ଗେଟ୍ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ନିକଟରେ ପ୍ରବାହିତ ହେଉଛି। ଆଜି ସକାଳଠାରୁ ବନ୍ୟାଜଳ ବଢିବାରେ ଲାଗିଛି।
ମହାନଦୀର ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିର ବେଢାକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି। ବନ୍ୟାଜଳ ମା’ଙ୍କୁ ଜଳାଶୟୀ କରିବାକୁ ଆହୁରି କିଛି ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।
Also Read
ଯଦି ମନ୍ଦିରର ଗମ୍ଭାରୀରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି।ମନ୍ଦିରରେ ଯେପରି ମା”ଙ୍କ ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ପଞ୍ଜିକରଣ; ଆସନ୍ତାକାଲି ଯିବ ପ୍ରଥମ କିସ୍ତି, ପର୍ଯ୍ୟାୟକ୍ରମେ ଅନ୍ୟମାନେ ପାଇବେ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାବର୍ଷ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ପ୍ରକ୍ରିୟା ଚାଲିବ।
Miscellaneous
ଧାନ ଡୁଲିରେ ରଖିଥିଲେ ୧୦ ହଜାର ଟଙ୍କା; ରାତିରେ ଖାଇଗଲା ହାତୀ
ହାତୀ ପଲ ରବୀନ୍ଦ୍ରଙ୍କ ଘର ଭାଙ୍ଗିବା ପରେ ଉକ୍ତ ଗାଁର ବାବୁରାମ ମୁଣ୍ଡାଙ୍କ ଘରକୁ ଛିନ୍ଛତ୍ର କରିଦେଇନ୍ତି। କହିବାକୁ ଗଲେ ବାବୁରାମଙ୍କ ଘରକୁ ପୂରା ଭାଙ୍ଗି ଦେଇଛନ୍ତି। ଆଉ ଘରେ ଥିବା ସବୁ ଖାଦ୍ୟଶଷ୍ୟ ଖାଇ ଦେଇଛନ୍ତି।
Miscellaneous
ଆମ୍ୱୁଲାନ୍ସରେ ଶିଶୁ କନ୍ୟା ଜନ୍ମ ଦେଲେ ଗୀତା
ଅଧ ବାଟରେ ଆମ୍ୱୁଲାନ୍ସ ଅଟକିବା ଖବର ଶୁଣି ସୁଜିତ ଓ ତାଙ୍କ ପରିବାର ଲୋକଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ତେଣୁ ସେମାନେ ଖଟିଆରେ ଗୀତାଙ୍କୁ ବସାଇ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ।
Miscellaneous
ଆକାଉଣ୍ଟକୁ ୧ ଟଙ୍କା ନଆସିଥିଲେ ବି ପାଇବେ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା ।
Miscellaneous
ଜୁଲୁସ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା!
ପାଲେଷ୍ଟାଇନ ପତାକା ଉଡାଇବାକୁ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ରହିଥିଲା। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।