ଓଡ଼ିଶାରେ ୨ଟି ସୁନାଖଣି ଠାବ ହୋଇଛି । ଗୋଟିଏ ଖଣି ଦେବଗଡ଼ ଓ ଆଉ ଗୋଟିଏ କେନ୍ଦୁଝର ଜିଲ୍ଲାରେ ସନ୍ଧାନ ମିଳିଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
Also Read
ଆଜି ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଦେବଗଡ଼ ଜିଳ୍ଲାର ଆଡାସ-ରାମପଲ୍ଲୀ ଅଂଚଳରେ ଭାରତୀୟ ଭୂବୈଜ୍ଞାନକ ସଂସ୍ଥା(ଜିଏସଆଇ) ଦ୍ୱାରା ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ସରିଛି । କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଂଚଳରେ ଜି-୩ସ୍ତରରେ ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁ ସେ ଅଂଚଳରେ ଜିଏସଆଇ ଓ ରାଜ୍ୟ ଖଣି-ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ସ୍ତରରେ ଅନୁସନ୍ଧାନ କାର୍ଯ୍ୟ ଚାଲୁ ରହିଛି ।
ଅନୁସନ୍ଧାନକାରୀ ସଂସ୍ଥମାନେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପରେ ବୈଷୟିକ କମିଟିର ସୁପାରିଶକ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସ୍ମାର୍ଟ ମିଟର ପାଇଁ ମାସିକ ୬୦ ଟଙ୍କା ନେବା ବେଆଇନ!
ବିଦ୍ୟୁତ କମ୍ପାନୀଗୁଡ଼ିକର ମିଟର ଚାର୍ଜ ଆଦାୟକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ମଧ୍ୟ ବର୍ଷ ବର୍ଷ ଧରି ସମର୍ଥନ ଦେଇଆସିଛି। ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକ ପଦରେ ଅର୍ଥ ବିଶେଷଜ୍ଞ ନ ଥିବାବେଳେ ଓଡ଼ିଶାର ବିଦ୍ୟୁତ ଗ୍ରାହକ ଶୋଷିତ ହେଉଥିବା ବିଶେଷଜ୍ଞମାନେ ଅଭିଯୋଗ କରିଛନ୍ତି।
Miscellaneous
ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି: ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍ ସହ ୮ଟି କ୍ଷେତ୍ରରେ ଏମଓୟୁ ସ୍ୱାକ୍ଷରିତ
ଆଜି ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିସରରେ ବିଭିନ୍ନ କ୍ଷେତ୍ରରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
Miscellaneous
୨୨ରୁ ‘ପିଏମ୍-ଆବାସ’ ଘର ପାଇଁ ଆରମ୍ଭ ହେବ ସର୍ଭେ, କେମିତି ହେବେ ସାମିଲ ଜାଣନ୍ତୁ
ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲ୍ଲାପାଳମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ପ୍ରକ୍ରିୟା ଆରମ୍ଭ ପାଇଁ ପରାମର୍ଶ ଦିଆଯାଇଛି ।
Miscellaneous
ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି, ୨୦ରୁ ସମ୍ଭାଳିବେ ଦାୟିତ୍ୱ
ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।