ଭଙ୍ଗା ହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ। ଏହାକୁ ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।
Also Read
ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ- ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା। ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା।
ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା। ଯେଉଁଥିରେ ଦର୍ଶାଯାଇଥିଲା କି, ମରାମତି ପରେ ବି ଓଡ଼ିଶା ଭବନ
ବ୍ୟବହାର ଉପଯୋଗୀ ନୁହେଁ। ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଥିଲେ। ଏହି ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ସବୁ ଗରିବଙ୍କୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ମିଳିବ ପକ୍କାଘର: କୋହଳ ହେଲା ନିୟମ, ୩ ବର୍ଷରେ ୨.୨୫ଲକ୍ଷ ଘର
୩ ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ । ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା
ଏନପିଏସ୍ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ ଚୟନ କରିବାକୁ କିମ୍ବା ଏନପିଏସ୍ ସହିତ ଜାରି ରହିବା ପାଇଁ ବିକଳ୍ପ ବାଛିପାରିବେ।

Miscellaneous
ଦନ୍ତହୀନ ପାଲଟିଛି ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଉଇଚ୍ ହଣ୍ଟିଂ ଆକ୍ଟ , ରୁଜୁ ହେଉଛି ମାତ୍ର ୬୯% ମାମଲା: ଆଇଆଇପିଏ
ଆଇଆଇପିଏ୍ କହିବାନୁସାରେ ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହଜନିତ ହତ୍ୟା ଘଟଣାରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଅବଧି ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ପ୍ରାୟ ୩୮୨ଜଣଙ୍କ ହତ୍ୟା କରାଯାଇଥିଲା । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ଗୁଣିଗାରେଡ଼ି ଜନିତ ଅପରାଧ ଏବେବି ସଂଘଟିତ ହେଉଛି ।

Miscellaneous
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍ଏମ୍ଏ ଟେକ୍ନୋଲୋଜି
ଏଭଳି ଟେକନିକ୍ ଦ୍ୱାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ଏହାଦ୍ୱାରା ରାସ୍ତାର ଅଧିକ ମରାମତି ଦରକାର ପଡ଼ିବନି। ଏଭଳି ଟେକ୍ନୋଲୋଜି ଦ୍ୱାରା ରାସ୍ତାରେ ଖାଲଖମା କମିବ ଓ ଟାୟାର ନଷ୍ଟ ହେବନି।

Miscellaneous
ମହିଳାଙ୍କ ପ୍ରଶ୍ନ- ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ, ଆମେ କ’ଣ ସରକାରଙ୍କର କିଛି ନୁହଁ
‘ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ।’