ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ୫ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିଛି। ସର୍ବନିମ୍ନ ମଜୁରୀ ବୃଦ୍ଧିକୁ ମଂଜୁରି ଦେଇଛି ରାଜ୍ୟ କ୍ୟାବିନେଟ୍। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିଛି। ଅଣକୁଶଳୀ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବଢ଼ିଥିବା ବେଳେ କୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା ଓ ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ଆଜି କ୍ୟାବିନେଟରେ ଅନୁମୋଦନ ମିଳିଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ଓ ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ସେହିଭଳି ପିଏମ୍ କିଷାନରେ ଆଉ ପ୍ରାୟ ୬ ଲକ୍ଷ ଚାଷୀ ସାମିଲ ହେବେ। ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଲୋକଙ୍କ ନିକଟତର ହେବାକୁ ବିଜେପିର କସରତ୍: ସବୁ ପଂଚାୟତରେ ଆଜିଠୁ ‘ସୁଭଦ୍ରା ସ୍ୱାଗତ ସପ୍ତାହ’
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୧୭ତାରିଖରେ ‘ସୁଭଦ୍ରା’ ଯୋଜନାର ଆନୁଷ୍ଠାନିକ ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାର କାର୍ଯ୍ୟକ୍ରମ ରହିଛି ।
Miscellaneous
ବର୍ଷା ବିତ୍ପାତ: ଘରଭଙ୍ଗା ସହାୟତା ତୁରନ୍ତ ଦିଅ, ସପ୍ତାହକ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଆଜି ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରିସ୍ଥିତିର ସମୀକ୍ଷା କରିବା ସହ ଜଣେ ବି ପ୍ରଭାବିତ ବ୍ୟକ୍ତି ଯେଭଳି ସରକାରୀ ସହାୟତାରୁ ବଂଚିତ ନହେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
Miscellaneous
କଡେଇରେ ରନ୍ଧାଯାଉଛି ମହାପ୍ରସାଦ; ସେବାୟତ କହିଲେ- ପରମ୍ପରା ବିରୋଧୀ
ଶ୍ରୀମନ୍ଦିରରେ କୁଡୁଆରେ ରନ୍ଧାଯାଏ ଓ ଗର୍ଭଗୃହରେ କୁଡୁଆରେ ମହାପ୍ରସାଦ ଅର୍ପଣ କରାଯାଇଥାଏ। କିନ୍ତୁ ଏବେ ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ସୁଆର ଓ ମହାସୁଆର ସେବକମାନେ ଲୁହା କଡେଇରେ ରାନ୍ଧୁଛନ୍ତି। ଯାହାକି ପରମ୍ପରା ବିରୋଧୀ।
Miscellaneous
ପୁରୀ ବେଳାଭୂମିରେ ମଦ କୁଡ଼ିଆ ନିଷ୍ପତ୍ତିକୁ ବିରୋଧ
ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର ।
Miscellaneous
ବ୍ୟାପୁଛି ଅଜଣା ରୋଗ; ଜ୍ୱର ହେଉଛି, ହାତ ଓ ଗୋଡ ଫୁଲି ଯାଉଛି
ମୋହନା ବ୍ଲକ୍ ବିରିକୋଟ ଗାଁରେ ବ୍ୟାପୁଛି ଅଜଣା ରୋଗ। ଏହି ଗାଁର ୯ ଓ ୧୦ ନମ୍ୱର ୱାର୍ଡର ୪୦ରୁ ଅଧିକ ଲୋକ ସପ୍ତାହେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଜ୍ଵର ହେଉଛି। ପରେ ଆଣ୍ଠୁ ଗଣ୍ଠି ବଥା ହୋଇ ହାତ ଓ ଗୋଡ ଫୁଲି ଯାଉଛି।