ଇଣ୍ଡିଆ ଫୋର୍ବସ୍ ସିଲେକ୍ଟ-୨୦୦ ତାଲିକାରେ ସ୍ଥାନ ପାଇଲା ଓଟିଭି। ବିଶ୍ୱସ୍ତରରେ ବ୍ୟାବସାୟିକ ଦକ୍ଷତା ରଖୁଥିବା କମ୍ପାନୀ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା ଟେଲିଭିଜନ ଲିମିଟେଡ୍। ଗଣମାଧ୍ୟମ ଓ ମନୋରଞ୍ଜନ ବର୍ଗରେ ଓଟିଭି ଏହି ଏକ୍ସଟ୍ରିପ୍ରିନ୍ୟୋର୍ସ ତାଲିକାରେ ସାମିଲ ହୋଇଛି।
Also Read
ଓଡ଼ିଶା ଟେଲିଭିଜନ ଲିମିଟେଡ୍ ଏହାର ୫ଟି ସାଟେଲାଇଟ୍ ଚ୍ୟାନେଲ, ନ୍ୟୁଜ୍ ପୋର୍ଟାଲ ଓ ଓଟିଟି ପ୍ଲାଟଫର୍ମ ସହ ଓଡ଼ିଶାର ଗଣମାଧ୍ୟମ ଜଗତରେ ବିପ୍ଳବ ଆଣିପାରିଛି। ଉଚ୍ଚମାନର ନିରପେକ୍ଷ ଖବର ଓ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିବେଷଣ କରୁଥିବା ଓଟିଭି ଦୀର୍ଘ ୨୭ ବର୍ଷ ଧରି ଆଞ୍ଚଳିକ ସ୍ତରରେ ଏହାର ଆଧିପତ୍ୟ ବଜାୟ ରଖି ଆସିଛି।
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୪୪ ଓଏଏସ୍ ଅଫିସରଙ୍କ ବଦଳି: ୨୯ ବ୍ଲକରେ ନୂଆ ବିଡ଼ିଓ
ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।
Miscellaneous
ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର-ପ୍ରାଣୀମିତ୍ରଙ୍କ ପାଇଁ ‘ଲକ୍ଷପତି ଦିଦି ସହାୟିକା’ ଯୋଜନା: ବକେୟା ଦରମା ଦେବେ ସରକାର
କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Guest Column
ସମ୍ବାଦପତ୍ର ଉପରେ ରାଜ୍ୟବାସୀଙ୍କ ଭରସା କେତେ?
‘ଇଣ୍ଡିଆ ଟୁଡେ’ ଫେବୃଆରୀ ମାସ ୨୦୨୪ ମସିହାରେ ଦେଶର ଅଧିକ ପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା। ଏହାର ଠିକ ପରେ ରାଜ୍ୟରେ ନିର୍ବାଚନ ହେଲା। ନବୀନ ପଟ୍ଟନାୟକ ଯେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ହାରିଗଲେ ଓ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଅତି କମ ବ୍ୟବଧାନରେ ଜିତିଲେ ତାହା ନୁହେଁ, ତାଙ୍କ ‘ବିଜୁ ଜନତା ଦଳ’ ମଧ୍ୟ ଉପକୂଳ ଓଡ଼ିଶାରେ ଅନେକ ସିଟ ହରାଇଲା।

Miscellaneous
ଡିଆର୍ ପଟ୍ଟନାୟକଙ୍କ ବହିରେ ପାଣ୍ଡିଆନ୍ଙ୍କ ସର୍ତ୍ତ!
ଏହି ବହିରେ ଏକଦା ଓଡ଼ିଶାର ମୋଷ୍ଟ ପାୱାରଫୁଲ ମ୍ୟାନ ଥିବା ଭି କେ ପାଣ୍ଡିଆନ୍ଙ୍କ ଉପରେ ଉଲ୍ଲେଖ ରହିଛି।

Miscellaneous
୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ଏହି ଘୋଷଣା।