ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ ଆଜି କୋରାପୁଟ ବନ୍ଦ ଡାକରା ଦିଆଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ଡାକରାରେ ସକାଳ ୬ଟାରୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବନ୍ଦ ଯୋଗୁ ଦୋକାନ ବଜାର, ଗାଡ଼ି ଚଳାଚଳ,ସରକାରୀ କାର୍ଯ୍ୟାଳୟ ଓ ସ୍କୁଲ କଲେଜ ବନ୍ଦ ରହିଛି।
Also Read
ପ୍ରାର୍ଥୀଙ୍କୁ ଚାକିରି ଦେଉଥିବା ଅଭିଯୋଗ ହୋଇଛି। ଏହାଫଳରେ ଜିଲ୍ଲାର ଯୁବକ ଯୁବତୀ କର୍ମସଂସ୍ଥାନ ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ବାଧ୍ୟ ହେଉଛନ୍ତି
ବୋଲି ଅଭିଯୋଗ ହୋଇଛି।
କୋରାପୁଟ ଜିଲ୍ଲାରେ ୯୨୨ରୁ ମାତ୍ର ୪୦ ଜଣ ଏବଂ ନବରଙ୍ଗପୁରରେ ୮୬୦ରୁ ୧୩୪ ଜଣ ଜିଲ୍ଲାର ପ୍ରାର୍ଥୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ ହୋଇଛି। ତେବେ ଏନେଇ ବିଭାଗୀୟ ପ୍ରତିକ୍ରିୟା ମିଳିପାରିନାହିଁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ସବୁ ଗରିବଙ୍କୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ମିଳିବ ପକ୍କାଘର: କୋହଳ ହେଲା ନିୟମ, ୩ ବର୍ଷରେ ୨.୨୫ଲକ୍ଷ ଘର
୩ ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ । ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

Miscellaneous
କ୍ୟାବିନେଟ୍ ନିଷ୍ପତ୍ତି: ରାଜ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ ଏକୀକୃତ ପେନସନ୍ ଯୋଜନା
ଏନପିଏସ୍ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ ଚୟନ କରିବାକୁ କିମ୍ବା ଏନପିଏସ୍ ସହିତ ଜାରି ରହିବା ପାଇଁ ବିକଳ୍ପ ବାଛିପାରିବେ।

Miscellaneous
ଦନ୍ତହୀନ ପାଲଟିଛି ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଉଇଚ୍ ହଣ୍ଟିଂ ଆକ୍ଟ , ରୁଜୁ ହେଉଛି ମାତ୍ର ୬୯% ମାମଲା: ଆଇଆଇପିଏ
ଆଇଆଇପିଏ୍ କହିବାନୁସାରେ ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହଜନିତ ହତ୍ୟା ଘଟଣାରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଅବଧି ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ପ୍ରାୟ ୩୮୨ଜଣଙ୍କ ହତ୍ୟା କରାଯାଇଥିଲା । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ଗୁଣିଗାରେଡ଼ି ଜନିତ ଅପରାଧ ଏବେବି ସଂଘଟିତ ହେଉଛି ।

Miscellaneous
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍ଏମ୍ଏ ଟେକ୍ନୋଲୋଜି
ଏଭଳି ଟେକନିକ୍ ଦ୍ୱାରା ରାସ୍ତାର ଆୟୂଷ ୭ରୁ ୧୦ ବର୍ଷ ବଢ଼ିଯିବ କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ। ଏହାଦ୍ୱାରା ରାସ୍ତାର ଅଧିକ ମରାମତି ଦରକାର ପଡ଼ିବନି। ଏଭଳି ଟେକ୍ନୋଲୋଜି ଦ୍ୱାରା ରାସ୍ତାରେ ଖାଲଖମା କମିବ ଓ ଟାୟାର ନଷ୍ଟ ହେବନି।

Miscellaneous
ମହିଳାଙ୍କ ପ୍ରଶ୍ନ- ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ, ଆମେ କ’ଣ ସରକାରଙ୍କର କିଛି ନୁହଁ
‘ଆମ ଗାଁକୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। ବଡ଼ ହଇରାଣରେ ଆମେ ରହୁଛୁ। ଆମ ଗାଁକୁ କ’ଣ ପାଇଁ କିଛି ସୁବିଧା ହେବ ନାହିଁ? ଆମ କ’ଣ ସରକାରଙ୍କର କିଛି ନୋହୁଁ। ଆମେ କ’ଣ ସରକାରଙ୍କଠାରୁ କିଛି ପାଇବାକୁ ଯୋଗ୍ୟ ନୋହୁଁ।’