ଗଜପତି ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ଆତଙ୍କ। ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି। ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି।
ଦିଗପହଣ୍ଡି ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି। ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି।
ସଂଗୃହିତ ପାଦ ଚିହ୍ନ ମହାବଳ ବାଘର। ତେଣୁ ବନବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସଂଧ୍ୟାରେ ଘରୁ ନ ବାହାରିବା ପାଇଁ ବ୍ୟାପକ ସଚେତନତା କରାଯାଇଛି ବୋଲି ରେଞ୍ଜର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
୪୪ ଓଏଏସ୍ ଅଫିସରଙ୍କ ବଦଳି: ୨୯ ବ୍ଲକରେ ନୂଆ ବିଡ଼ିଓ
ବିଡିଓ ଭାବେ କାର୍ଯ୍ୟ କରୁଥିବା ୧୩ଜଣ ଓଏଏସ୍ ଅଫିସରଙ୍କୁ ରାଜସ୍ୱ ବିଭାଗକୁ ଫେରାଇ ଦିଆଯାଇଛି ।
Miscellaneous
ଏମବିକେ,ସିଆରପି,ବ୍ୟାଙ୍କ ମିତ୍ର-ପ୍ରାଣୀମିତ୍ରଙ୍କ ପାଇଁ ‘ଲକ୍ଷପତି ଦିଦି ସହାୟିକା’ ଯୋଜନା: ବକେୟା ଦରମା ଦେବେ ସରକାର
କମ୍ୟୁନିଟି ସପୋର୍ଟ ଷ୍ଟାଫ ଭାବେ କାର୍ଯ୍ୟ କରୁଥିବା ମହିଳାମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ଲକ୍ଷପତି ଦିଦି ସହାୟିକା ଯୋଜନା’ ନାମକ ଏକ ନୂଆ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Guest Column
ସମ୍ବାଦପତ୍ର ଉପରେ ରାଜ୍ୟବାସୀଙ୍କ ଭରସା କେତେ?
‘ଇଣ୍ଡିଆ ଟୁଡେ’ ଫେବୃଆରୀ ମାସ ୨୦୨୪ ମସିହାରେ ଦେଶର ଅଧିକ ପ୍ରିୟ ମୁଖ୍ୟମନ୍ତ୍ରୀମାନଙ୍କ ତାଲିକାରେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମ ସ୍ଥାନରେ ରଖିଥିଲା। ଏହାର ଠିକ ପରେ ରାଜ୍ୟରେ ନିର୍ବାଚନ ହେଲା। ନବୀନ ପଟ୍ଟନାୟକ ଯେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ହାରିଗଲେ ଓ ଅନ୍ୟ ନିର୍ବାଚନ ମଣ୍ଡଳୀରେ ଅତି କମ ବ୍ୟବଧାନରେ ଜିତିଲେ ତାହା ନୁହେଁ, ତାଙ୍କ ‘ବିଜୁ ଜନତା ଦଳ’ ମଧ୍ୟ ଉପକୂଳ ଓଡ଼ିଶାରେ ଅନେକ ସିଟ ହରାଇଲା।

Miscellaneous
ଡିଆର୍ ପଟ୍ଟନାୟକଙ୍କ ବହିରେ ପାଣ୍ଡିଆନ୍ଙ୍କ ସର୍ତ୍ତ!
ଏହି ବହିରେ ଏକଦା ଓଡ଼ିଶାର ମୋଷ୍ଟ ପାୱାରଫୁଲ ମ୍ୟାନ ଥିବା ଭି କେ ପାଣ୍ଡିଆନ୍ଙ୍କ ଉପରେ ଉଲ୍ଲେଖ ରହିଛି।

Miscellaneous
୯ମ ଓ ୧୦ମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ଏହି ଘୋଷଣା।