ସୁପ୍ରିମକୋର୍ଟରେ ମହିଳା ବେଞ୍ଚ ଗଠନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ବୁଧବାର ଜଷ୍ଟିସ ହିମା କୋହଲି ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ମହିଳା ମହିଳା ବେଞ୍ଚ ଗଠନ କରିଛନ୍ତି। ମହିଳା ବେଞ୍ଚ ଗଠନ ଦିଗରେ ସୁପ୍ରିମକୋର୍ଟରେ ଏହା ହେଉଛି ତୃତୀୟ ଥର। ମୁଖ୍ୟତଃ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଏହି ବେଞ୍ଚ ଗଠନ କରାଯାଇଛି। ଏହି ବେଞ୍ଚ ୧୦ ଟି ଟ୍ରାନ୍ସଫର ଆବେଦନ, ୧୦ଟି ଜାମିନ ମାମଲା, ୯ଟି […]

Supremecourt

Supremecourt

Tapas Behera
  • Published: Thursday, 01 December 2022
  • Updated: 01 December 2022, 06:39 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ବୁଧବାର ଜଷ୍ଟିସ ହିମା କୋହଲି ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଏକ ମହିଳା ମହିଳା ବେଞ୍ଚ ଗଠନ କରିଛନ୍ତି। ମହିଳା ବେଞ୍ଚ ଗଠନ ଦିଗରେ ସୁପ୍ରିମକୋର୍ଟରେ ଏହା ହେଉଛି ତୃତୀୟ ଥର। ମୁଖ୍ୟତଃ ବୈବାହିକ ବିବାଦ ଏବଂ ଏ ସଂପର୍କିତ ଜାମିନ ମାମଲାର ଶୁଣାଣି ପାଇଁ ଏହି ବେଞ୍ଚ ଗଠନ କରାଯାଇଛି।

ଏହି ବେଞ୍ଚ ୧୦ ଟି ଟ୍ରାନ୍ସଫର ଆବେଦନ, ୧୦ଟି ଜାମିନ ମାମଲା, ୯ଟି ନାଗରିକ ମାମଲା ଏବଂ ୩ଟି ଅପରାଧିକ ମାମଲା ଶୁଣାଣି କରିବ। ଗତ ମାସରେ ପ୍ରଧାନ ବିଚାରପତି କହିଥିଲେ ଯେ ସପ୍ଲିମେଣ୍ଟାରୀ ତାଲିକାରେ ମାମଲା ହ୍ରାସ ପାଇଁ ସୁପ୍ରିମକୋର୍ଟର ପ୍ରତ୍ୟେକ ବେଞ୍ଚ ପ୍ରତ୍ୟେକ କାର୍ଯ୍ୟ ଦିନରେ ୧୦ ଟି ଟ୍ରାନ୍ସଫର ଏବଂ ଜାମିନ ଆବେଦନ ମାମଲା ଶୁଣାଣି କରିବ। ଏହି ଦୁଇ ଜଣିଆ ସର୍ବମହିଳା ଖଣ୍ଡପୀଠ ବର୍ତ୍ତମାନ ଶୀର୍ଷ ଅଦାଲତର ୧୧ ନମ୍ବର କୋର୍ଟ ରୁମ୍‌ରେ ବସୁଛନ୍ତି। ଏହି ଖଣ୍ଡପୀଠ ନିକଟରେ ଏହା ପୂର୍ବରୁ ୩୨ଟି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି। ଏଥିମଧ୍ୟରେ ବୈବାହିକ ବିବାଦ ସହିତ ଜଡିତ ୧୦ଟି ମାମଲାର ସ୍ଥାନାନ୍ତର ଆବେଦନରୁ ଆରମ୍ଭ କରି ୧୦ଟି ଜାମିନ ଆବେଦନ ମାମଲା ରହିଛି।

୨୦୧୩ରେ ଜଷ୍ଟିସ ଜ୍ଞାନ ସୁଧା ମିଶ୍ର ଏବଂ ରଂଜନା ପ୍ରକାଶ ଦେଶାଇଙ୍କୁ ନେଇ ସର୍ବପ୍ରଥମ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା।  ପରେ ୨୦୧୮ରେ ଜଷ୍ଟିସ ଆର ବନୁମତି ଏବଂ ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଅନ୍ୟ ଏକ ସର୍ବମହିଳା ଖଣ୍ଡପୀଠ ଗଠନ କରାଯାଇଥିଲା।

ଜଷ୍ଟିସ ହିମା କୋହଲି, ଜଷ୍ଟିସ୍‌ ବି ଭି ନାଗାରାଥନା ଏବଂ ଜଷ୍ଟିସ୍‌ ବେଲା ଏମ ତ୍ରିବେଦୀଙ୍କ ସମେତ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ତିନି ଜଣ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ୍‌ ବି ଭି ନାଗାରାଥନା ମଧ୍ୟ ୨୦୨୭ରେ ଦେଶର ସର୍ବ ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ସର୍ବୋଚ୍ଚ ଅଦାଲତରେ ବର୍ତ୍ତମାନ ୩୪ ଜଣ ବିଚାରପତିଙ୍କ ପାଇଁ ଅନୁମୋଦିତ ବ୍ୟବସ୍ଥା ରହିଥିବାବେଳେ ବର୍ତ୍ତମାନ ପ୍ରଧାନ ବିଚାରପତିଙ୍କ ସମେତ ୨୭ଜଣ ବିଚାରପତି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos