ଚଣ୍ଡିଗଡ଼ ଏୟାରପୋର୍ଟ ହେବ ଭଗତ ସିଂହ ବିମାନବନ୍ଦର, ଘୋଷଣା କଲେ ମୋଦି

ନୂଆଦିଲ୍ଲୀ: ବଦଳିବ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ। ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ନାଁରେ ଏହା ନାମିତ ହେବ। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଏନେଇ ଘୋଷଣା କରିଛନ୍ତି। ଗୋଟିଏ ପଟେ ଆପ୍‌ ଭଗତ ସିଂହଙ୍କ ଫଟୋ ଓ ତାଙ୍କ ଲାଗାସିକୁ ଆଗକୁ ନେଉଥିବା ବେଳେ ଏବେ ବିଜେପି ମଧ୍ୟ ଏଥିରେ ଲମ୍ଫ ମାରିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନର୍ଥେ ଓ ତାଙ୍କୁ […]

airport

airport

Hemant Lenka
  • Published: Sunday, 25 September 2022
  • Updated: 25 September 2022, 12:37 PM IST

Sports

Latest News

ନୂଆଦିଲ୍ଲୀ: ବଦଳିବ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ। ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ନାଁରେ ଏହା ନାମିତ ହେବ। ଆଜି ପ୍ରଧାନମନ୍ତ୍ରୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ରେ ଏନେଇ ଘୋଷଣା କରିଛନ୍ତି। ଗୋଟିଏ ପଟେ ଆପ୍‌ ଭଗତ ସିଂହଙ୍କ ଫଟୋ ଓ ତାଙ୍କ ଲାଗାସିକୁ ଆଗକୁ ନେଉଥିବା ବେଳେ ଏବେ ବିଜେପି ମଧ୍ୟ ଏଥିରେ ଲମ୍ଫ ମାରିଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ମାନର୍ଥେ ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାଁରେ ନାମିତ କରିବାକୁ ନିଷ୍ପତ୍ତି ହୋଇଛି।

ଅଗଷ୍ଟ ୨୦ ତାରିଖରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ ଟ୍ୱିଟ କରି ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ସହିଦ ଭଗତ ସିଂହଙ୍କ ନାମ ଅନୁସାରେ ନାମିତ କରାଯିବ ବୋଲି କହିଥିଲେ। ଏନେଇ ପଞ୍ଜାବ ଓ ହରିଆଣା ସରକାର ଏକମତ ହୋଇଥିବା ସେ ସୂଚନା ଦେଇଥିଲେ।

ଏହାପୂର୍ବରୁ ୨୦୧୬ରେ ହରିଆଣା ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ ହୋଇଥିଲେ। ଏଥିରେ ଚଣ୍ଡିଗଡ଼ ଏୟାରପୋର୍ଟର ନାଁ ଭଗତ ସିଂହଙ୍କ ନାମ ଅନୁସାରେ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସେହିପରି ପଞ୍ଜାବ ସରକାର ମାର୍ଚ୍ଚ ୨୩କୁ ରାଜ୍ୟର ଛୁଟି ଦିବସ ଭାବେ ଘୋଷଣା କରି ସାରିଛନ୍ତି। ମାର୍ଚ୍ଚ ୨୩ ହେଉଛି ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ତରୋଧନ ଦିବସ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସବୁ ସରକାରୀ ଅଫିସରେ ଭଗତ ସିଂହ ଓ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ଫଟୋ ଲଗାଯାଇଛି।

ମୁଖ୍ୟମନ୍ତ୍ରୀ ମାନଙ୍କ ଶପଥପାଠ କାର୍ଯ୍ୟକ୍ରମ ଆପ୍‌ ପକ୍ଷରୁ ଭଗତ ସିଂହଙ୍କ ଫୈତୃକ ଗାଁ ଖାଟକର କଲାନରେ ଆୟୋଜନ କରାଯାଇଛନ୍ତି। ପୂରା ଶପଥପାଠ ସ୍ଥଳକୁ ହଳଦିଆ ରଙ୍ଗରେ ସଜା ମଧ୍ୟ ଯାଇଥିଲା। ଭଗତ ସିଂହଙ୍କ ନାଁରେ ଆପ କାଳେ ଅଧିକ ଲୋକପ୍ରିୟତା ହାସଲ କରିନେବ, ସେହି ଆଶଙ୍କାରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଏପରି ଘୋଷଣା କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story