ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହୃଦଘାତ, ଗାଡ଼ି ମାଡ଼ି ଯିବାରୁ ୨ ଜଣ ପ୍ରାଣ ହରାଇଲେ

ଭୋପାଲ: ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା ବେଳେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଟ୍ରାଫିକ ସିଗ୍ନାଲକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ପଛପଟୁ ମାଡ଼ି ଯାଇଛି ଗୋଟିଏ ସିଟି ବସ୍‌। ଏଥିରେ ୨ ଜଣ ପ୍ରାଣ ହରାଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସେହିପରି ଏକାଧିକ ବାଇକ, କାର୍‌ ଓ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସିଟି ବସ୍‌ ଚଳାଉଥିବା ଚାଳକ ଜଣଙ୍କ ବସ୍‌ ଭିତରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ। ବାସ୍‌ […]

accident

accident

Hemant Lenka
  • Published: Saturday, 03 December 2022
  • Updated: 03 December 2022, 01:48 PM IST

ଭୋପାଲ: ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇଥିବା ବେଳେ ଚାଲି ଯାଇଛି ୨ ଜଣଙ୍କ ଜୀବନ। ଟ୍ରାଫିକ ସିଗ୍ନାଲକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ପଛପଟୁ ମାଡ଼ି ଯାଇଛି ଗୋଟିଏ ସିଟି ବସ୍‌। ଏଥିରେ ୨ ଜଣ ପ୍ରାଣ ହରାଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

ସେହିପରି ଏକାଧିକ ବାଇକ, କାର୍‌ ଓ ଅଟୋ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସିଟି ବସ୍‌ ଚଳାଉଥିବା ଚାଳକ ଜଣଙ୍କ ବସ୍‌ ଭିତରେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିଲେ। ବାସ୍‌ ଏହାପରେ ବସଟି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ମାଡ଼ି ଯାଇଛି। ମଧ୍ୟପ୍ରଦେଶର ଜବଲପୁରର ଗୋଟିଏ ଟ୍ରାଫିକ ସିଗ୍ନାଲରେ ଏପରି ଦୁଃଖଦ ଘଟଣା ଘଟିଛି।


ପୂରା ଘଟଣା ଟ୍ରାଫିକ ସିଗ୍ନାଲରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ ବସ୍‌ଟି ଏକାଧିକ ଗାଡ଼ିକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଛି। ଲୋକମାନେ ସବୁ ଦେଖିଥିଲେ ବି ହଠାତ୍‌ ସବୁ କିଛି ଘଟିଯିବାରୁ କେହି କିଛି ବୁଝି ପାରି ନଥିଲେ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ହେଉଛି ବସ୍‌ଟି ଗୋହଲପୁର ପୁଲିସ୍‌ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଦିଗ ବଦଳି ଯାଇଥିଲା। ଏହାପରେ ବସ୍‌ଟି ରାସ୍ତାରେ ଥିବା ଏକାଧିକ ଗାଡ଼ି ଓ ବାଇକ ଚାଳକଙ୍କ ଉପରେ ମାଡ଼ି ଯିବା ପରେ ଅଟକି ଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କ ସହ ବସ୍‌ ଡ୍ରାଇଭରଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ହସ୍ପିଟାଲରେ ଡାକ୍ତରମାନେ ହୃଦଘାତରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା କହିଥିଲେ। ସେହିପରି ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ। ବସ୍‌ଟି ରାଣୀତାଲ ଯାଉଥିବା ବେଳେ ଅଧା ବାଟରେ ଏମିତି ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos