ଝରକା ଭେଦ କରି ବେକରେ ପଶିଲା ଲୁହା ରଡ଼, ଚାଲିଗଲା ଟ୍ରେନ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଏମିତି ବି ମୃତ୍ୟୁ ଆସେ। ଯାହା ଅକଳ୍ପନୀୟ ଏବଂ ଅବିଶ୍ୱସନୀୟ। କୌଣସି ହତ୍ୟାକାଣ୍ଡଠାରୁ କମ୍‌ ନୁହେଁ ଏହି ଘଟଣା। ଜଣେ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ଏକ ଲୁହାରଡ଼ ଝରକା ଭେଦ କରି ଆସି ତାଙ୍କ ମୁଣ୍ଡରେ ପଶିଯାଇଥିଲା। ଝରକା ସିଟ୍‌ରେ ବସିଥିବା ଯାତ୍ରୀ ଜଣକର ମୃତ୍ୟୁ ଘଟିଛି। ଯେଉଁ ଅବସ୍ଥାରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ। ବ୍ୟକ୍ତି ଜଣକ ଝରକା ସିଟ୍‌ରେ ବସିଥିବା ବେଳେ ଯନ୍ତ୍ରଣାରେ […]

train

train

Tapas Behera
  • Published: Friday, 02 December 2022
  • Updated: 02 December 2022, 05:16 PM IST

ନୂଆଦିଲ୍ଲୀ: ଏମିତି ବି ମୃତ୍ୟୁ ଆସେ। ଯାହା ଅକଳ୍ପନୀୟ ଏବଂ ଅବିଶ୍ୱସନୀୟ। କୌଣସି ହତ୍ୟାକାଣ୍ଡଠାରୁ କମ୍‌ ନୁହେଁ ଏହି ଘଟଣା। ଜଣେ ବ୍ୟକ୍ତି ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ହଠାତ୍‌ ଏକ ଲୁହାରଡ଼ ଝରକା ଭେଦ କରି ଆସି ତାଙ୍କ ମୁଣ୍ଡରେ ପଶିଯାଇଥିଲା। ଝରକା ସିଟ୍‌ରେ ବସିଥିବା ଯାତ୍ରୀ ଜଣକର ମୃତ୍ୟୁ ଘଟିଛି। ଯେଉଁ ଅବସ୍ଥାରେ ବ୍ୟକ୍ତି ଜଣକର ମୃତ୍ୟୁ ଘଟିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ। ବ୍ୟକ୍ତି ଜଣକ ଝରକା ସିଟ୍‌ରେ ବସିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେବା ଅତିକଷ୍ଟଦାୟକ। ମୃତ ଯାତ୍ରୀ ଜଣକ ହେଉଛନ୍ତି  ହରିକେଶ କୁମାର ଦୁବେ।  ନିଜ ଆସନରେ ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଖି ବନ୍ଦ କରି ବସିଥିବା ଲକ୍ଷ୍ୟ କରାଯାଇଛି।

ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନିଳାଞ୍ଚଳ ଏକ୍ସପ୍ରେସରେ ହରିକେଶ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।  ଉତ୍ତର କେନ୍ଦ୍ରୀୟ ରେଳବାଇର ପ୍ରୟାଗ ଡିଭିଜନ୍‌ ଧନୱାର ଏବଂ ସୋମନା ମଧ୍ୟରେ ସକାଳ ୮ଟା ୪୫ ରେ ଏହି ଘଟଣା ଘଟିଛି। ରେଳ ଟ୍ରାକ୍ କାର୍ଯ୍ୟରେ ବ୍ୟବହୃତ ଏକ ଲୁହା ରଡ ହଠାତ୍‌ ଝରକା ଭେଦ କରି ତାଙ୍କ ବେକରେ ବିଦ୍ଧ ହୋଇଥିଲା।

ଟ୍ରେନଟି ଆଲିଗଡ ଜଙ୍କସନରେ ଅଟକିଥିଲଊ। ହରିକେଶ ମୃତଦେହ ରେଳବାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ଘଟଣାର ତଦନ୍ତ ଚାଲିଥିବା  ଭାରତୀୟ ରେଳବାଇ ଏକ ବିବୃତ୍ତିରେ କହିଛି। ଟ୍ରେନ୍‌ ଝରକା ଭାଙ୍ଗି ଲୁହାରଡ଼ଟି ହରିକେଶଙ୍କ ଉପରେ ବାଜିଥିଲା। ତେବେ ସେଠାରେ ଟ୍ରାକ୍‌ କାମ ଚାଲୁଥିଲାକି ନାହିଁ କିମ୍ବା କେଉଁ କାରଣରୁ ଲୁହା ରଡ଼ଟି ଆସି ବାଜିଲା ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos