ସୁପ୍ରିମକୋର୍ଟ ଶୁଣାଣିର ସିଧାପ୍ରସାରଣ ଆରମ୍ଭ, କେମିତି ଦେଖିବେ

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ସିଧାପ୍ରସାଣର ଦେଖିଛନ୍ତି ସାଧାରଣ ଲୋକ। ଆଜିଠାରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ମାମଲାର ସିଧାପ୍ରସାରଣକୁ ବିଧିବଦଦ୍ଧ ଭାବେ ଆରମ୍ଭ କାଯାଇଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧାପ୍ରସାରଣ ହୋଇଛି। କୋର୍ଟ ନଂ୧ରେ ପ୍ରଧାନ ବିଚାର ଜଷ୍ଟିସ ୟୁୟୁ ଲଳିତଙ୍କ ବେଞ୍ଚ ଆର୍ଥିକ ପଛୁଆ […]

SC

SC

Hemant Lenka
  • Published: Tuesday, 27 September 2022
  • Updated: 27 September 2022, 02:12 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ସିଧାପ୍ରସାଣର ଦେଖିଛନ୍ତି ସାଧାରଣ ଲୋକ। ଆଜିଠାରୁ ସୁପ୍ରିମକୋର୍ଟ ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ମାମଲାର ସିଧାପ୍ରସାରଣକୁ ବିଧିବଦଦ୍ଧ ଭାବେ ଆରମ୍ଭ କାଯାଇଛି। ଆଜି ଲୋକମାନେ webcast.gov.in/scindia/ରେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧାପ୍ରସାରଣ ହୋଇଛି।

କୋର୍ଟ ନଂ୧ରେ ପ୍ରଧାନ ବିଚାର ଜଷ୍ଟିସ ୟୁୟୁ ଲଳିତଙ୍କ ବେଞ୍ଚ ଆର୍ଥିକ ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାର ଶୁଣାଣି କରିଛନ୍ତି। ଆବେଦନ ଜରିଆରେ ସମ୍ବିଧାନର ୧୦୩ତମ ସଂଶୋଧନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି। ଦ୍ୱିତୀୟ ସମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ନେଉଛନ୍ତି। ଏହି ବେଞ୍ଚରେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇର ଶୁଶାଣି ହେଉଛି।

ତୃତୀୟ ସାମ୍ବାଧାନିକ ବେଞ୍ଚରେ ଜଷ୍ଟିସ ଏସ୍‌କେ କୌଲ ସର୍ବଭାରତୀୟ ଆଇନଜୀବୀ ପରୀକ୍ଷାର ବୈଧତା ସହ ଜଡ଼ିତ ଆବେଦନରୁ ଶୁଣାଣି କରୁଛନ୍ତ। ୟୁଟ୍ୟୁବରେ ଏହି ଖଣ୍ଡପୀଠରେ ଚାଲିଥିବା ଶୁଣାଣିର ସିଧାପ୍ରସାଣ ହେଉଛି।

ସୋମବାର ସୁପ୍ରିମକୋର୍ଟ କହିଥିଲେ ଯେ ଶୁଣାଣିର ସିଧାପ୍ରସାଣ କରିବା ପାଇଁ ସର୍ବୋଚ୍ଚ ଅଦାଲତ ନିଜସ୍ୱ ବ୍ୟବସ୍ଥା କରିବେ। ଗୋଟିଏ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମରେ ମାମଲା ଗୁଡ଼ିକର ଶୁଣାଣି ଲୋକମାନେ ଦେଖିପାରିବେ। ୟୁଟ୍ୟୁବରେ ସିଧାପ୍ରସାରଣ ଗୋଟିଏ ଅସ୍ଥାୟୀ ବ୍ୟବସ୍ଥା। ନ୍ୟାଶନାଲ ଇନଫର୍ମମେଟିକ ସେଣ୍ଟର ଏହି ବ୍ୟବସ୍ଥାର ପରିଚାଳନା କରୁଛି। ରବିବାର ଓ ସୋମବାର ସିଧାପ୍ରସାରଣ ବ୍ୟବସ୍ଥାର ଟେଷ୍ଟିଂ କରାଯାଇଥିଲା। ମଙ୍ଗଳବାର ବିଧିବଦ୍ଧ ଭାବେ ଶୁଶାଣିର ସିଧାପ୍ରସାରଣ ଆରମ୍ଭ କରାଯାଇଛି।

ନିକଟରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ କୋର୍ଟ ବୈଠକ ବସିଥିଲା। ଏହି ବୈଠକରେ ମାମଲାଗୁଡ଼ିକର ଶୁଣାଣି ସିଧାପ୍ରସାରଣ ସମ୍ପର୍କରେ ଆଲୋଚନା ହୋଇଥିଲା। ଶେଷରେ ସର୍ବସମ୍ମତିକ୍ରମେ ସମସ୍ତ ସାମ୍ବିଧାନିକ ବେଞ୍ଚରେ ହେବାକୁ ଥିବା ଶୁଣାଣିର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି। ଏହାପୂର୍ବରୁ ୨୦୧୮ରେ ଏ ସଂକ୍ରାନ୍ତରେ ଗୋଟିଏ ଐତିହାସିକ ରାୟ ମଧ୍ୟ ସୁପ୍ରିମକୋର୍ଟ ଦେଇଥିଲେ।

ସୂତ୍ର ଅନୁସାରେ, ପ୍ରଥାମିକ ପର୍ଯ୍ୟାୟରେ ମାମଲା ଶୁଣାଣିର ସିଧାପ୍ରସାରଣ ୟୁଟ୍ୟୁବରେ ହେବ ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ନିଜ ସର୍ଭରେ ଛଡ଼ାଯିବ। ଲୋକମାନେ ସୁପ୍ରିମକୋର୍ଟର ଶୁଣାଣି ସମ୍ପର୍କରେ ନିଜର ମୋବାଇଲ ଓ କମ୍ପ୍ୟୁଟରରେ ବିନା କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଦେଖିପାରିବେ।

ଏହାପୂର୍ବରୁ ଅଗଷ୍ଟ ୨୬ରେ ସୁପ୍ରିମକୋର୍ଟର ଶୁଣାଣି ପରୀକ୍ଷାମୂଳକ ଭାବେ ସିଧାପ୍ରସାରଣ କରାଯାଇଥିଲା। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଅବସର ନେବା ଦିନ ହିଁ ତାଙ୍କ ସମ୍ମାନାର୍ଥେ ଶୁଣାଣିର ସିଧାପ୍ରସାଣର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos