ମୁଣ୍ଡ ନୁଆଁଲେ ଜିନପିଙ୍ଗ! କୋହଳ ହେବ ‘ଜିରୋ କୋଭିଡ୍‌ ନୀତି’

ବେଜିଂ: ରାଜନୀତିକ ସ୍ୱାଧୀନତା ଓ ଲକଡାଉନ ପ୍ରତ୍ୟାହାର ଦାବିରେ ଚାଇନାରେ ଚାଲିଥିବା ବିଶାଳ ବିକ୍ଷୋଭ ଆଗରେ ଶେଷରେ ମୁଣ୍ଡ ନୁଆଁବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ଚାଇନାରେ ଲାଗୁ ହୋଇଥିବା ଜିରୋ କୋଭିଡ୍‌ ନୀତି ବିରୋଧରେ ହଜାର ହଜାର ଲୋକ ଆନ୍ଦୋଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚାଇନାର ଟପ୍‌ କୋଭିଡ ଅଧିକାରୀ ଓ ଏକାଧିକ ସହରର ଅଧିକାରୀମାନେ ଦେଶରେ ଲାଗୁ ହୋଇଥିବା କଠୋର କରୋନା କଟକଣାକୁ କୋହଳ କରିବାକୁ ରାଜି ଥିବା ସଙ୍କେତ ଦେଇଛନ୍ତି। […]

China

China

Hemant Lenka
  • Published: Friday, 02 December 2022
  • Updated: 02 December 2022, 10:40 AM IST

Sports

Latest News

ବେଜିଂ: ରାଜନୀତିକ ସ୍ୱାଧୀନତା ଓ ଲକଡାଉନ ପ୍ରତ୍ୟାହାର ଦାବିରେ ଚାଇନାରେ ଚାଲିଥିବା ବିଶାଳ ବିକ୍ଷୋଭ ଆଗରେ ଶେଷରେ ମୁଣ୍ଡ ନୁଆଁବାକୁ ରାଜି ହୋଇଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ। ଚାଇନାରେ ଲାଗୁ ହୋଇଥିବା ଜିରୋ କୋଭିଡ୍‌ ନୀତି ବିରୋଧରେ ହଜାର ହଜାର ଲୋକ ଆନ୍ଦୋଳନ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ଚାଇନାର ଟପ୍‌ କୋଭିଡ ଅଧିକାରୀ ଓ ଏକାଧିକ ସହରର ଅଧିକାରୀମାନେ ଦେଶରେ ଲାଗୁ ହୋଇଥିବା କଠୋର କରୋନା କଟକଣାକୁ କୋହଳ କରିବାକୁ ରାଜି ଥିବା ସଙ୍କେତ ଦେଇଛନ୍ତି।

ଜିରୋ କୋଭିଡ ନୀତି ଅନୁଯାୟୀ ଲାଗୁ ହୋଇଥିବା ଲକଡାଉନ ସହ ବିନା ଲକ୍ଷଣରେ ନିୟମିତ ଟେଷ୍ଟିଂ ଓ କ୍ୱାରେଣ୍ଟିନ ବ୍ୟବସ୍ଥାକୁ ବିରୋଧ କରି ହଜାର ଲୋକ ବେଜିଂ,ସଙ୍ଘାଇ, ଜିନଜିଆଙ୍ଗ ଓ ଗୁଆଙ୍ଗଝୋ ଭଳି ଅନେକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ରାଷ୍ଟ୍ରପତି ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଦେଶର ଶାସନ ମଙ୍ଗ ସମ୍ଭାଳିବାକୁ ଯାଉଥିବା ବେଳେ ଲୋକଙ୍କ ଆକ୍ରୋଶ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତାଙ୍କ ଶାସନ ସମୟରେ ପ୍ରଥମଥର ପାଇଁ ଏଭଳି ବିକ୍ଷୋଭ ସମସ୍ତଙ୍କ ଚିନ୍ତା ବଢ଼ାଇଥିଲା।

ସରକାର ବିକ୍ଷୋଭକାରୀଙ୍କ ଉପରେ ବଳ ପ୍ରୟୋଗ କରି ସେମାନଙ୍କୁ ଦମନ କରିବାକୁ ଚେଷ୍ଟା କରୁଥିଲେ ବି ବିଶେଷ ପ୍ରଭାବ ଦେଖିବାକୁ ମିଳି ନଥିଲା। ଏହି କାରଣରୁ ଏବେ କଟକଣା କୋହଳ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି।

ଚାଇନାର ନ୍ୟାଶନାଲ ହେଲ୍ଥ କମିଶନର ଉପ ସଭାପତି ସନ ଚୁନଲାନ କହିଛନ୍ତି, “ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଭାବ ହ୍ରାସ ପାଉଛି ଓ ଟିକାକରଣ ହାର ମଧ୍ୟ ବୃଦ୍ଧି ପାଇଛି। ତେଣୁ ନୂଆ ପରିସ୍ଥିତି ପାଇଁ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯିବ।” ସେ ଜିରୋ କୋଭିଡ ନୀତି କଥା କିଛି ବି କହି ନାହାନ୍ତି। ହେଲେ ପରୋକ୍ଷରେ ଅର୍ଥନୀତି ଓ ଦୈନନ୍ଦିନ ଜୀବନକୁ ସ୍ୱାଭାବିକ କରିବାକୁ ପଦକ୍ଷପେ ନିଆଯିବ ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି।

ବେଜିଂ ମ୍ୟୁନସିପାଲ ଗଭର୍ଣ୍ଣମେଣ୍ଟର ଜଣେ ମୁଖପାତ୍ର କହିଛନ୍ତି, ବରିଷ୍ଠ ନାଗରିକ, ଘରେ ରହି କାମ କରୁଥିବା ଲୋକ, ଅନଲାଇନରେ ପାଠ ପଢ଼ୁଥିବା ଶିକ୍ଷାର୍ଥୀ, ସେମାନଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଓ ନିୟମିତ ଘରୁ ବାହାରୁ ନଥିବା ଲୋକମାନେ ଏଣିକି ଦୈନିକ ଟେଷ୍ଟଂରୁ ବାହାରେ ରହିବେ।

ତେବେ ସର୍ବସାଧାରଣ ସ୍ଥାନକୁ ଯାଉଥିବା ବେଜିଂବାସୀଙ୍କୁ ୪୮ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିର୍ପୋଟ ଦେଖାଇବାକୁ ପଡ଼ିବ। ବିଶେଷ କରି କାଫେ, ରେଷ୍ଟୁରାଣ୍ଟ ଓ ଶପିଂ ମଲରେ ଏହି ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ କହିଛନ୍ତି।

ଆଉ ଏକ ରିପୋର୍ଟରେ କୁହାଯାଇଛି ଯେ ବେଜିଂ ଓ ଗୁଆଙ୍ଗଝୋ ପ୍ରଶାସନ କିଛି କରୋନା ପଜିଟିଭ ଲୋକଙ୍କୁ ଘରେ କ୍ୱାରେଣ୍ଟିନରେ ରହିବାକୁ ଅନୁମତି ଦେବା ସପକ୍ଷରେ ରହିଛି। ପୂର୍ବରୁ ସମସ୍ତ ଆକ୍ରାନ୍ତଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ଚିକିତ୍ସା କେନ୍ଦ୍ରରେ ବାଧ୍ୟତାମୂଳକ ରହିବାକୁ ପଡ଼ୁଥିଲା।

ଅନ୍ୟପକ୍ଷରେ ଗୁରୁବାର ଚାଇନାରେ ମୋଟ ୩୫, ୮୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର କୌଣସି ପ୍ରକାରର ଲକ୍ଷଣ ନାହିଁ। ତଥାପି ସେମାନଙ୍କ ରିପୋର୍ଟ ପଜିଟିଭ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos