ୟୁକ୍ରେନ ଦଖଲ ପାଇଁ ରୁଷର ସଜବାଜ, ଜନମତ ସଂଗ୍ରହ ପାଇଁ ଘୋଷଣା

ମସ୍କୋ: ୟୁକ୍ରେନ ବିରୋଧରେ ଅଲଆଉଟ ଆକ୍ସନ ଆରମ୍ଭ କରିଦେଇଛି ରୁଷ। ଦୀର୍ଘ ୭ ମାସ ହେଲା ୟୁକ୍ରେନ ଭଳି ଛୋଟିଆ ଦେଶ ସହ ରୁଷ ଯୁଦ୍ଧ କରୁଥିବା ବେଳେ ଏଯାଏ ଆଖି ଦୃଶିଆ ସଫଳତା ପାଇନାହିଁ। ସେହିପରି ରୁଷ ନିୟନ୍ତ୍ରଣରେ ଥିବା କିଛି ଅଞ୍ଚଳକୁ ମଧ୍ୟ ୟୁକ୍ରେନ ଛଡ଼ାଇ ନେବାକୁ ସକ୍ଷମ ହୋଇଛି। ବାରମ୍ବାର ପରାଜୟ ଓ କ୍ଷତି ସହୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଆ ଭଳି ୟୁକ୍ରେନ ଓ […]

Russia

Russia

Hemant Lenka
  • Published: Wednesday, 21 September 2022
  • Updated: 21 September 2022, 04:06 PM IST

Sports

Latest News

ମସ୍କୋ: ୟୁକ୍ରେନ ବିରୋଧରେ ଅଲଆଉଟ ଆକ୍ସନ ଆରମ୍ଭ କରିଦେଇଛି ରୁଷ। ଦୀର୍ଘ ୭ ମାସ ହେଲା ୟୁକ୍ରେନ ଭଳି ଛୋଟିଆ ଦେଶ ସହ ରୁଷ ଯୁଦ୍ଧ କରୁଥିବା ବେଳେ ଏଯାଏ ଆଖି ଦୃଶିଆ ସଫଳତା ପାଇନାହିଁ। ସେହିପରି ରୁଷ ନିୟନ୍ତ୍ରଣରେ ଥିବା କିଛି ଅଞ୍ଚଳକୁ ମଧ୍ୟ ୟୁକ୍ରେନ ଛଡ଼ାଇ ନେବାକୁ ସକ୍ଷମ ହୋଇଛି।

ବାରମ୍ବାର ପରାଜୟ ଓ କ୍ଷତି ସହୁଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଆ ଭଳି ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଛନ୍ତି। ଏଥିସହ ୟୁକ୍ରେନର କିଛି ଅଞ୍ଚଳକୁ ରୁଷରେ ସାମିଲ କରିବା ପାଇଁ ରୁଷ ନେତୃତ୍ୱରେ ଜନମତ ସଂଗ୍ରହ କରିବାକୁ ଘୋଷଣା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରୁଷ ସମର୍ଥିତ ବିଚ୍ଛନ୍ନତାବାଦୀ ସଂଗଠନ ପୂର୍ବ ୟୁକ୍ରେନରେ ଜନମତ ସଂଗ୍ରହ କରିବାକୁ ଯୋଜନା କରିଛନ୍ତି। ଏହାଦ୍ୱାରା ସେମାନେ ୟୁକ୍ରେନର ପୂର୍ବ ପ୍ରାନ୍ତକୁ ରୁଷରେ ଲୀନ କରିବାକୁ ସକ୍ଷମ ହେବେ। ଡୋନେସ୍କ ଓ ଲୁହାନସ୍କରେ ଜନମତ ସଂଗ୍ରହ କରାଯିବ। ଚଳିତ ବର୍ଷ ‍ଫେବୃଆରୀ ୨୪ରେ ରୁଷ ସେନା ୟୁକ୍ରେନରେ ହମଲା କରିବା ପୂର୍ବରୁ ରାଷ୍ଟ୍ରପତି ପୁଟିନ ଏହି ଦୁଇ ପ୍ରଦେଶକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲେ।

କିନ୍ତୁ ଏହାକୁ ୟୁକ୍ରେନ ଏହାକୁ ଗ୍ରହଣ କରିନାହିଁ। ଏଥିପାଇଁ ଏଠାରେ ୟୁକ୍ରେନ ସେନା ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଏସବୁ ଭିତରେ ଏହି ଦୁଇ ଅଞ୍ଚଳକୁ ରୁଷରେ ସାମିଲ କରିବା ପାଇଁ ସେପ୍ଟେମ୍ବର ୨୩ରୁ ୨୭ ଯାଏ ଜନମତ ସଂଗ୍ରହ କରାଯିବ। ଏହାବାଦ ଖେରସନ ଓ ଜାପୋରିଝିଆ ଅଞ୍ଚଳରେ ମଧ୍ୟ ଜନମତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଅଞ୍ଚଳକୁ ରୁଷ ଏଯାଏ ସ୍ୱାଧୀନ ରାଷ୍ଟ୍ର ମାନ୍ୟତା ଦେଇନାହିଁ। ସେହିପରି ରୁଷ ସୈନ୍ୟ ମଧ୍ୟ ଖେରସନ ଓ ଜାପୋରିଝିଆକୁ ସଂପୂର୍ଣ୍ଣ ଭାବେ ଦଖଲ କରି ନାହାନ୍ତି। ତଥାପି ଏଠାରେ ଜନମତ ସଂଗ୍ରହ କରିବାକୁ ଯୋଜନା ଆରମ୍ଭ ହୋଇଛି। ଏହି ୪ ଅଞ୍ଚଳକୁ ଏକାଠି କରି ରୁଷ ଡୋନବାସ ରିଜନରେ ନାମିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ରୁଷ ବର୍ତ୍ତମାନ ୯୦,୦୦୦ ବର୍ଗ କିମି ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛି। ଏହା ୟୁକ୍ରେନର ମୋଟ ଏରିଆର ୧୫%। ସେହିପରି ହଙ୍ଗେରୀ ଓ ପର୍ତ୍ତୁଗାଲର ମୋଟ ଅଞ୍ଚଳ ସହ ସମାନ। ୨୦୧୪ରେ ରୁଷ ବଳପୂର୍ବକ ୟୁକ୍ରେନର କ୍ରିମେଆକୁ ଦଖଲ କରିଥିଲା। ଏବେ ଆଉ ୪ ଅଞ୍ଚଳକୁ ମସ୍କୋ ଦଖଲ କରିନେଲେ ଏହାର ଆକାର ବଢ଼ିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos