ରୁଷ-ଭାରତ ସମ୍ପର୍କ ପର୍ବତଠାରୁ ଉଚ୍ଚ ଓ ଗଭୀର ସମୁଦ୍ରଠାରୁ ଆହୁରି ଗଭୀର। ମସ୍କୋ ଗସ୍ତରେ ଯାଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଏକଥା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
କ୍ରେମଲିନରେ ଦୁଇ ନେତାଙ୍କ ଦେଖା ସାକ୍ଷାତ ହୋଇଛି। ଏହି ସମୟରେ ଉଭୟ ନେତା ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ-ରୁଷ ଆନ୍ତଃ ସରକାରୀ କମିଶନଙ୍କ ୨୧ତମ ଅଧିବେଶନ ଅବସରରେ ପୁଟିନଙ୍କ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ରାଜନାଥ ସିଂହ।
Also Read
ଏହି ସମୟରେ ସେ କହିଥିଲେ, ଭାରତ ସବୁବେଳେ ରୁଷ ସହ ବନ୍ଧୁତା ରଖି ଆସିଛି। ସବୁବେଳେ ରୁଷ ସହ ଠିଆ ହୋଇଛି ଓ ଆଗକୁ ବି ଏହି ସମର୍ଥନ ଜାରି ରହିବ।
ପୁଟିନ୍ ଓ ରାଜନାଥ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିପୁଳ ଭାଗିଦାରୀ ସମ୍ଭାବନା ରହିଛି ଓ ମିଳିତ ପ୍ରୟାସରେ ଉଲ୍ଲେଖନୀୟ ଫଳାଫଳ ମିଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପୁଟିନଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଥିଲେ ରାଜନାଥ ସିଂହ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ, ସୋମବାର ଦଣ୍ଡ ଶୁଣାଣି
ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା।
Special
କର୍ମଚାରୀଙ୍କ ଦରମା ବଢ଼ିବ, ଲୋକଙ୍କର ଟିକସ ବୋଝ ବି
ଗୋଟିଏ ଦିନର ଯଥା କାମ ପାଇଁ ଯଥା ମଜୁରୀ ଶାସକର ଦାବି, ଶାସିତର ମଧ୍ୟ। ଏମିତି ନୁହେଁ ଯେ କେବଳ ଶାସକ ଶ୍ରେଣୀର ମଜୁରୀ ବା ଦରମା ବା ବେତନ ବଢ଼ିବ, କିନ୍ତୁ ଶାସିତ ବର୍ଗର ଆୟ ବଢ଼ିବ ନାହିଁ।
Politics
ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଘୋଷଣା କଲା ସଂକଳ୍ପ ପତ୍ର; ମହିଳାଙ୍କ ପାଇଁ ଅଜାଡ଼ି ଦେଲା
ବିଜେପି ତା’ର ସଙ୍କଳ୍ପ ପତ୍ରରେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବ ବୋଲି ଘୋଷଣା କରିଛି। ମହିଳା ସମୃଦ୍ଧି ଯୋଜନାରେ ଏହି ଅର୍ଥ ଦିଆଯିବ।
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।