ପୁଲିସ ବିଭାଗରେ ଖାଲି ପଡ଼ିଛି ୪୮୧୩ କନେଷ୍ଟବଳ ସମେତ ୧୩୨୩୫ଟି ପଦବୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଦାୟିତ୍ୱରେ ଥିବା ପୁଲିସ ବିଭାଗରେ ମଞ୍ଜୁରୀପ୍ରାପ୍ତ ୧୩୨୩୫ଟି ପଦବୀ ଖାଲି ପଡ଼ିଛି । ପୁଲିସ ବିଭାଗରେ ଡିଜିଠୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ମୋଟ ୬୮୬୭୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ୧୩୨୩୫ଟି ପଦବୀ ଖାଲି ପଡ଼ିଥିବା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ତେବେ ପୁଲିସ ବିଭାଗରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାରୀସ୍ତରରେ ସେସବୁ […]

police

police

Ordigital Desk
  • Published: Monday, 28 November 2022
  • Updated: 28 November 2022, 10:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବା ଦାୟିତ୍ୱରେ ଥିବା ପୁଲିସ ବିଭାଗରେ ମଞ୍ଜୁରୀପ୍ରାପ୍ତ ୧୩୨୩୫ଟି ପଦବୀ ଖାଲି ପଡ଼ିଛି । ପୁଲିସ ବିଭାଗରେ ଡିଜିଠୁ ଆରମ୍ଭ କରି କନେଷ୍ଟବଳ ପର୍ଯ୍ୟନ୍ତ ମୋଟ ୬୮୬୭୧ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ୧୩୨୩୫ଟି ପଦବୀ ଖାଲି ପଡ଼ିଥିବା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ତେବେ ପୁଲିସ ବିଭାଗରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିଲେ ମଧ୍ୟ ସରକାରୀସ୍ତରରେ ସେସବୁ ପୂରଣ ନିମନ୍ତେ ପ୍ରୟାସ ନହେବା ପରୋକ୍ଷରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ଲୋକସଂଖ୍ୟା ଅନୁପାତରେ ରାଜ୍ୟରେ କେତେ ପୁଲିସ କର୍ମଚାରୀ ରହିବେ ସେ ସମ୍ବନ୍ଧରେ କୌଣସି ମାନଦଣ୍ଡ ନାହିଁ । କିନ୍ତୁ ୨୦୨୨ ନଭେମ୍ବର ପହିଲା ସୁଦ୍ଧା ରାଜ୍ୟ ପୁଲିସ ସଂଗଠନରେ ମୋଟ ୬୮,୬୭୧ଟି ମଞ୍ଜୁରୀପ୍ରାପ୍ତ ପୁଲିସ ପଦବୀ ରହିଛି । ସେଥିରୁ ୧୩୨୩୫ଟି ପଦବୀ ଖାଲି ପଡ଼ିଥିବାବେଳେ ସର୍ବାଧିକ ୨୩୧୦୦ଟି କନେଷ୍ଟବଳ ପଦବୀରୁ ୪୮୧୩ଟି ସମେତ ୧୫୬୭ଟି ପୁଲିସ ଏସଆଇ, ୫୦୬ଟି ଏଏସଆଇ, ୬୬୭ଟି ହାବିଲଦାର, ୧୯୧ଟି ଇନ୍ସପେକ୍ଟର, ୫୯ଟି ଡିଏସପି ଓ ୩୩ଟି ଅତିରିକ୍ତ ଏସପି ଓ ୧୫ଟି ଏସପି ପାହ୍ୟାର ପଦବୀ ଖାଲି ପଡ଼ିଛି । ସେହିପରି ଡିଆଇଜି ପାହ୍ୟାରେ ୧୧ଟି ପଦବୀ ଖାଲି ପଡ଼ିଛି।

କମାଣ୍ଡାଣ୍ଟ ପଦବୀରେ ୩୦ରୁ ୮ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀରେ ୨୦୨ରୁ ୧୧୪ଟି, ଆର୍ମଡ୍ ଇନ୍ସପେକ୍ଟରରେ ୨୫୯ରୁ ୩୮ଟି, ଏସଆଇ ଆର୍ମଡରେ ୨୫୦ଟି, ସିପାହୀରେ ୮୩୭୭ଟିରୁ ୧୮୪୮ଟି ପଦବୀ ଖାଲି ପଡ଼ିଛି । ଅନ୍ୟପକ୍ଷରେ ସରକାର ମଞ୍ଜୁରୀପ୍ରାପ୍ତ ଡିଜି ପଦବୀ ଗୋଟିଏ ଥିବାବେଳେ ଅଧିକ ଆଉ ଗୋଟିଏ ପଦବୀ ଏବଂ ଅତିରିକ୍ତ ଡିଜି ପଦବୀରେ ମଞ୍ଜୁରୀପ୍ରାପ୍ତ ତୁଳନାରେ ଅଧିକ ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos