ଘର ସହ ଜୀବନ୍ତ ଜଳିଗଲା ୨ମାସର ଶିଶୁକନ୍ୟା

ଉଦଳା(ଓଡ଼ିଶା ରିପୋର୍ଟର): ଶୋଇଥିବା ବେଳେ ଘରେ ଲାଗିଲା ନିଆଁ। ଏଥିରେ ଜୀବନ୍ତ ଦଗ୍ଧ ହୋଇ ଯାଇଛି ଜଣେ ୨ ମାସର ଶିଶୁକନ୍ୟା। ଘର ମଧ୍ୟ ନିଆଁରେ ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାର ଗାଁରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ୨ ମାସର ଶିଶୁ କନ୍ୟା ଶିବାନୀ ମହାକୁଡ଼ଙ୍କୁ ତାଙ୍କ ମା’ ଘରର ଚୁଲି ପାଖରେ ଥିବା ଖଟ ଉପରେ ଶୋଆଇ ଦେଇଥିଲେ। ଏହି ସମୟରେ […]

Girl

Girl

Hemant Lenka
  • Published: Wednesday, 10 August 2022
  • Updated: 10 August 2022, 08:57 PM IST

Sports

Latest News

ଉଦଳା(ଓଡ଼ିଶା ରିପୋର୍ଟର): ଶୋଇଥିବା ବେଳେ ଘରେ ଲାଗିଲା ନିଆଁ। ଏଥିରେ ଜୀବନ୍ତ ଦଗ୍ଧ ହୋଇ ଯାଇଛି ଜଣେ ୨ ମାସର ଶିଶୁକନ୍ୟା। ଘର ମଧ୍ୟ ନିଆଁରେ ସଂପୂର୍ଣ୍ଣ ଧ୍ୱଂସ ହୋଇ ଯାଇଛି। ଏପରି ଏକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭଣ୍ଡାର ଗାଁରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ୨ ମାସର ଶିଶୁ କନ୍ୟା ଶିବାନୀ ମହାକୁଡ଼ଙ୍କୁ ତାଙ୍କ ମା’ ଘରର ଚୁଲି ପାଖରେ ଥିବା ଖଟ ଉପରେ ଶୋଆଇ ଦେଇଥିଲେ। ଏହି ସମୟରେ ଚୁଲିରେ ସାମାନ୍ୟ ନିଆଁ ରହିଥିଲା। ହେଲେ ଝିଅ ଖଟରେ ଶୋଇଥିବାରୁ ମା’ ଓ ବାପା ଅଚିନ୍ତାରେ ନିଜ ନିଜ କାମକୁ ଚାଲି ଯାଇଥିଲେ। ଉଭୟ ଦିନ ମଜୁରିଆ ଭାବେ କାମ କରନ୍ତି।

ଘରେ କେହି ନଥିବା ବେଳେ ହଠାତ୍ ଅପରାହ୍ନ ପ୍ରାୟ ୩.୩୦ଟା ବେଳେ ଘଟିଥିଲା ଅଘଟଣ। ଚୁଲିର ନିଆଁ ପବନରେ ଉଡ଼ି ପ୍ରଥମେ ସେଠାରେ ରଖା ଯାଇଥିବା ଶୁଖିଲା କାଠ ସଂସ୍ପର୍ଶରେ ଆସିଥିଲା। ଫଳରେ କାଠରେ ନିଆଁ ଲାଗି ଯାଇଥିଲା। ଏହି ନିଆଁ ଶିବାନୀ ଶୋଇଥିବା ଖଟ ସହ ପୂରା ଘରକୁ ବ୍ୟାପି ଯାଇଥିଲା।

ଘର ଜଳୁଥିବା ଥିବା ଦେଖି ପଡ଼ୋଶୀମାନେ ଶିବାନୀଙ୍କ ବାପା ମା’ଙ୍କୁ ଖବର ଦେଇଥିଲେ। ଏଥିସହ କପ୍ତିପଦା ଅଗ୍ନିଶମ ବାହିନୀକୁ ମଧ୍ୟ ଡାକି ଥିଲେ। ଅଗ୍ନିଶମ ବାହିନୀ ଓ ଗାଁ ଲୋକ ନିଆଁ ଆୟତ୍ତ କରିବା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। ନିଆଁରେ ପୋଡ଼ି ହୋଇ ଶିବାନୀ ପ୍ରାଣ ହରାଇଥିବା ବେଳେ ଘର ମଧ୍ୟ ସଂପୂର୍ଣ୍ଣ ପାଉଁଶରେ ପରିଣତ ହୋଇ ସାରିଥିଲା।

ଦିନ ମଜୁରିଆ ଭାବେ କାମ କରୁଥିବା ଶିବାନୀଙ୍କ ବାପା ମା’ ଏବେ ସର୍ବସ୍ୱ ହରାଇ ହତବାକ ହୋଇ ଯାଇଛନ୍ତି। ପରିଶ୍ରମ କରି ଘରେ ଯାହା ବି ରଖିଥିଲେ ସେସବୁ ନିଆଁରେ ପୋଡ଼ି ଯାଇଛି। ସେହିପରି ତାଙ୍କ ଝିଅ ମଧ୍ୟ ସବୁଦିନ ପାଇଁ ସେମାନଙ୍କୁ ଛାଡ଼ି ଚାଲି ଯାଇଛି। ଏହି ଘଟଣା ପୂରା ଗାଁରେ ଶୋକରଚ୍ଛାୟା ଖେଳାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos