୨ବର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୪୦ ଏକର ଜମି ବିକିଛି ପ୍ରଶାସନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳ ଅର୍ଥାତ୍ ଗତ ୨ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ଭିତରେ ଥିବା ୪୦ ଏକର ୭୯୯ ଡିସିମିଲ ଜମି ବିକ୍ରି ହୋଇଛି । ମହାପ୍ରଭୁଙ୍କର ମୋଟ ୬୦୪୨୬ ଏକର ୯୪୩ ଡିସିମିଲ ଭୂ-ସମ୍ପତ୍ତି ଥିବାବେଳେ ସେଥିରୁ ମାତ୍ର ୩୮ହଜାର ୦୬୨ଏକର ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଜି ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ଏକ […]

puri-

puri-

Ordigital Desk
  • Published: Saturday, 26 November 2022
  • Updated: 26 November 2022, 10:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳ ଅର୍ଥାତ୍ ଗତ ୨ବର୍ଷ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଓଡ଼ିଶା ଭିତରେ ଥିବା ୪୦ ଏକର ୭୯୯ ଡିସିମିଲ ଜମି ବିକ୍ରି ହୋଇଛି । ମହାପ୍ରଭୁଙ୍କର ମୋଟ ୬୦୪୨୬ ଏକର ୯୪୩ ଡିସିମିଲ ଭୂ-ସମ୍ପତ୍ତି ଥିବାବେଳେ ସେଥିରୁ ମାତ୍ର ୩୮ହଜାର ୦୬୨ଏକର ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଆଜି ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଇନ ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ଯେ, ଗତ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟ ଭିତରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତିରୁ ମୋଟ ୪୦ଏକର ୭୯୯ ଡିସିମିଲ ଜମି ବିକ୍ରୟ କରାଯାଇଛି । ତେବେ କେଉଁ କାରଣ ପାଇଁ ମହାପ୍ରଭୁଙ୍କ ଏହି ଭୂସମ୍ପତ୍ତିକୁ ପ୍ରଶାସନ ବିକ୍ରି କରିଛି ସେ ନେଇ ମନ୍ତ୍ରୀ କୌଣସି ତଥ୍ୟ ଦେଇନାହାନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଭୂସମ୍ପତ୍ତିର ବିଭିନ୍ନ ଉତ୍ସରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୫କୋଟି ୮୦ଲକ୍ଷ ୮୪ହଜାର ୮୫୯ଟଙ୍କା ଆୟ ହୋଇଛି । ତେବେ ରାଜ୍ୟର ମୋଟ ୨୪ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାଁରେ ସାବିକ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ୬୦.୪୨୭ଏକର ଭୂସମ୍ପତ୍ତି ଥିବା ତଥ୍ୟ ସଂଗ୍ରହ କରାଯାଇଛି । କିନ୍ତୁ ଏଥିରୁ ଏବେବି ୨୨ହଜାର ୩୬୫ଏକର ଭୂସମ୍ପତ୍ତିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ । ଦେଶର ଅନ୍ୟ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫ ଏକର ୨୫୨ ଡିସିମିଲ ପରିମିତ ଜମି ଥିବା ତଥ୍ୟ ସଂଗ୍ରହ କରାଯାଇଛି । ଏହାଛଡ଼ା ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଉପଲବ୍ଧ ହେଉଥିବା ମହାପ୍ରସାଦର ଦର ନିୟନ୍ତ୍ରଣ ବିଷୟରେ ଅନୁଧ୍ୟାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos