ଗଛରେ ପିଟିହେଲା ବାଇକ୍; ଜଣେ ମୃତ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପୂର୍ତ୍ତ ରାସ୍ତାର ଅଯୋଧ୍ୟା ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଗଛରେ ଭାରସାମ୍ୟ ପିଟିହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢୀକଣ ଗାଁର ଶ୍ରୀକାନ୍ତ ମହାଲ୍ଲିକ। ଆହତ ଅଜିତ ପ୍ରଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ଅଜିତଙ୍କ ଘର ଧଳପୁର ଗାଁର ବୋଲି ଜଣାଯାଇଛି। ଆଜି ସକାଳ ପ୍ରାୟ […]

accident

accident

Tapaswini Nayak
  • Published: Wednesday, 30 November 2022
  • Updated: 30 November 2022, 12:10 PM IST

Sports

Latest News

ବୌଦ୍ଧ(ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ-କୁଶଙ୍ଗ ପୂର୍ତ୍ତ ରାସ୍ତାର ଅଯୋଧ୍ୟା ଗାଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଗଛରେ ଭାରସାମ୍ୟ ପିଟିହେବାରୁ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢୀକଣ ଗାଁର ଶ୍ରୀକାନ୍ତ ମହାଲ୍ଲିକ। ଆହତ ଅଜିତ ପ୍ରଧାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି  କରାଯାଇଛି। ଅଜିତଙ୍କ ଘର ଧଳପୁର ଗାଁର ବୋଲି ଜଣାଯାଇଛି।

ଆଜି ସକାଳ ପ୍ରାୟ ୯ଟା ସମୟରେ ଅଜିତ ଓ ଶ୍ରୀକାନ୍ତ ଏକ ବାଇକ୍‌ରେ ନିଜ ଘରକୁ ଫେରୁଥିଲେ। ଅଯୋଧ୍ୟା ଗାଁ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଶ୍ରୀକାନ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଜିତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁରୁଣାକଟକ ଥାନା ପୁଲିସ ପହଞ୍ଚି  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos