ଭଲ କାମ କରି ମେଡାଲ ପାଇଲେ ୨୨ ପୁଲିସ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୬ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଭଲ କାର୍ଯ୍ୟ କରିବା ନିମନ୍ତେ ପୁଲିସ ଅଧିକାରୀ ଓ  କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକ ସେବା ଭବନ କନଫରନେସ ହଲରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଠାରେ ସାହସିକତା ପାଇଁ ୯ ଜଣଙ୍କୁ ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି। […]

police

police

Niranjan Mishra
  • Published: Monday, 15 August 2022
  • Updated: 15 August 2022, 05:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭୬ତମ ସ୍ୱାଧୀନତା ଦିବସ ଅବସରରେ ଆଜି ଭଲ କାର୍ଯ୍ୟ କରିବା ନିମନ୍ତେ ପୁଲିସ ଅଧିକାରୀ ଓ  କର୍ମଚାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକ ସେବା ଭବନ କନଫରନେସ ହଲରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଠାରେ ସାହସିକତା ପାଇଁ ୯ ଜଣଙ୍କୁ ପୁଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି।

ସାହସିକତା ପାଇଁ ମାଲକାନଗିରି ଓଏପିଏଫର ସ୍ୱର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ରିଷିକେଶ ଡି. ଖଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ୱର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ୱକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରାଙ୍କୁ ପୁଲିସ ପଦକ ଦିଆଯାଇଛି।

ସେହିପରି କମିସନରେଟ ପୁଲିସର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତିଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଦିଆଯାଇଛି।

ସେହିପରି ପ୍ରଶଂସନୀୟ ସେବା ପାଇଁ  ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକର ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିସନରେଟ ଏସିପି ଅରୁଣ କୁମାର ସ୍ୱାଇଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ଉଲେଖନୀୟ ସେବା ପାଇଁ ପୁଲିସ୍ ପଦକ ପ୍ରଦାନ କରାଯାଇଛି।

ଗୃହରକ୍ଷୀ ବିଭାଗର ଜୟନ୍ତ କୁମାର ପଟେଲ, ରବୀନ୍ଦ୍ର କୁମାର‌ ମଲ୍ଲିକ, ମାୟାଧର ସୁତାର, ସିଭିଲ ଡିଫେନ୍ସର ବୀର ରାଜକିଶୋର ସ୍ୱାଇଁ, ସୁରଜ ହେମ୍ବ୍ରମଙ୍କୁ ହୋମଗାର୍ଡ ଓ ସିଡ଼ି ମେଡାଲ ପ୍ରଦାନ କରାଯାଇଛି। ସେହିପରି ଜେଲ ବିଭାଗର ଝାରପଡା ଜେଲ ସୁପରିଟେଣ୍ଡ ସତ୍ୟପ୍ରକାଶ ସ୍ୱାଇଁ ଓ ଆଠମଲ୍ଲିକ ଜେଲର ଦିଲିପ କୁମାର କେରକେଟାଙ୍କୁ ସମ୍ମାନିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos