ବୀମା କମ୍ପାନୀଙ୍କ ଯୋଗୁ ଫସଲବୀମା ପ୍ରଦାନରେ ବିଳମ୍ବ ହେଲା: ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଫସଲବୀମା ପ୍ରଦାନରେ ବିଳମ୍ବକୁ ନେଇ ଗତ କିଛିଦିନ ତଳେ ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଆଜି ଓଡ଼ିଶା ସରକାର ସତ ସ୍ୱୀକାର କରିଛନ୍ତି । ଫସଲକଟା ରିପୋର୍ଟକୁ ନେଇ ବୀମା କମ୍ପାନୀମାନେ ଆପତ୍ତି ଉଠାଇ ଥିବାରୁ ଚାଷୀଙ୍କୁ ବୀମା କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହୋଇଥିଲା ବୋଲି ଆଜି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ବିଧାନସଭାରେ କଂଗ୍ରେସ ଦ୍ୱାରା ଆଗତ ମୁଲତବୀ […]

Crop-Insurance

Crop-Insurance

Ordigital Desk
  • Published: Saturday, 26 November 2022
  • Updated: 26 November 2022, 07:50 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ଫସଲବୀମା ପ୍ରଦାନରେ ବିଳମ୍ବକୁ ନେଇ ଗତ କିଛିଦିନ ତଳେ ରାଜ୍ୟରେ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଆଜି ଓଡ଼ିଶା ସରକାର ସତ ସ୍ୱୀକାର କରିଛନ୍ତି । ଫସଲକଟା ରିପୋର୍ଟକୁ ନେଇ ବୀମା କମ୍ପାନୀମାନେ ଆପତ୍ତି ଉଠାଇ ଥିବାରୁ ଚାଷୀଙ୍କୁ ବୀମା କ୍ଷତିପୂରଣ ରାଶି ପ୍ରଦାନରେ ବିଳମ୍ବ ହୋଇଥିଲା ବୋଲି ଆଜି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ବିଧାନସଭାରେ କଂଗ୍ରେସ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଉପରେ ସମବାୟ ମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖି ଏହା ସ୍ୱୀକାର କରିଛନ୍ତି ।

ଚାଷୀ ପ୍ରସଙ୍ଗରେ ଗତକାଲି ଗୃହ ଅଚଳ ରହିବା ପରେ ଆଜି ଆରମ୍ଭରୁ ଗୃହ କାର୍ଯ୍ୟ ସ୍ୱାଭାବିକ ରହିଥିଲା । କଂଗ୍ରେସ ବିଧାୟକମାନଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ‘ରାଜ୍ୟରେ ଚାଷୀମାନେ ଶୋଷଣର ଶିକାର, ଧାନ ବିକ୍ରିରେ ବ୍ୟାପକ ଅବ୍ୟବସ୍ଥା ସହ ଇନପୁଟ ସବସିଡି ଓ ବୀମାରାଶି ପାଇବାରୁ ବଂଚିତ ହେଉଛନ୍ତି’ ଉପରେ ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଅମାତ୍ କହିଥିଲେ ଯେ, କେତେକ ପଂଚାୟତରେ ଫସଲକଟା ପରୀକ୍ଷଣ ମାଧ୍ୟମରେ ଅମଳ ଆକଳନ ବାବଦରେ ବୀମା କମ୍ପାନୀମାନେ ଆପତ୍ତି ଉଠାଇଥିଲେ । ଏଥିପାଇଁ ବୀମା କ୍ଷତିପୂରଣ ରାଶି ପ୍ରଦାନ ବିଳମ୍ବିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଟେକନିକାଲ ଆଡଭାଇଜରି କମିଟି ଏସବୁ ବୀମା କମ୍ପାନୀଗୁଡ଼ିକର ଆବେଦନକୁ ବିଚାରକୁ ନେଇ ୧୮୯ଟି ବୀମା (ପଂଚାୟତ ଓ ସହରାଂଚଳ) ନିମନ୍ତେ ଅମଳ ପୁନଃ ଧାର୍ଯ୍ୟ କରି ବୀମାକ ମ୍ପାନୀ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ସେହି ଅନୁସାରେ ବୀମା କମ୍ପାନୀମାନେ ଏବେ କ୍ଷତିପୂରଣ ରାଶି ପ୍ରଦାନ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୩୦.୨୮ଲକ୍ଷ ଆବେଦନ ପତ୍ର (ପ୍ଲଟ) ବାବଦରେ ୧୧୧୩.୬୫କୋଟି ଟଙ୍କା ବୀମା ରାଶି ପ୍ରଦାନ କରାଯାଇଛି । ଖରିଫ ୨୦୨୧ ଋତୁରେ ରାଜ୍ୟରେ ମୋଟ ୧୨ଲକ୍ଷ ୫୭ହଜାର ୬୯୦ଜଣ ଚାଷୀ(୮୩.୬୩ଲକ୍ଷ ସଂଖ୍ୟକ ପ୍ଲଟ ମାଧ୍ୟମରେ) ୧୦ଲକ୍ଷ ୫୦ହଜାର ହେକ୍ଟର ଜମି ନିମନ୍ତେ ଫସଲବୀମା ଯୋଜନାରେ ପଞ୍ଜିକରଣ କରିଥିଲେ ।

ସେହିପରି ବିନା ମରୁଡ଼ି ଘୋଷଣା କରି ମୁଖ୍ୟମନ୍ତ୍ରୀ କିଭଳି ଇନପୁଟ ସବସିଡି ଘୋଷଣା କଲେ ବୋଲି ବିରୋଧୀ ଦଳର ଅଭିଯୋଗର ଜବାବ ରଖି ମନ୍ତ୍ରୀ କହିଥିଲେ ଯେ, ୨୦୨୨ ନଭେମ୍ବର ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଖରିଫ-୨୦୨୧ରେ ସ୍ପଳ୍ପ ବୃଷ୍ଟି ଜନିତ ଫସଲ କ୍ଷତି ପାଇଁ ସହାୟତା ରାଶି ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୧୨ଟି ଜିଲ୍ଲାର ୬୪ଟି ବ୍ଲକର ୬୩୮୮ଟି ଗାଁ ଓ ୧୫ଟି ପୌରାଂଚଳର ୮୭ଟି ୱାର୍ଡର ମୋଟ ୨.୬୩ଲକ୍ଷ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଭାଗ ଫସଲ କ୍ଷତି ହୋଇଥିବା ଜଣାପଡ଼ିଛି ।

ଧାନ ସୁବ୍ୟବସ୍ଥିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀ ଯୁକ୍ତି ବାଢ଼ିବା ସହ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରିବା ସହ ଓଡ଼ିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି କହିଛନ୍ତି । ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେଣୁ ଏମଏସପି ପରିମାଣକୁ ୩୪ଶହ ଟଙ୍କାକୁ ବୃଦ୍ଧି ନିମନ୍ତେ ଆମେ ଦାବି ରଖୁଛୁ । ବିଜେପି ମଧ୍ୟ ଏହି ଦାବି କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ରଖୁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଚାଷୀ ପ୍ରସଙ୍ଗରେ ଦିଆଯାଇଥିବା ମୁଲତବୀ ନୋଟିସ ଉପରେ ଆଲୋଚନାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ପଦମପୁର ଉପନିର୍ବାଚନ ପାଇଁ ଇନପୁଟ ସବସିଡି ରାଜ୍ୟ ସରକାର ଘୋଷଣା କଲେ । ଏତେ ବିଳମ୍ବରେ ସରକାରଙ୍କୁ କାହିଁକି ଏକଥା ମନେପଡ଼ିଲା ବୋଲି ସେ ପ୍ରଶ୍ନ କରିବା ସହ ଫସଲବୀମା ଯୋଜନାରେ ଚାଷୀଙ୍କୁ ଟଙ୍କା ମିଳିବାରେ ବିଳମ୍ବକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହଜାର ହଜାର କୋଟି ଟଙ୍କାର ସ୍କାମ ହୋଇଛି । ପଦପୁର ଭୋଟ୍ ପାଇଁ ଫସଲବୀମା ଟଙ୍କା ଦିଆଗଲା । ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ହେଉଛି । ଚାଷୀ କଟନୀ-ଛଟନୀର ଶିକାର ହେଉଛନ୍ତି । ଛତିଶଗଡ଼ରେ ଧାନ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୫୦୦ଟଙ୍କା ହୋଇଥିବାରୁ ଓଡ଼ିଶାରୁ ଧାନ ଛତିଶଗଡ଼କୁ ଯାଉଛି । ମୁଖ୍ୟମନ୍ତ୍ରୀ ଘୋଷଣା କରି ମଧ୍ୟ ଏଠାରେ ଚାଷୀଙ୍କୁ ବୋନସ ଦିଆଯାଉନି ବୋଲି ସେ କହିଛନ୍ତି ।

ତେବେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନାରେ ସମବାୟ ମନ୍ତ୍ରୀଙ୍କ ବଦଳରେ ପଂଚାୟତିରାଜ ମନ୍ତ୍ରୀ ଉତ୍ତର ରଖିବାରୁ ବିଜେପି ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରି ବାଚସ୍ପତିଙ୍କ ପୋଡ଼ିୟମ ତଳେ ଧାରଣାରେ ବସିଥିଲେ । ପଦମପୁର ଉପନିର୍ବାଚନ ମନ୍ତ୍ରୀଙ୍କ ପାଇଁ ବଡ଼ ହୋଇଗଲାକି ବୋଲି ପ୍ରଶ୍ନ କରିବାକୁ ପଛାଇ ନଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story