ମୁଖିଆଙ୍କ ଜିଲ୍ଲାରେ ବିକଳ ଚିତ୍ର: ଦଳିତଙ୍କୁ ଗାଁ ପୋଖରୀ, ସ୍କୁଲ୍ ଓ ଡାକ୍ତରଖାନା ମନା!

ବ୍ରହ୍ମପୁର/ଆସିକା (ଅଶୋକ/ମନୋଜ): ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଉଦ୍‌ଜୀବୀତ ରହିଛି ଜାତିଆଣ ଭାବନା। ରହିଛି ଛୁଆଁଛୁଇଁର ଭେଦଭାବ! ତାହା ପୁଣି ରାଜ୍ୟ ମୁଖିଆଙ୍କ ଜିଲ୍ଲା ଗଞ୍ଜାମରେ। ଏଠି କୁଆଡ଼େ ଏକ ଗାଁରେ ଦଳିତମାନଙ୍କୁ ପୋଖରୀରେ ଗାଧୋଇବାକୁ ଦିଆଯାଉ ନାହିଁ। ଦଳିତ ପରିବାରର ଛୋଟ ଛୋଟ ପିଲାଙ୍କ ସ୍କୁଲ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାକ୍ତରଖାନା ବି ମନା ହୋଇଛି। ଯେଉଁଥିପାଇଁ ଦଳିତ ଲୋକମାନେ ଗତ ୩ ମାସରେ ନାନା ନିର୍ଯାତନାରେ ସନ୍ତୁଳି ହେଉଥିବା […]

Ganjam

Ganjam

Manoranjan Sial
  • Published: Friday, 02 December 2022
  • Updated: 02 December 2022, 06:12 PM IST

Sports

Latest News

ବ୍ରହ୍ମପୁର/ଆସିକା (ଅଶୋକ/ମନୋଜ): ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଉଦ୍‌ଜୀବୀତ ରହିଛି ଜାତିଆଣ ଭାବନା। ରହିଛି ଛୁଆଁଛୁଇଁର ଭେଦଭାବ! ତାହା ପୁଣି ରାଜ୍ୟ ମୁଖିଆଙ୍କ ଜିଲ୍ଲା ଗଞ୍ଜାମରେ। ଏଠି କୁଆଡ଼େ ଏକ ଗାଁରେ ଦଳିତମାନଙ୍କୁ ପୋଖରୀରେ ଗାଧୋଇବାକୁ ଦିଆଯାଉ ନାହିଁ। ଦଳିତ ପରିବାରର ଛୋଟ ଛୋଟ ପିଲାଙ୍କ ସ୍କୁଲ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡାକ୍ତରଖାନା ବି ମନା ହୋଇଛି। ଯେଉଁଥିପାଇଁ ଦଳିତ ଲୋକମାନେ ଗତ ୩ ମାସରେ ନାନା ନିର୍ଯାତନାରେ ସନ୍ତୁଳି ହେଉଥିବା ଅଭିଯୋଗ ହୋଇଛି। ତେବେ ଦଳିତଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ସରପଞ୍ଚ।

ଆସିକା ଥାନା ହରିଡ଼ାପଦର ଗାଁରେ ୨୦୦ରୁ ଅଧିକ ଦଳିତ ପରିବାର ବସବାସ କରୁଛନ୍ତି। ହେଲେ ସେମାନଙ୍କୁ ଉଚ୍ଚ ଜାତିର ଲୋକେ ନାନା ହଇରାଣ କରୁଥିବା ଅଭିଯୋଗ ହୋଇଛି। ଦଳିତ ଲୋକଙ୍କ ଅଭିଯୋଗ ଅନୁସାରେ ଉଚ୍ଚ ଜାତିର ଲୋକେ କୁଆଡ଼େ ଗାଁ ପୋଖରୀ ତୁଠରେ ବାଡ଼ ବୁଜି ଦେଇଛନ୍ତି। ଯେଉଁଥିପାଇଁ ଦଳିତ ମହିଳା ଓ ପୁରୁଷମାନେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇପାରୁ ନାହାନ୍ତି। ଠିକ୍‌ ସେହିପରି ଗାଁ ମନ୍ଦିର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅସୁସ୍ଥ ଦଳିତ ଲୋକଙ୍କୁ ଡାକ୍ତରଖାନା ଯିବାକୁ ଦେଉନାହାନ୍ତି। କେତେକ ଉଚ୍ଚ ଜାତିର ଲୋକ ଗାଁରେ କଙ୍ଗାରୁ କୋର୍ଟ ବସାଇ ଦଳିତଙ୍କୁ ଏପରି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଖାଲି ଏତିକି ନୁହେଁ, ଦଳିତ ଜାତିର ଛୋଟ ଛୋଟ ପିଲାଙ୍କୁ ମଧ୍ୟ ସ୍କୁଲ ଯିବାକୁ ଦେଉନାହାନ୍ତି। ତେଣୁ ଗତ ୩ ମାସ ହେଲା ପିଲାମାନେ ସ୍କୁଲ ଯାଉନାହାନ୍ତି। କହିବାକୁ ଗଲେ ପିଲାମାନଙ୍କ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ମିଳିଥିବା ସୂଚନା ଅନୁସାରେ ହରଡ଼ାପଦରରେ ଥିବା ଆନନ୍ଦ ଚନ୍ଦ୍ର ଉଚ୍ଚ ପ୍ରାଥମିକ ସ୍କୁଲରେ ଗତ ନଭେମ୍ବର ୨୨ ତାରିଖ ପରଠାରୁ ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି। ଅନୁପସ୍ଥିତ ଏହି ଛାତ୍ରଛାତ୍ରୀମାନେ ଦଳିତ ବୋଲି ଜଣାପଡ଼ିଛି।

ଦଳିତମାନେ ଏନେଇ ଆସିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ମାମଲାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ବିବାଦ ସମାଧାନ ପାଇଁ ଉଭୟ ପକ୍ଷକୁ ପୁଲିସ୍‌ ଡାକି ବୁଝାମଣା କରିଥିଲା। ଏହା ପରେ ମଧ୍ୟ ପରିସ୍ଥିତି ସ୍ୱାଭାବିକ ହୋଇନଥିଲା। ବରଂ ପରିସ୍ଥିତି ଆହୁରି ଜଟିଳ ହୋଇଥିଲା।

ଆଜି ଶତାଧିକ ଦଳିତ ଲୋକ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ଆଇଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ପୀଡ଼ିତ ବୁଦ୍ଧିରାମ ନାଏକ କହିଛନ୍ତି, “ଆମକୁ ଡାକ୍ତରଖାନା ଯିବାକୁ ଦିଆଯାଉ ନାହିଁ। ପୋଖରୀରେ ଗାଧୋଇବାକୁ ମଧ୍ୟ ଦେଉନାହାନ୍ତି। ସ୍କୁଲ ଯିବା ପାଇଁ ପିଲାମାନଙ୍କୁ ବାରଣ କରାଯାଉଛି। ମାଡ଼ ମରା ଯାଉଛି। ସବର୍ଣ୍ଣମାନେ ଆମକୁ ୩ ମାସ ହେଲା ବାସନ୍ଦ କରି ରଖିଛନ୍ତି। ଆମ ଗୁହାରୀ କେହି ଶୁଣୁନାହାନ୍ତି।”

ବାଉରିକୁଳ ଜିଲ୍ଲାସଙ୍ଗଠକ ଅମର ନାହାକ କହିଛନ୍ତି, “ପୋଖରୀ ତୁଠକୁ ଯିବା ରାସ୍ତାରେ ବାଡ଼ ବସାଇ ଦିଆଯାଇଛି। ତେଣୁ ଦଳିତମାନେ ପୋଖରୀକୁ ଗାଧୋଇବା ପାଇଁ ଯାଇପାରୁ ନାହାନ୍ତି। ପିଲାମାନଙ୍କୁ ସ୍କୁଲ ଯିବାକୁ ଦେଉନାହାନ୍ତି। ତେଣୁ ଗତ ୩ ମାସ ହେଲା ପିଲାମାନେ ଅପାଠୁଆ ହୋଇ ଘରେ ଅଛନ୍ତି। ମନ୍ଦିରକୁ ଛାଡ଼ି ନାହାନ୍ତି। କଙ୍ଗାରୁ କୋର୍ଟ କରି ଅସବର୍ଣ୍ଣଙ୍କୁ ସାମାଜିକ ବାସନ୍ଦ କରିଛନ୍ତି ସବର୍ଣ୍ଣ ଲୋକମାନେ। ଗାଁରେ ରଖାଇ ଦେଉନାହାନ୍ତି। ସବର୍ଣ୍ଣଙ୍କ ନିର୍ଯାତନାରେ ଶିକାର ହୋଇ ଦଳିତମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାମଲାର ସମାଧାନ ହେବ ବୋଲି ଆଇଆଇସି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମାମଲାର ସମାଧାନ ହେଉନି।”

ଦଳିତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ସରପଞ୍ଚ ଜୟନ୍ତୀ ବେହେରା। ସେ କହିଛନ୍ତି, “ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସ୍କୁଲ, ଅଙ୍ଗନବାଡ଼ି, ମେଡ଼ିକାଲ ଓ ପଞ୍ଚାୟତ ଅଫିସ୍‌ ହେଉଛି ସରକାରଙ୍କର। ସେମାନଙ୍କୁ କିଏ ମନା କରିବ? ଗାଁରେ କ’ଣ ପାଇଁ ବିରୋଧ କରାଯାଉଛି, ସେ ବିଷୟରେ ମୁଁ ଜାଣିନି। ଗାଁରେ ଯଦି କିଛି ସମସ୍ୟା ହୋଇଛି, ତା’ହେଲେ ସରପଞ୍ଚ ହିସାବରେ ମୋତେ କାହିଁକି ସେମାନେ ଜଣାଇନାହାନ୍ତି? ତେଣୁ ସେମାନେ ଯାହା ଯାହା କହୁଛନ୍ତି ସବୁ ମିଛ।” ସେପଟେ ଏନେଇ ଆଇଜି କିମ୍ୱା ଗାଁର ଅପର ଗୋଷ୍ଠୀର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story